Live In Relationship / ଲିଭ୍-ଇନ୍ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ… ସହମତି ଥିଲେ ଦୁଷ୍କର୍ମ କେମିତି?
·4 months ago·2 min read

Key Points
ସୁପ୍ରିମକୋର୍ଟ ଏକ ଲିଭ୍-ଇନ୍ ରିଲେସନ ସମ୍ପର୍କିତ ଦୁଷ୍କର୍ମ ଓ ମାମଲାର ଶୁଣାଣି କରିଛନ୍ତି
ସୁପ୍ରିମକୋର୍ଟ ଏକ ଲିଭ୍-ଇନ୍ ରିଲେସନ ସମ୍ପର୍କିତ ଦୁଷ୍କର୍ମ ଓ ମାମଲାର ଶୁଣାଣି କରିଛନ୍ତି। ସୁପ୍ରିମ କୋର୍ଟ କହିଛନ୍ତି ସହମତିରେ ରଖିଥିବା ସମ୍ପର୍କ ଅପରାଧ ନୁହେଁ। ନ୍ୟାୟାଳୟଙ୍କ ବିଚାରପତି ଜଷ୍ଟିସ୍ ବି.ଭି. ନାଗରତ୍ନା ଏହି ମାମଲାରେ ଶୁଣାଣି କରିଛନ୍ତି। ଜଣେ ମହିଳା ଏହି ଅଭିଯୋଗ ଆଣିଥିବା ବେଳେ ସେ ଅଭିଯୋଗ କରିଛନ୍ତି ଯେ ପୁରୁଷ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ପ୍ରତି ଦୁଷ୍କର୍ମ କରିଛନ୍ତି। ତାଙ୍କର ଜଣେ ସନ୍ତାନ ଅଛନ୍ତି। ତେବେ ମାମଲାର ଶୁଣାଣି କାଳରେ କୋର୍ଟ ଦୁଇଜଣଙ୍କ ସମ୍ପର୍କ ବିଷୟରେ ପଚରାଉଚରା କରିଛି। କୋର୍ଟ କହିଛନ୍ତି ଯେ ଉଭୟ ବୟଷ୍କ ଓ ଦୀର୍ଘ ସମୟ ଧରି ସମ୍ପର୍କରେ ଥିଲେ।
ଜଷ୍ଟିସ୍ ନାଗରତ୍ନା ପ୍ରଶ୍ନ ଉଠାଇଛନ୍ତି ଯେ ଏକ ପାରସ୍ପରିକ ସହମତିରେ ସ୍ଥାପିତ ସମ୍ପର୍କ କିପରି ଅପରାଧିକ ଅଭିଯୋଗରେ ବଦଳିପାରେ? ମହିଳା ବିନା ବିବାହରେ ଏହି ବ୍ୟକ୍ତିଙ୍କ ସହ ସନ୍ତାନ ଜନ୍ମ ମଧ୍ୟ ଦେଇଛନ୍ତି ଓ ଏବେ ଦୁଷ୍କର୍ମ ଏବଂ ମାରପିଟର ଅଭିଯୋଗ ଆଣୁଛନ୍ତି। ବିଚାରପତି ଏହା ବି କହିଛନ୍ତି ଯେ ଏପରି ମାମଲାରେ ସହମତିକୁ ବୁଝିବାକୁ ପଡିବ। ଯଦି ସମ୍ପର୍କ ପାରସ୍ପରିକ ସହମତିରେ ହୋଇଛି ତେବେ ଅପରାଧର ପ୍ରଶ୍ନ ଉଠୁଛି କେଉଁଠୁ ବୋଲି ପ୍ରଶ୍ନ କରିଛନ୍ତି।
ଏହାସହ ପଢ଼ନ୍ତୁ: ଛାଡପତ୍ର ପାଇଁ ଆବେଦନ କଲେ ମହିଳା: କାରଣ ସ୍ୱାମୀଙ୍କ ଭଉଣୀଙ୍କୁ 'ଦ୍ୱିତୀୟ ସ୍ତ୍ରୀ' ଦାବି
କୋର୍ଟ କହିଛନ୍ତି ଯେ ବିବାହ ବାହାର ସମ୍ପର୍କରେ କିଛି ରିସ୍କ ନିଶ୍ଚିତ ଥାଏ। କୋର୍ଟ କହିଛନ୍ତି ଯେ ଯେବେ ଏପରି ସମ୍ପର୍କ ସମାପ୍ତ ହୁଏ ପ୍ରାୟତଃ ପରିସ୍ଥିତି ଜଟିଳ ହୁଏ। ଜଜ୍ କହିଛନ୍ତି ଯେ, ଲିଭ-ଇନ ରିଲେଶନସିପରେ ଏହି ଭଳି ସମସ୍ୟା ହୋଇଥାଏ। ସେମାନେ ଅନେକ ବର୍ଷ ଧରି ଏକାଠି ରହନ୍ତି ଓ ଯେତେବେଳେ ସେମାନଙ୍କ ସମ୍ପର୍କ ସମାପ୍ତ ହୁଏ ସେତେବେଳେ ମହିଳା ଅଭିଯୋଗ ନେଇ ଆସନ୍ତି। କୋର୍ଟ କହିଛନ୍ତି ଯେ, ବିବାହ ବାହା ସମ୍ପର୍କର ପରିଣାମ। ଶୁଣାଣି କାଳରେ ମହିଳାଙ୍କ ଓକିଲ କହିଛନ୍ତି ଯେ ଅଭିଯୋଗକାରିଣୀ ଏହା ମଧ୍ୟ ଜାଣି ନାହାନ୍ତି ଯେ, ପୁରୁଷ ଜଣକ ପୂର୍ବରୁ ବିବାହିତ ଥିଲେ। ।ତେବେ କୋର୍ଟ କହିଛନ୍ତି ଯେ ସେ କେବଳ ଏବେକା ମାମଲା ଉପରେ ଧ୍ୟାନ ଦେଇ ପାରିବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବେଞ୍ଚ ମହିଳାଙ୍କ ପରିସ୍ଥିତି ଉପରେ ଚିନ୍ତାବ୍ୟକ୍ତ କରିଛନ୍ତି। କହିଛନ୍ତି ଯେ ସେ ତାଙ୍କ ପିଲା ପାଇଁ ସହାୟତା ନିବେଦନ କରିପାରନ୍ତି। କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଯଦିଓ ସେମାନଙ୍କ ସମ୍ପର୍କକୁ ଆଇନର ମାନ୍ୟତା ମଳିନାହିଁ। ପିଲାର ଅଧିକାର କିନ୍ତୁ ଗୁରୁତ୍ବପୂର୍ଣ୍ଣ। ଏଣୁ ମହିଳା ଚାହିଁଲେ ପିଲାର ଅଧିକାର ନିମନ୍ତେ ଆଇନର ଆଶ୍ରୟ ନେଇ ପାରନ୍ତି।
Related Topics
Explore more stories