Videos
|
National

ଦିଲ୍ଲୀ-ଏନ୍‌ସିଆରରୁ ବୁଲା କୁକୁରଙ୍କୁ ହଟାଇବା ନେଇ ହେବ ସୁପ୍ରିମକୋର୍ଟରେ ଶୁଣାଣି

Rashmita Mishra
Browse all articles by Rashmita Mishra
·1 year ago·2 min read
ଦିଲ୍ଲୀ-ଏନ୍‌ସିଆରରୁ ବୁଲା କୁକୁରଙ୍କୁ ହଟାଇବା ନେଇ ହେବ ସୁପ୍ରିମକୋର୍ଟରେ ଶୁଣାଣି

Key Points

ଦିଲ୍ଲୀ-ଏନ୍‌ସିଆରରୁ ବୁଲା କୁକୁରଙ୍କୁ ହଟାଇବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗ
ଆଜି ମାମଲାର ପୁନଃ ଶୁଣାଣି କରିବେ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ
ନିର୍ଦ୍ଦେଶକୁ ନେଇ କିଛି ପଶୁପ୍ରେମୀଙ୍କ ବିରୋଧ ପରେ ଆଜି ନୂଆ ଖଣ୍ଡପୀଠ ଦ୍କାରା ମାମଲାର ଶୁଣାଣି

ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗ । ଆଜି ହେବ ମାମଲାର ଶୁଣାଣି । ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପିଠରେ ଆଜି ହେବ ଶୁଣାଣି । ପୂର୍ବରୁ ଏକ ଭିନ୍ନ ଖଣ୍ଡପୀଠ ଦ୍ୱାରା ଶୁଣାଣି କରାଯାଉଥିଲା । ଏହି ମାମଲା ଏବେ ବିଚାରପତି ବିକ୍ରମ ନାଥ, ସନ୍ଦୀପ ମେହେଟ୍ଟା ଏବଂ ଏନଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଦ୍ୱାରା ବିଚାର କରାଯିବ ।

ପୂର୍ବରୁ ଦିଲ୍ଲୀ- ଏନ୍‌ସିଆରରେ ବୁଲା କୁକୁରଙ୍କୁ ଧରି ଅଲଗା ଜାଗାରେ ରଖବାକୁ ନିର୍ଦ୍ଦେଶ ହୋଇଥିଲା । ଆଠ ସପ୍ତାହ ମଧ୍ୟରେ ୫ ହଜାର କୁକୁରଙ୍କ ପାଇଁ ଆଶ୍ରୟସ୍ଥଳ ସୃଷ୍ଟି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ନିର୍ଦ୍ଦେଶକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଅନେକ ଲୋକ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ । ଏହାରି ଭିତରେ ଏବେ ସିଜେଆଇ ସୁପ୍ରିମକୋର୍ଟର ଦୁଇ ଭିନ୍ନ ଭିନ୍ନ ଖଣ୍ଡପୀଠଙ୍କ ରାୟ ଉପରେ ବିଚାର କରିବେ । ସିଜେଆଇ ବିଆର୍ ଗଭାଇ କହିଛନ୍ତି ଯେ ସେ ନିଜେ ଏହି ମାମଲାକୁ ଦେଖିବେ ।

ସୁପ୍ରିମକୋର୍ଟ ବୁଧବାର ବୁଲା କୁକୁର ସଂପର୍କିତ ମାମଲାକୁ ସ୍ୱତନ୍ତ୍ର ଖଣ୍ଡପୀଠକୁ ସ୍ଥାନାନ୍ତର କରିଥିଲେ । ନବ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ଆଜି ୪ଟି ମାମଲାର ଶୁଣାଣି କରିବେ । ସେଗୁଡ଼ିକ ହେଉଛି ବୁଲା କୁକୁରଙ୍କୁ ଧରିବା, କୋର୍ଟ ନିଜେ କରିଥିବା ମାମଲା, ୨୦୦୪ ଆବେଦନ ହୋଇଥିବା ମାମଲା ଓ ବୁଧବାର ହୋଇଥିବା ଜନସ୍ୱାର୍ଥ ମାମଲା । ବୁଲା କୁକୁର ସଂପର୍କିତ ମାମଲାରେ ମିଡିଆ ରିପୋର୍ଟକୁ ନେଇ ସ୍ୱତଃସଜ୍ଞାନ ନେଇ ଜଷ୍ଟିସ ଜେବି ପାରଦିବାଲାଙ୍କ ଖଣ୍ଡ ପୀଠ କହିଥିଲେ ୮ ସପ୍ତାହ ଭିତରେ ଦିଲ୍ଲୀ ଏନସିଆରରୁ ସମସ୍ତ ବୁଲା କୁକୁରଙ୍କୁ ଉଠାଇ ନେଇ ବନ୍ଧ୍ୟାକରଣ କରିବା ସହ ଆଶ୍ରୟସ୍ଥଳୀରେ ରଖାଯାଉ ।

କିଛି ଲୋକ ଦିଲ୍ଲୀ-ଏନସିଆର ରାସ୍ତାକୁ କୁକୁର ମୁକ୍ତ କରିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ଅନ୍ୟପଟେ କିଛି ଲୋକ ଏହାକୁ ନିନ୍ଦା କରିବା ସହ ଏହା ମଣିଷ-କୁକୁର ସଂଘର୍ଷକୁ ବଢ଼ାଇପାରେ ବୋଲି ଚେତେଇ ଦେଇଛନ୍ତି । ବିବାଦ ବଢ଼ିବା ପରେ ସୁପ୍ରିମକୋର୍ଟ ମାମଲା ସ୍ୱତନ୍ତ୍ର ଖଣ୍ଡପୀଠକୁ ହସ୍ତାନ୍ତର କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: