Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସୁଦ୍ଧ ଶାକାହାରୀ ହେଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

Smruti Parija
Browse all articles by Smruti Parija
·1 year ago·2 min read
ସୁଦ୍ଧ ଶାକାହାରୀ ହେଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

Key Points

  • ଭିଗନ ହେଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି
  • ଝିଅ ଦେଲେ ପ୍ରେରଣା
  • ସୁଦ୍ଧ ଶାକାହାରୀ ହେଲେ ଡିୱାଇ ଚନ୍ଦ୍ରଚୁଡ୍

ଅର୍ଗସ ବ୍ୟୁରୋ: ଶାକାହାରୀ ହେବା ସବୁଠୁ ଭଲ । ସେଥିପାଇଁ ଆଜିକାଲି ଅନେକ ଲୋକ ଭିଗନ ହେଇଯାଉଛନ୍ତି । ଏକ ସୁସ୍ଥ ଓ ନିରୋଗ ଜୀବନ ବଞ୍ଚିବା ପାଇଁ ଭେଗନ ହେବା ମନେ କରି ସମସ୍ତେ ପ୍ରାୟ ଏହା ଆପଣାଉଛନ୍ତି । ଭିଗନ୍ ହେବା ଦ୍ୱାରା ଜଣେ ବ୍ୟକ୍ତି ଅଧିକ ଫୋକସ୍ ହୋଇଥାଏ । ନିଜକୁ ପ୍ରତିକୂଳ ପରିସ୍ଥିତିରେ ସମ୍ଭାଳି ପାରେ । ଫଳରେ ଅଧିକାଂଶ ଲୋକ ଏବେ ଭିଗନ୍ ହେଉଥିବା ଦେଖିବାକୁ ମିଳୁଛି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏହି ଦୌଡରେ ନିଜକୁ ସାମିଲ୍ କରିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ । ନିଜ ଝିଅ ଠାରୁ ପ୍ରେରଣା ପାଇ ଶୁଦ୍ଧଶାକାହୀର ହୋଇଥିବା କହିଛନ୍ତି ଚନ୍ଦ୍ରଚୁଡ୍ । 
ଶାକାହାରୀ ହେବା ମାନେ କେବଳ ନିରାମିଷ ଖାଇବା ନୁହେଁ । କୌଣସି ପ୍ରକାର ପ୍ରାଣୀଜ ଖାଦ୍ୟ ବା ପ୍ରାଣୀଜ ଦ୍ରବ୍ୟ ବ୍ୟବହାର ନକରିବାକୁ ଭେଗନ୍ କୁହାଯାଏ । ଭିଗନ ମାନେ ମାଛ, ମାଂସ, ଅଣ୍ଡା, କ୍ଷୀର, କ୍ଷୀରଜାତ ଦ୍ରବ୍ୟ, ବା ମହୁ ଖାଆନ୍ତି ନାହିଁ । ଏଥିସହ ସେମାନେ କୌଣସି ଚମଡା ଦ୍ରବ୍ୟ, ରେଶମ ବସ୍ତ୍ର, ପ୍ରାଣିଜ ରଙ୍ଗ, ପ୍ରାଣିଜ ସୁଗନ୍ଧ ଦ୍ରବ୍ୟ ଆଦି ମଧ୍ୟ ବ୍ୟବହାର କରନ୍ତି ନାହିଁ । 
ଚନ୍ଦ୍ରଚୁଡ୍ କହିଛନ୍ତି ସେ ପ୍ରଥମେ ନିରାମିଷ ଭୋଜନ ଗ୍ରହଣ କରିବା ସହ ଦୁଗ୍ଧ ଓ ମହୁ ତ୍ୟାଗ କରିଥିଲେ । କିନ୍ତୁ ତାଙ୍କ ଝିଅମାନେ କହିଥିଲେ ଯେ, କେବଳ ଏତିକି ଯଥେଷ୍ଟ ନୁହେଁ । ଏପରି କିଛି ପିନ୍ଧନ୍ତୁ ନାହିଁ, ଯାହା କ୍ରୁରତାର ଉତ୍ପାଦ ହୋଇଥିବ । ସେଥିପାଇଁ ସେ ଝିଅମାନଙ୍କ କଥା ମାନି କୌଣସି ରେଶମ ଉତ୍ପାଦ, କିମ୍ବା କୌଣସି ଚମଡା ସାମଗ୍ରୀ କିଣୁନାହାନ୍ତି । ଖାଲି ସେ ନୁହନ୍ତି ତାଙ୍କ ପତ୍ନୀ ମଧ୍ୟ କୌଣସି ଚମଡା ସାମଗ୍ରୀ କିଣୁନାହାନ୍ତି ।  

ଅବଶ୍ୟ ପୂର୍ବରୁ ଯାହା କିଣିଛୁ ତାହା ତ ଫିଙ୍ଗି ପାରିବୁ ନାହିଁ । ବରଂ ଏହା ଧ୍ୟାନରେ ରଖିବୁ ଯେ ସେହି ଭୂଲ୍ ଆଉ ନକରି ଅଧିକ ଭିଗନ ଜୀବନଶୈଳୀରେ ବଞ୍ଚିବାକୁ ଧ୍ୟାନ ଦେବୁ । ଦିଲ୍ଲୀ ହାଇକୋର୍ଟ ପରିସରରେ ଭିନ୍ନକ୍ଷମଙ୍କ ଦ୍ୱାରା ପରିଚାଳିତ ଏକ ରେସ୍ତୋରାଂର ଆଉଲେଟ୍ ଉଦଘାଟନ କରିବା ସମୟରେ ଏପରି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଡୁଡ୍ ।  
ତେବେ ବିଜେପି ନେତ୍ରୀ ମେନକା ଗାନ୍ଧୀ ଏକ ଖବର କାଗଜର ସମ୍ପାଦକୀୟରେ ଲେଖିଥିଲେ,  ଯେକୌଣସି ମାର୍ଗ ଆପଣାନ୍ତୁ ଏବଂ ଯେଉଁଭଳି ପ୍ରତିବଦ୍ଧତା ରକ୍ଷା କରନ୍ତୁ ସେଥିରେ କିଛି ନାହିଁ। ବାସ୍ତବତା ହେଉଛି ମାଂସ ଖାଇବା କମାଇବା ହିଁ ଏକ ସକାରାମତ୍କ ପଦକ୍ଷେପ। ମାଂସ ଖାଇବା କମ୍‌ କଲେ ତାହା ତୁମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ପ୍ରାଣୀ କଲ୍ୟାଣକୁ ଏହା ପ୍ରୋତ୍ସାହିତ କରିବ। ଜଣେ ଶୁଦ୍ଧ ଶାକାହାରୀ ବର୍ଷକୁ ପାଖାପାଖି ୨୦୦ ପ୍ରାଣୀଙ୍କ ଜୀବନ ରକ୍ଷା କରନ୍ତି । ଜଳ ବଞ୍ଚାଇବା ଉପରେ ଏକ ସକାରାମତ୍କ ପ୍ରଭାବ ସୃଷ୍ଟି କରନ୍ତି । ପ୍ରଦୂଷଣ କମାଇଥାଆନ୍ତି ଓ ଶହ ଶହ ଗଛର ସୁରକ୍ଷା କରନ୍ତି । କେବଳ ଏତିକି ନୁହେଁ ସେମାନେ ମଧ୍ୟ ପ୍ରାଣୀ ଯନ୍ତ୍ରଣା କମାଇବାରେ ସହାୟକ ହୁଅନ୍ତି।
 

Sponsored
supreme-court-judge-dy-chandrachud-became-vegan | Argus News