No Insurance No Fuel / 'ବୀମା ନାହିଁ ତ, ତେଲ ନାହିଁ'; ଆଉ କେଉଁ ପ୍ରସ୍ତାବ ଦେଲେ ସୁପ୍ରିମକୋର୍ଟ ?
·2 hours ago·2 min read

Key Points
'ବୀମା ନାହିଁ ତ, ତେଲ ନାହିଁ' ଭଳି ପ୍ରସ୍ତାବ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାକୁ ପାଇଲଟ୍ ପ୍ରକଳ୍ପ ଭାବେ ଲାଗୁ କରିବାକୁ ସର୍ବୋଚ୍ଚ ଅଦାଲତଙ୍କ ପ୍ରସ୍ତାବ ରହିଛି ।
ନୂଆଦିଲ୍ଲୀ: ବୀମା ବା ଇନ୍ସୁରାନ୍ସ ନଥିଲେ ଆଉ ରାସ୍ତାରେ ଚଳାଇ ପାରିବେନି ଗାଡ଼ି । କାରଣ 'ବୀମା ନାହିଁ ତ, ତେଲ ନାହିଁ' ଭଳି ପ୍ରସ୍ତାବ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାକୁ ପାଇଲଟ୍ ପ୍ରକଳ୍ପ ଭାବେ ଲାଗୁ କରିବାକୁ ସର୍ବୋଚ୍ଚ ଅଦାଲତଙ୍କ ପ୍ରସ୍ତାବ ରହିଛି ।
IRDAI ସହ ସଡ଼କ ପରିବହନ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇ ସୁପ୍ରିମକୋର୍ଟ କହିଛନ୍ତି, ଏକ ପାଇଲଟ୍ ପ୍ରକଳ୍ପ ପ୍ରସ୍ତୁତ କରାଯାଉ । ଯାହାଦ୍ଵାରା ପେଟ୍ରୋଲ୍ ପମ୍ପରେ ତେଲ ଦେବା ପୂର୍ବରୁ ଗାଡ଼ିର ବୀମା ଯାଞ୍ଚ କରାଯାଇ ପାରିବ । ଆଉ ବୀମା ନଥିଲେ ତେଲ ଦେବାକୁ ମନା କରି ଦିଆଯିବ ।
ଏଥିସହ ପଢ଼ନ୍ତୁ: ଏଥର ଇଥାନଲ୍ରେ ଚାର୍ଜ ହେବ EV, ହାଇଦ୍ରାବାଦରେ ଏପରି ଏକ ଟେକ୍ନୋଲୋଜିର ଉଦ୍ଘାଟନ କରାଯାଇଛି
ସଡ଼କ ସୁରକ୍ଷା ଓ ବୀମା ନିୟମକୁ କଡ଼ାକଡ଼ି କରିବାକୁ ଏଭଳି ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସଡ଼କ ପରିବହନ ମନ୍ତ୍ରଣାଳୟ ଓ IRDAIକୁ ପେଟ୍ରୋଲ୍ ପମ୍ପରେ ଇନ୍ଧନ, ANPR କ୍ୟାମେରା ଓ ନୂଆ ଗାଡ଼ିର ବିମାନକୁ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଏନେଇ ପାଇଲଟ୍ ପ୍ରକଳ୍ପ ପ୍ରସ୍ତୁତ ପାଇଁ କୁହାଯାଇଛି । ଯାହା ମାଧ୍ୟମରେ ଗାଡ଼ିର ବୈଧ ବୀମା ନଥିଲେ ପେଟ୍ରୋଲ୍ କିମ୍ବା ଡିଜେଲ୍ ମିଳିବ ନାହିଁ । ଏଥିପାଇଁ ପେଟ୍ରୋଲ୍ ପମ୍ପରେ କେଉଁ ବ୍ୟବସ୍ଥା ଆପଣାଯିବ ସେ ଦିଗ ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି ।
ହାଇୱେ ଓ ସଡ଼କରେ ଲାଗିଥିବା ସ୍ଵୟଂଚାଳିକ ନମ୍ବର ପ୍ଲେଟ୍ ଚିହ୍ନଟ କ୍ୟାମେରା (ANPR)କୁ ବାହାନ ପୋର୍ଟାଲ୍ ଓ ବୀମା ଡାଟାବେସ୍ ସହ ଯୋଡ଼ାଯିବ । ଫଳରେ ବୀମା ନଥିବା ଗାଡ଼ିର ଚାଲାଣ ସ୍ଵୟଂ କଟିଯିବ । ଏଥିସହ କୋର୍ଟ ବ୍ୟକ୍ତିଗତ ନୂଆ ଗାଡ଼ି ପାଇଁ ବାଧ୍ୟତାମୂଳକ ତୃତୀୟ ପକ୍ଷ ବୀମା ଅବଧିକୁ ୩ ବର୍ଷରୁ ୪ ବର୍ଷକୁ ବୃଦ୍ଧି କରିଛନ୍ତି ।
ଏଥିସହ ପଢ଼ନ୍ତୁ: ବନ୍ୟା ବିପର୍ଯ୍ୟସ୍ତ: ଆସାମରେ ୮୭ ଏବଂ କେରଳରେ ୨୫ ଜଣଙ୍କର ମୃତ୍ୟୁ... ଓଡ଼ିଶାର ୨୨ ଜିଲ୍ଲାରେ ୮ ଲକ୍ଷ ଲୋକ ପ୍ରଭାବିତ
ଯେତେବେଳେ ଦୁଇ ଚକିଆ ଯାନ ପାଇଁ ଏହାକୁ ୫ ବର୍ଷରୁ ୬ ବର୍ଷକୁ କୋର୍ଟ ବୃଦ୍ଧି କରିଛନ୍ତି । ଏଥିସହ ପୋଲିସ ପାଇଁ ମୋବାଇଲ୍ ଆପ୍ ରହିବ । ଯାହାଦ୍ଵାରା ଟ୍ରାଫିକ୍ ପୋଲିସ ଚେକିଂ ସମୟରେ ଆପ୍ ମାଧ୍ୟମରେ କ୍ଷଣକରେ ଗାଡ଼ିର ବୀମା ଯାଞ୍ଚ କରିପାରିବେ ।
ସୁପ୍ରିମକୋର୍ଟର ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରାଙ୍କ ଖଣ୍ଡପୀଠ ଏହି ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଥିରେ ଗାଡ଼ିରେ ଇନ୍ଧନ ଭରିବା ବେଳେ ତୃତୀୟ ପକ୍ଷ ବା ଥାର୍ଡ ପାର୍ଟି ଇନ୍ସୁରାନ୍ସ ଯାଞ୍ଚ କରାଯିବ । ବୀମା ନଥିଲେ ପେଟ୍ରୋଲ୍ କିମ୍ବା ଡିଜେଲ୍ ମିଳିବ ନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories