Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Supreme Court Order ; 'ଦିବ୍ୟାଙ୍ଗ ପିଲାଙ୍କୁ ସୋସିଆଲ ମିଡିଆରେ କ୍ଷମା ମାଗନ୍ତୁ youtuber'

Swoyang prajna Mishra
Browse all articles by Swoyang prajna Mishra
·10 months ago·2 min read
Supreme Court Order ; 'ଦିବ୍ୟାଙ୍ଗ ପିଲାଙ୍କୁ ସୋସିଆଲ ମିଡିଆରେ କ୍ଷମା ମାଗନ୍ତୁ youtuber'

Key Points

ସୋସିଆଲ ମିଡିଆରେ କ୍ଷମା ମାଗନ୍ତୁ କମେଡିଆନ୍ସ
କାହାର ମଜାକ ଉଡାଇ ଟଙ୍କା କମାଇବା ବର୍‌ଦାସ୍ତ କରାଯିବନି
ରଣବୀର, ସମୟଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ କଡା ନିର୍ଦ୍ଦେଶ

କେବଳ କୋର୍ଟ ନୁହେଁ , ବରଂ ସୋସିଆଲ ମିଡିଆରେ ଭିଡିଓ କରି କ୍ଷମା ମାଗନ୍ତୁ ୟୁଟ୍ୟୁବ ଇନଫ୍ଲ୍ୟୁନ୍ସର ଏବଂ କମେଡିଆନ୍ସ । ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରି ଟଙ୍କା କମାଉଥିବା ଇନଫ୍ଲ୍ୟୁନ୍ସର ମାନଙ୍କ କଣ୍ଟେଣ୍ଟ ଫ୍ରି ସ୍ପିଚ କାଟାଗୋରୀରେ ନୁହେଁ , ଏହାକୁ କର୍ମସିଆଲ ସ୍ପିଚ କୁହାଯାଏ । ତେଣୁ ବିନା ସର୍ତ୍ତରେ କ୍ଷମା ମାଗନ୍ତୁ ଇନଫ୍ଲ୍ୟୁନ୍ସର ।

ଷ୍ଟାଣ୍ଡଅପ କମେଡିଆନ ତଥା ୟୁଟ୍ୟୁବ ଇନଫ୍ଲୁଏନ୍ସର ସମୟ ରୈନାଙ୍କ ଦ ଇଣ୍ଡିଆସ୍ ଗଟ ଲ୍ୟାଟେଣ୍ଟ ଶୋ' କୁ ନେଇ ଅନେକ ବିବାଦ ଆରମ୍ଭ ହୋଇଥିଲା । ସେଥିରେ ଦିଆଯାଇଥିବା ଅଶ୍ଲୀଳ ମନ୍ତବ୍ୟକୁ ନେଇ ବିବାଦ ଉଠିବା ପରେ ସୋ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ ସମୀର । ଏବେ ପୁଣି ସମୀର ଏବଂ ସେହି ଶୋ' ରେ ଦିବ୍ୟାଙ୍ଗ ପିଲାଙ୍କୁ ପରିହାସ କରିଥିବା ଜଜ୍ ତଥା ୟୁଟ୍ୟୁବରମାନଙ୍କୁ ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ସମୟ ରୈନାଙ୍କ ଏହି ଶୋ' ର ଏକ ଏପିସୋଡରେ ଷ୍ଟାଣ୍ଡଅପ୍ କମେଡିଆନ ବିପୁଲ ଗୋୟଲ, ବଲରାଜ୍ ପରମାରଜିତ ସିଂଘାଇ, ନିଶାନ୍ତ ଜଗଦିଶ ତନ୍ୱାର , ସୋନାଲି ଆଦିତ୍ୟ ଦେଶାଇ ଦିବ୍ୟାଙ୍ଗ ପିଲାଙ୍କୁ ନେଇ ଅସମ୍ବେଦନଶୀଳ ଟିପ୍ପଣୀ ଦେବାସହ ତାଙ୍କର ମଜାକ୍ ଉଡାଇଥିଲେ । ଏହାକୁ ନେଇ ସେମାନଙ୍କ ଉପରେ ଅଭିଯୋଗ କରାଯାଇଥିଲା । ଯାହାକୁ ନେଇ ସୁପ୍ରିମକୋର୍ଟ ଏହି ସମସ୍ତ ୟୁଟ୍ୟୁବରମାନଙ୍କୁ ନିଜ ୟୁଟ୍ୟୁବ ଚ୍ୟାନେଲ ଏବଂ ପୋଡକାଷ୍ଟରେ ଦିବ୍ୟାଙ୍ଗମାନଙ୍କୁ ବିନା ସର୍ତ୍ତରେ କ୍ଷମା ମାଗିବାକୁ କହିଛନ୍ତି । ଯେଉଁଥିରେ ରଣବୀର ଆହ୍ଲାବାଦିଆ ମଧ୍ୟ କ୍ଷମା ମାଗିବେ । କାରଣ ସେ ମଧ୍ୟ ଏହି ଶୋ'ରେ ବାପା ମାଆଙ୍କ ଉପରେ ଖରାପ ଟିପ୍ପଣୀ ଦେଇଥିଲେ । ଯାହାକୁ ନେଇ ସେତେବେଳେ ରଣବୀରଙ୍କ ବିରୋଦ୍ଧରେ ଜୋରଦାର ବିରୋଦ୍ଧ କରାଯାଇଥିଲା ।

ତେବେ ଏସ୍ଏମ୍ଏ(SMA) କ୍ୟୁର୍ ଫାଉଣ୍ଡେସନ୍ ଦ୍ୱାରା ଦାୟର ଏହି ଆବେଦନର ଶୁଣାଣି କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଖଣ୍ଡପୀଠଙ୍କ ପକ୍ଷରୁ ଏହି ଟିପ୍ପଣୀ ଦିଆଯାଇଛି । ଜଷ୍ଟିସ ଜୟମାଳା ବାଗଚୀ କହିଛନ୍ତି, କମେଡିକ ଆମ ଜୀବନର ଏକ ଅଭିନ୍ନ ଅଙ୍ଗ ଅଟେ । ଆମେ ନିଜ ଉପରେ ହସିଥାନ୍ତି । କିନ୍ତୁ ଅନ୍ୟ ଉପରେ ହସିଲେ ତାହା ସମ୍ବେଦନଶୀଳତା ଉପରେ ଠେସ ପହଞ୍ଚାଇଥାଏ । ଯେତେବେଳେ ସମଲ୍ତେ କୌଣସି ଗୋଟିଏ ବର୍ଗର ବ୍ୟକ୍ତିଙ୍କ ଉପରେ ହସିଥାନ୍ତି, ତାହା ସମସ୍ୟା ସୃଷ୍ଟି କରିଥାଏ । ଏହାକୁ ସୋସିଆଲ ମିଡିଆ ୟୁଜର୍ସମାନେ ବିଶେଷଭାବେ ଧ୍ୟାନ ରଖିବା ଉଚିତ୍ ।
ତେବେ ଏହି ମାମଲାର ଆଗାମୀ ଶୁଣାଣି ନଭେମ୍ବରରେ କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Supreme court Ordered to Samay Raina,Ranveer and Others Apologize Online | Argus News