Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସୁପ୍ରିମକୋର୍ଟ ବିଚାରପତି ସାର୍ବଜନୀନ କରିବେ ସମ୍ପତ୍ତି ତାଲିକା

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ସୁପ୍ରିମକୋର୍ଟ ବିଚାରପତି ସାର୍ବଜନୀନ କରିବେ ସମ୍ପତ୍ତି ତାଲିକା

ରାଜନେତାଙ୍କ ଭଳି ସମ୍ପତ୍ତି ତାଲିକା ସାର୍ବଜନୀନ କରିବେ ସୁପ୍ରିମକୋର୍ଟର ବିଚାପତି ମାନେ। ସୁପ୍ରିମକୋର୍ଟର ବିଚାରପତିମାନେ ପଦ ଗ୍ରହଣ କରିବା ପରେ ତାଙ୍କ ସମ୍ପତ୍ତି ତାଲିକା ସାର୍ବଜନୀନ କରିବେ। ସମ୍ପତ୍ତି ତଥ୍ୟ ସୁପ୍ରିମକୋର୍ଟର ୱେବସାଇଟରେ ଅପଲୋଡ୍ କରାଯିବ।


ନ୍ୟାୟପାଳିକା ଉପରେ ସ୍ୱଚ୍ଛତା ଏବଂ ସାଧାରଣ ଲୋକଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ, ସୁପ୍ରିମକୋର୍ଟର ସମସ୍ତ ବିଚାରପତି କାର୍ଯ୍ୟଭାର ଗ୍ରହଣ କରିବା ସମୟରେ ସେମାନଙ୍କର ସମ୍ପତ୍ତିର ବିବରଣୀ ସାର୍ବଜନୀନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ ତାରିଖରେ ଅନୁଷ୍ଠିତ ପୂର୍ଣ୍ଣ ଅଦାଲତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସମସ୍ତ ୩୩ ଜଣ ବିଚାରପତି ପ୍ରଧାନ ବିଚାରପତିଙ୍କ ଉପସ୍ଥିତିରେ ସମ୍ପତ୍ତି ସାର୍ବଜନୀନ କରିବାକୁ ଏକମତ ହୋଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପୂର୍ବରୁ ସମ୍ପତ୍ତି ତାଲିକା ବିଚାରପତି ମାନେ ପ୍ରଧାନ ବିଚାରପତିଙ୍କୁ ଦେଉଥିଲେ। ଏବେ ଏହି ସମ୍ପତ୍ତି ତାଲିକା ସୁପ୍ରିମକୋର୍ଟ ଓ୍ବେବ ସାଇଟରେ ଅପଲୋଡ କରାଯିବ। ଯାହାକୁ ସମସ୍ତେ ଦେଖି ପାରିବେ ଓ ଜାଣି ପାରିବେ। ଦିଲ୍ଲୀ ହାଇକୋର୍ଟ ବିଚାରପତି ଯଶୱନ୍ତ ବର୍ମାଙ୍କ ଘରୁ ପୁଳାପୁଳା ଟଙ୍କା ଜବତ ଅଭିଯୋଗ ସାମ୍ନାକୁ ଆସିବା ପରେ ଦେଶର ନ୍ୟାୟିକ ବ୍ୟବସ୍ଥାରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଥିଲା। ଏମିତିକି ରାଜ୍ୟ ସଭାରେ ମଧ୍ୟ ହଇଚଇ ହୋଇଥିଲା। ଯାହାକୁ ଦୃଷ୍ଟିରେ ରଖି ଏବେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଆଲୋଚନା ହେଉଛି।

Sponsored
Supreme Court judges to make their property list public | Argus News