Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Supreme Court On POSH Act: ରାଜନୈତିକ ଦଳରେ ସାମିଲ ହେବା, ଚାକିରି କରିବା ସହ ସମାନ ନୁହେଁ

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·2 min read
Supreme Court On POSH Act: ରାଜନୈତିକ ଦଳରେ ସାମିଲ ହେବା, ଚାକିରି କରିବା ସହ ସମାନ ନୁହେଁ

Key Points

କେବଳ ସିପିଏମ୍ ହିଁ ବାହ୍ୟ ସଦସ୍ୟମାନଙ୍କୁ ନେଇ ଏକ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ଗଠନ କରିଛି। ଯାହା ଦ୍ୱାରା ମହିଳାଙ୍କୁ କିଛି ମାତ୍ରାରେ ନ୍ୟାୟ ଦିଆଯାଇପାରିବ ।

ସୁପ୍ରିମକୋର୍ଟ କହିଛନ୍ତି ଯେ ରାଜନୈତିକ ଦଳଗୁଡ଼ିକ କାର୍ଯ୍ୟାଳୟ ନୁହେଁ, ତେଣୁ POSH ଆଇନ (କର୍ମସ୍ଥଳୀରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ଆଇନ) ଏଠାରେ ପ୍ରୟୋଗ କରାଯାଇପାରିବ ନାହିଁ। କାରଣ ଯଦି ଏଠାରେ ଏହା ପ୍ରୟୋଗ କରାଯାଏ ତେବେ, ବ୍ଲାକମେଲିଂ କେସ୍‌ ଅଧିକ ବଢ଼ିବାର ସମ୍ଭାବନା ରହିଛି । ପଞ୍ଜିକୃତ ରାଜନୈତିକ ଦଳଗୁଡ଼ିକର ପାର୍ଟି ଅଫିସ୍‌ରେ ମହିଳାଙ୍କ ଯୌନ ଉତ୍ପୀଡ଼ନ (ନିବାରଣ, ନିଷେଧ ଏବଂ ପ୍ରତିକାର) ଆଇନ, ୨୦୧୩ ପରିସରଭୁକ୍ତ କରିବା ପାଇଁ ଆବେଦନ ଉପରେ ବିଚାର କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି।

ଆବେଦନକାରୀ ଯୋଗମାୟା ଜି.ଙ୍କ ପକ୍ଷରୁ ବରିଷ୍ଠ ଓକିଲ ଶୋଭା ଗୁପ୍ତା ସିଜେଆଇ ବି.ଆର୍. ଗାଭାଇ, ଜଷ୍ଟିସ୍ କେ. ବିନୋଦ ଚନ୍ଦ୍ରନ୍ ଏବଂ ଜଷ୍ଟିସ୍ ଏ.ଏସ୍. ଚାନ୍ଦୁରକରଙ୍କ ଖଣ୍ଡପୀଠକୁ କହିଥିଲେ ଯେ ଅନେକ ମହିଳା ରାଜନୈତିକ ଦଳର ସକ୍ରିୟ ସଦସ୍ୟ ରହିଛନ୍ତି । କିନ୍ତୁ କେବଳ ସିପିଏମ୍ ହିଁ ବାହ୍ୟ ସଦସ୍ୟମାନଙ୍କୁ ନେଇ ଏକ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ଗଠନ କରିଛି। ଯାହା ଦ୍ୱାରା ମହିଳାଙ୍କୁ କିଛି ମାତ୍ରାରେ ନ୍ୟାୟ ଦିଆଯାଇପାରିବ ।

ଆବେଦନକାରୀ ଉଠାଇଥିଲେ ଦାବି


ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ ଆମ ଆଦମୀ ପାର୍ଟି ନିଜର କମିଟି ବିଷୟରେ ସୂଚନା ଦେଉନାହିଁ। ଏଥିରେ ସ୍ୱଚ୍ଛତାର ଅଭାବ ରହିଛି। ଅନ୍ୟପଟେ ବିଜେପି ଏବଂ କଂଗ୍ରେସ ମଧ୍ୟ ଯୌନ ଉତ୍ପୀଡ଼ନ ନିବାରଣ ଆଇନ ଅଧୀନରେ ICC ଗଠନ କରିନାହାନ୍ତି । ଆବେଦନକାରୀ ଦାବି କରିଛନ୍ତି ଯେ ସମ୍ବିଧାନ ପ୍ରତି ନିଷ୍ଠା ରଖୁଥିବା ପଞ୍ଜିକୃତ ଦଳଗୁଡ଼ିକ ପାଇଁ ଏହି ଆଇନ ସମାନ ଭାବେ ଲାଗୁ ହେବା ଉଚିତ। ଏଥିରେ ଏକ ସୁରକ୍ଷିତ କର୍ମକ୍ଷେତ୍ର ସମେତ ମହିଳାଙ୍କ ସମ୍ମାନ ରକ୍ଷା କରିବାର ବ୍ୟବସ୍ଥା ରହିବ।

ଶୁଣାଣି ସମୟରେ ସୁପ୍ରିମକୋର୍ଟ କ’ଣ କହିଲେ ?

ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପଚାରିଥିଲେ ଯେ ଆପଣ ରାଜନୈତିକ ଦଳଗୁଡ଼ିକୁ କାର୍ଯ୍ୟାଳୟ ବା କର୍ମସ୍ଥଳ ସହିତ କିପରି ସମାନ କରିପାରିବେ? ଯେତେବେଳେ ଜଣେ ବ୍ୟକ୍ତି ଏକ ରାଜନୈତିକ ଦଳରେ ଯୋଗ ଦିଅନ୍ତି, ତାହା କୌଣସି ଚାକିରି ହୋଇନଥାଏ । ଏହା ଏକ ଚାକିରି ନୁହେଁ କାରଣ ସେମାନେ ସ୍ୱେଚ୍ଛାକୃତ ଭାବରେ ଏବଂ କୌଣସି ପାରିଶ୍ରମିକ ବିନା ରାଜନୈତିକ ଦଳରେ ଯୋଗ ଦିଅନ୍ତି।

କେରଳ ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ଏକ ଆବେଦନକୁ ଖାରଜ କରି ଖଣ୍ଡପୀଠ କହିଛନ୍ତି ଯେ ରାଜନୈତିକ ଦଳଗୁଡ଼ିକୁ POSH ଆଇନ ଅଧୀନରେ ରଖିଲେ, ବ୍ଲାକମେଲିଂର ଏକ ପ୍ରସସ୍ଥ ଦ୍ୱାର ଖୋଲିଯିବ । ପୂର୍ବରୁ, ସୁପ୍ରିମକୋର୍ଟ ଯୋଗମାୟାଙ୍କ ଦ୍ୱାରା ଏକ ରିଟ୍ ପିଟିସନ୍ ଗ୍ରହଣ କରିବାକୁ ମନା କରିଦେଇଥିଲେ ଏବଂ ତାଙ୍କୁ ନିର୍ବାଚନ କମିଶନ ଏବଂ ଅନ୍ୟାନ୍ୟ କର୍ତ୍ତୃପକ୍ଷଙ୍କ ପାଖକୁ ଯିବାକୁ କହିଥିଲେ।

ଗତ ବର୍ଷ ଡିସେମ୍ବର ୯ ତାରିଖରେ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ମନମୋହନଙ୍କ ଖଣ୍ଡପୀଠ ଏହି ମାମଲା ସମ୍ପର୍କରେ ମଧ୍ୟ ବୟାନ ଦେଇଥିଲେ । ସେ କହିଥିଲେ ରାଜନୈତିକ ଦଳଗୁଡ଼ିକୁ ନିଯୁକ୍ତିଦାତା ଏବଂ ସଦସ୍ୟମାନଙ୍କୁ କର୍ମଚାରୀ ଭାବରେ ବିବେଚନା କରିବା ଠିକ୍‌ ହେବ ନାହିଁ । କିନ୍ତୁ ଖଣ୍ଡପୀଠ ସହମତି ପ୍ରକାଶ କରିଥିଲେ ଯେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ପ୍ରସଙ୍ଗ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ହେଲା ଏହା ନିର୍ବାଚନ କମିଶନଙ୍କ ଦ୍ୱାରା ଏହାର ନିଷ୍ପତ୍ତି ନିଆଯିବା ଉଚିତ।

ନିର୍ବାଚନ କମିଶନ ହିଁ ରାଜନୈତିକ ଦଳଗୁଡ଼ିକୁ ପଞ୍ଜୀକୃତ କରନ୍ତି ଏବଂ ସେମାନଙ୍କ ଭୋଟ ଅଂଶ ଆଧାରରେ ସେମାନଙ୍କୁ ଜାତୀୟ କିମ୍ବା ରାଜ୍ୟ ସ୍ତରୀୟ ଦଳ ଭାବରେ ଘୋଷଣା କରନ୍ତି। ମଜାଦାର କଥା ହେଉଛି, ମାର୍ଚ୍ଚ ୨୦୨୨ରେ କେରଳ ହାଇକୋର୍ଟ ରାୟ ଦେଇଥିଲେ ଯେ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ନିବାରଣ ଆଇନ, ୨୦୧୩ ଅନୁଯାୟୀ, ଦଳଗୁଡ଼ିକ ମଧ୍ୟରେ କର୍ମଚାରୀ-ନିଯୁକ୍ତିଦାତା ସମ୍ପର୍କ ନଥିବା କ୍ଷେତ୍ରରେ, ରାଜନୈତିକ ଦଳଗୁଡ଼ିକ ଉପରେ ICC ସ୍ଥାପନ କରିବାର କୌଣସି ବାଧ୍ୟତା ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
POSH Act Can’t Apply To Political Parties, Rules Supreme Court | Argus News