Videos
|
National

migrants / 'ବାହାର ଦେଶର ନାଗରିକଙ୍କୁ କୌଣସି ସୁରକ୍ଷା ଦିଆଯିବନାହିଁ': ସୁପ୍ରିମକୋର୍ଟ

Banajyotshna Ray
Browse all articles by Banajyotshna Ray
·9 months ago·3 min read
'ବାହାର ଦେଶର ନାଗରିକଙ୍କୁ କୌଣସି ସୁରକ୍ଷା ଦିଆଯିବନାହିଁ': ସୁପ୍ରିମକୋର୍ଟ
migrants

Key Points

ବେଆଇନ ଅନୁପ୍ରବେଶକାରୀଙ୍କର ଆଇନଗତ ଅଧିକାର ନାହିଁ
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ । ଅନୁପ୍ରବେଶକାରୀଙ୍କ ପାଇଁ କୌଣସି ଆଇନଗତ ଅଧିକାର ନାହିଁ । ବେଆଇନ ଭାବେ ଭାରତକୁ ଆସୁଥିବା ବାହାର ଦେଶର ନାଗରିକଙ୍କୁ କୌଣସି ସୁରକ୍ଷା ପ୍ରଦାନ କରାଯାଇ ପାରିବନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । କୋର୍ଟଙ୍କ ରାୟ ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ କିଛି ସ୍ଥାନରେ ରୋହିଙ୍ଗ୍ୟାଙ୍କୁ ଶରଣାର୍ଥୀ ଆଖ୍ୟା ଦେବାକୁ ଦାବି ହେଉଛି । କାରଣ ରୋହିଙ୍ଗ୍ୟାମାନେ ସାଧାରଣତଃ ମୁସଲିମ । ମିୟାଁମାର ସରକାର ସେମାନଙ୍କୁ ଦେଶର ନାଗରିକ ଭାବେ ଚିତ୍ରଣ ନକରି ତଡି ଦେଇଥିଲେ । ଯାହା ପରେ ସେମାନେ ଭାରତୀୟ ସୀମାରେ ପ୍ରବେଶ ଉଦ୍ୟମ କରୁଛନ୍ତି । କିଛି ରୋହିଙ୍ଗ୍ୟା ବାଂଲାଦେଶ ଦେଇ ପଶ୍ଚିମବଙ୍ଗରେ ବସତି ସ୍ଥାପନ କରିସାରିଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଆସାମ ଦୀର୍ଘ ଦିନ ଧରି ବାହ୍ୟ ଏବଂ ଆଭ୍ୟନ୍ତରୀଣ ସମସ୍ୟାର ସାମ୍ନା କରି ଆସୁଛି । ୫ ଜଣ ରୋହିଙ୍ଗ୍ୟା ନିଖୋଜ ହେବା ଘଟଣାକୁ ନେଇ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜୟମାଲ୍ୟା ବାଗଚିଙ୍କ ଖଣ୍ଡପୀଠ କହିଛନ୍ତି ଯେ, କୋର୍ଟ ଅନୁପ୍ରବେଶକାରୀଙ୍କ ମାନବାଧିକାରଙ୍କୁ ସମ୍ମାନ ଦିଅନ୍ତି । କିନ୍ତୁ ଦିନକୁ ଦିନ ସେମାନେ ଭାରତରେ ରହି ଅନେକ ଅଧିକାର ଦାବି କରିବେ । ଦେଶରେ ଗରିବଙ୍କ ସଂଖ୍ୟା କମ୍ ନୁହେଁ । ଦେଶରେ ଥିବା ସମ୍ବଳ ଉପରେ ଭାରତୀୟ ଗରିବଙ୍କ ଅଧିକାର ରହିଛି । କିନ୍ତୁ ଏହି ଅଧିକାର କୌଣସି ବେଆଇନ ଅନୁପ୍ରବେଶକାରୀଙ୍କୁ ଦେଇହେବ ନାହିଁ । ହେଲେ ସେମାନଙ୍କ ଉପରେ ହାଜତରେ ଅତ୍ୟାଚାର କରିବା ମଧ୍ୟ ଭୁଲ ବୋଲି କୋର୍ଟ କହିଛନ୍ତି ।

ରୋହିଙ୍ଗ୍ୟା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ତରଫରୁ ଲଢୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା କୋର୍ଟରେ କହିଛନ୍ତି ଯେ, ରୋହିଙ୍ଗ୍ୟା ପ୍ରସଙ୍ଗରେ ଭାରତ ସରକାର ବିଭିନ୍ନ ଦେଶ ସହ ଆଲୋଚନା କରୁଛନ୍ତି । ଖୁବ୍ ଶୀଘ୍ର ଏହାର ସମାଧାନର ରାସ୍ତା ବାହାରିବ । ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୬ରେ ହେବ ବୋଲି କୋର୍ଟ କହିଛନ୍ତି। ତେବେ ୨୦୦୫ରେ ସର୍ବାନନ୍ଦ ସୋନଓ୍ୱାଲ ମାମଲାରେ କୋର୍ଟ କହିଥିଲେ ଯେ, ଆସାମା ସଦାବେଳେ ବାହ୍ୟଶତ୍ରୁ ଏବଂ ଆଭ୍ୟନ୍ତରୀଣ ସମସ୍ୟାର ସାମ୍ନା କରି ଆସିଛି । ଏଥିପାଇଁ ବେଆଇନ ବାଂଲା ଅନୁପ୍ରବେଶକାରୀ ଅନେକମାତ୍ରାରେ ଦାୟୀ । ବାଂଲା ନାଗରିକ ଆସାମରେ ଆସି ରହିଛନ୍ତି । ଏଦିଗରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବାକୁ କୋର୍ଟ କହିଥିଲେ । ଖଣ୍ଡପୀଠ କହିଛନ୍ତି ଯେ ଲାଭ ଏବଂ ସୁବିଧାଗୁଡ଼ିକ ବେଆଇନ ଭାବରେ ପ୍ରବେଶ କରିଥିବା ବ୍ୟକ୍ତିଙ୍କ ଉପରେ ଧ୍ୟାନ ଦେବା ଅପେକ୍ଷା ଦେଶର ନାଗରିକଙ୍କ ଉପରେ କେନ୍ଦ୍ରିତ ହେବା ଉଚିତ।

ଏଥିସହ ପଢ଼ନ୍ତୁ: "ଆମେ କ'ଣ ଲାଲ କାର୍ପେଟରେ ସ୍ୱାଗତ କରିବୁ?" ରୋହିଙ୍ଗ୍ୟା ନିଖୋଜ ମାମଲାରେ ମୁଖ୍ୟ ବିଚାରପତି ଏଭଳି କହିଲେ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପାଞ୍ଚ ଜଣ ନିଖୋଜ ରୋହିଙ୍ଗ୍ୟାଙ୍କ ସନ୍ଧାନ ପାଇଁ ଏକ ଆବେଦନ ଉପରେ କଡ଼ା ସମାଲୋଚନା କରି ଭାରତର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଥିଲେ ଯେ, ଦେଶରେ ଅବୈଧ ପ୍ରବାସୀମାନଙ୍କ ପାଇଁ ଲାଲ କାର୍ପେଟ ବିଛାଇବା ଉଚିତ କି ? ମୁଖ୍ୟ ବିଚାରପତି ଏହା ମଧ୍ୟ ପଚାରିଛନ୍ତି ଯେ ଯଦି କେହି ବେଆଇନ ଭାବରେ ପ୍ରବେଶ କରିଛନ୍ତି ତେବେ ଦେଶରେ କାହାକୁ ରଖିବା ରାଜ୍ୟ ପାଇଁ କ'ଣ ବାଧ୍ୟତାମୂଳକ? ଆବେଦନରେ ହେପାଜତରୁ ପାଞ୍ଚ ଜଣ ରୋହିଙ୍ଗ୍ୟାଙ୍କ ନିଖୋଜ ହେବା ଘଟଣାକୁ ଦର୍ଶାଯାଇଥିଲା ଏବଂ ଯୁକ୍ତି ଦିଆଯାଇଥିଲା ଯେ ଦେଶାନ୍ତର ଏକ ଆଇନଗତ ପ୍ରକ୍ରିୟା ଅନୁସରଣ କରାଯିବା ଉଚିତ।

"ପ୍ରଥମେ, ତୁମେ ପ୍ରବେଶ କର, ତୁମେ ବେଆଇନ ଭାବରେ ସୀମା ମଧ୍ୟ ପାର କର। ତା'ପରେ ତୁମେ କୁହ, ମୁଁ ପ୍ରବେଶ କରିସାରିଛି, ତୁମର ଆଇନ ମୋ ଉପରେ ପ୍ରଯୁଜ୍ୟ ହେବା ଉଚିତ। ତୁମେ କହୁଛ, ମୁଁ ଖାଦ୍ୟ ପାଇବାର ହକଦାର, ମୁଁ ଆଶ୍ରୟ ପାଇବାର ହକଦାର, ମୋର ପିଲାମାନେ ଶିକ୍ଷା ପାଇବାର ହକଦାର। ଆମେ କ'ଣ ଏହିପରି ଆଇନକୁ ବିସ୍ତାର କରିବାକୁ ଚାହୁଁଛୁ?" ମୁଖ୍ୟ ବିଚାରପତି ଏହା ପ୍ରଶ୍ନ କରିଛନ୍ତି।

"ଆମର ଦେଶରେ ମଧ୍ୟ ଗରିବ ଲୋକ ଅଛନ୍ତି। ସେମାନେ ଭାରତର ନାଗରିକ। ସେମାନେ କ'ଣ କିଛି ସୁବିଧା ଏବଂ ସୁବିଧା ପାଇବାର ହକଦାର ନୁହଁନ୍ତି? ସେମାନଙ୍କ ଉପରେ କାହିଁକି ଧ୍ୟାନ ଦିଆଯିବ ନାହିଁ?" ତଥାପି, ମୁଖ୍ୟ ବିଚାରପତି ଜୋର ଦେଇ କହିଥିଲେ ଯେ, ବେଆଇନ ଭାବରେ ପ୍ରବେଶ କରିଥିବା ରୋହିଙ୍ଗ୍ୟାଙ୍କୁ "ତୃତୀୟ-ଡିଗ୍ରୀ ପଦ୍ଧତି" ବ୍ୟବହାର କରାଯିବା ଉଚିତ୍ ନୁହେଁ।''

ଅଧିକ ପଢ଼ନ୍ତୁ ବିଦେଶ ଖବର: 

Related Topics

Explore more stories