Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Supreme court: ଯଦି ଅଲଗା ହେବାର ଅଛି ବାହା ହୁଅନି

Smruti Parija
Browse all articles by Smruti Parija
·10 months ago·2 min read
Supreme court: ଯଦି ଅଲଗା ହେବାର ଅଛି ବାହା ହୁଅନି

Key Points

ବିବାହ ମାନେ ନୁହଁ ଛାଡପତ୍ର

ଯଦି ଅଲଗା ହେବାର ଅଛି ବାହା ହୁଅନି

ଯଦି ଏକୁଟିଆ ସବୁ କରିପାରିବ ତେବେ ବାହା କାହିଁକି ହଉଛ କହିଲେ ସୁପ୍ରିମକୋର୍ଟ

ଯଦି ସ୍ୱାମୀ ସ୍ତ୍ରୀ ସାଙ୍ଗରେ ରହିବାର ହିଁ ନାହିଁ ତେବେ ବାହା କାହିଁକି ହଉଛ । ବିବାହ ଅର୍ଥ ନୁହେଁ କିଛି ବି ଝଗଡା ହେଇଗଲେ ଡିଭର୍ସ ଦେବା । ଘର ସଂସାର କଲେ ଅନେକ ଝଡଝଞ୍ଜା ଆସେ । ତା ମାନେ ନୁହଁ ଛୋଟ ଛୋଟ କଥାରେ ଛାଡପତ୍ର ହିଁ ସବୁ ସମସ୍ୟାର ସମାଧନ । ଆପୋଷ ବୁଝାମଣାରେ ସମାଧାନର ବାଟ ଫିଟିପାରେ । ଏତେ ଅଧର୍ଯ୍ୟ ହେଲେ କେମିତି ହବ । ଛାଡପତ୍ର ଦେଇ ନିଜ ଭବିଷ୍ୟତ ତ ନଷ୍ଟ କରୁଛ ଯଦି ସନ୍ତାନ ଅଛନ୍ତି ତାଙ୍କ ଭବିଷ୍ୟତ ବି ନଷ୍ଟ ହେଉଛି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ମାମଲା ତୁଟାଇବାକୁ ଯାଇ ଏପରି କହିଛନ୍ତି ସୁପ୍ରିମକୋର୍ଟ । ବିବାହ ଅର୍ଥ ଦୁଇ ଆତ୍ମାର ମିଳନ । ଆପଣମାନେ ଅଲଗା କିପରି ରହିପାରୁଛନ୍ତି।



ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ୱାମୀ ସିଙ୍ଗାପୁରରେ ରୁହନ୍ତି । ଏବେ କିନ୍ତୁ ସେ ଭାରତରେ ଅଛନ୍ତି । ବିବାଦ ମାମଲା ତୁଟାଇବା ଲାଗି ତାଙ୍କ ସ୍ୱାମୀ ଇଚ୍ଛୁକ ନାହାନ୍ତି । କେବଳ ପିଲାଙ୍କର ହେପାଜତ ଚାହୁଁଛନ୍ତି । ଖଣ୍ଡପୀଠ ମହିଳାଙ୍କୁ ପଚାରିଥିଲେ ଯେ ସେ କାହିଁକି ତାଙ୍କ ସ୍ୱାମୀଙ୍କ ପାଖକୁ ସିଙ୍ଗାପୁର ଯାଉନାହାନ୍ତି । ତେବେ ମହିଳାଙ୍କ କହିବା କଥା ସ୍ୱାମୀଙ୍କ ବ୍ୟବହାର ଭଲ ନୁହେଁ । ଯେହେତୁ ସେ ସିଙ୍ଗଲ ମଦର ତାଙ୍କୁ ଚାକିରିର ଆବଶ୍ୟକତା ରହିଛି । କାରଣ ଭରଣପୋଷଣ ପାଇଁ ସ୍ୱାମୀ ଟଙ୍କାଟିଏ ଦେଉନାହାନ୍ତି । ତେବେ ଖଣ୍ଡପୀଠ ତାଙ୍କ ସ୍ୱାମୀଙ୍କୁ ମହିଳାଙ୍କ ଆକାଉଣ୍ଟକୁ 5 ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ହେଲେ ମହିଳାଙ୍କ କହିବା କଥା ମୁଁ କାହା ଉପରେ ନିର୍ଭର କରିବାକୁ ଚାହେଁନି । ଏହା ଶୁଣି ଖଣ୍ଡପୀଠ କହିଥିଲେ ଥରେ ବିବାହ କରିବା ପରେ ମହିଳାଟିଏ ଭାବନାତ୍ମକ ଭାବରେ ହେଉ ବା ଅନ୍ୟ କୌଣସି ମାଧ୍ୟମରେ ସ୍ୱାମୀଙ୍କ ଉପରେ ନିର୍ଭରଶୀଳ ହୋଇଥାନ୍ତି । ତେଣୁ ଆପଣ ନିର୍ଭରଶୀଳ ନୁହନ୍ତି ବୋଲି କହିପାରିବେନି । ଯଦି ଆପଣ ଏକା ସବୁକିଛି କରିପାରିବେ ତେବେ ବିବାହ କାହିଁକି କରୁଥିଲ । ଦୁଇ ଜଣ ଶିକ୍ଷିତ । ସେଥିପାଇଁ ମିଳିମିଶି ବିବାଦର ସମାଧାନ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି । ମହିଳା ଜଣଙ୍କ ମଧ୍ୟ ଏ ବିଷୟରେ ବିଚାର କରିବାକୁ ସମୟ ମାଗିଛନ୍ତି ।


ତେବେ ଆଜିକାଲି ଛାଡପତ୍ର ମାମଲା ବଢିବାକୁ ଲାଗିଛି । କିଏ କାହା ସହ କମ୍ପ୍ରମାଇଜ କରିବାକୁ ନାରାଜ । ସମସ୍ତେ ନିଜ ଇଣ୍ଡିପେଣ୍ଡେନ୍ସ ଲାଇଫ୍ କୁ ପ୍ରାଧାନ୍ୟ ଦେଉଛନ୍ତି । ମୁଣ୍ଡ ନୁଆଇଁବାକୁ ନାରାଜ ଉଭୟ । ଫଳରେ ଏଭଳି ମାମଲା ଦେଖିବାକୁ ମିଳୁଛି।

Sponsored
supreme-court-has-stated-that-if-a-person-does-not-intend-to-live-with-their-spouse-they-should-not-get-married | Argus News