Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପିଲା ଚୋରି ହେଲେ ରାଜ୍ୟ ସରକାର ନିଅନ୍ତୁ ଦୃଢ କାର୍ଯ୍ୟାନୁଷ୍ଠାନ

National

ପିଲା ଚୋରି ହେଲେ ରାଜ୍ୟ ସରକାର ନିଅନ୍ତୁ ଦୃଢ କାର୍ଯ୍ୟାନୁଷ୍ଠାନ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ପିଲା ଚୋରି ହେଲେ ରାଜ୍ୟ ସରକାର ନିଅନ୍ତୁ ଦୃଢ କାର୍ଯ୍ୟାନୁଷ୍ଠାନ

ଯେଉଁ ହସ୍ପିଟାଲରୁ ପିଲା ଚୋରି ହେବ ସେ ହସ୍ପିଟାଲର ଲାଇସେନ୍ସ ରଦ୍ଦ ହେବା ଉଚିତ୍। ଏକ ମାମଲାର ଶୁଣାଣୀ କରି ଏମିତି କହିଛନ୍ତି ସୁପ୍ରିମକୋର୍ଟ। ବିଭିନ୍ନ ସମୟରେ ବଡ଼ବଡ଼ ହସ୍ପିଟାଲରୁ ପିଲା ଚୋରି ଭଳି ଗୁରୁତର ଅଭିଯୋଗ ଆସୁଛି। ୨୦୨୪ ରେ ଶିଶୁ ଚୋରି ମାମଲାରେ ଅଭିଯୁକ୍ତଙ୍କୁ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ଜାମିନକୁ ଭିତ୍ତି କରି ଏମିତି କହିଛନ୍ତି ସବୋର୍ଚ୍ଚ ନ୍ୟାୟଳୟ। ଆହ୍ଲାବାଦ ହାଇକୋର୍ଟଙ୍କ ଜାମିନ ନିଷ୍ପତ୍ତି ଉପରେ ଅସନ୍ତୋଷ ପ୍ରକାଶ କରି କୋର୍ଟ କହିଛନ୍ତି ଯେ ଏହା ନ୍ୟାୟିକ ଅବହେଳାର ଏକ ଉଦାହରଣ।


ବାରାଣସୀ ଏବଂ ଆଖପାଖର ଥିବା ଡାକ୍ତରଖାନା ଗୁଡିକରେ ପିଲା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ପରେ ୨୦୨୪ରେ ଆହ୍ଲାବାଦ ହାଇକୋର୍ଟ ସେମାନଙ୍କୁ ଜାମିନ ଦେଇଥିଲେ। ଯାହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଶିଶୁମାନଙ୍କର ପରିବାର ଲୋକ। ଅଭିଯୋଗକୁ ଆଧାର କରି ସୁପ୍ରିମକୋର୍ଟର ବିଚାରପତି ଜେବି ପାରଡିୱାଲାଙ୍କ ଖଣ୍ଡପୀଠ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିବା ସହ କହିଛନ୍ତି ଯେଉଁ ହସ୍ପିଟାଲରେ ପିଲା ଚୋରି ହେଉଛି, ସେହି ହସ୍ପିଟାଲର ଲାଇସେନ୍ସ ରଦ୍ଦ କରାଯିବା ଉଚିତ୍।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟ ସରକାରମାନେ ଏମିତି ହସ୍ପିଟାଲ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍। ଏମିତି ହେଲେ ହସ୍ପିଟାଲ ଗୁଡ଼ିକ ଅଧିକ ଯତ୍ନବାନ ହେବେ। ଏହି ମାମଲା ଉତ୍ତରପ୍ରଦେଶର ବାରଣାସୀ ଓ ଏହାର ଆଖପାଖ ଅଞ୍ଚଳରୁ ଶିଶୁ ଚୋରି ହୋଇଥିଲା। ମାମଲରେ ୨୦୨୪ ରେ ଆହ୍ଲାବାଦ୍ ହାଇେକାର୍ଟ ଅଭିଯୁକ୍ତଙ୍କୁ ଜାମିନ ଦେଇଥିଲେ। ହାଇକୋର୍ଟରେ ନିରାଶ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ଶିଶୁଙ୍କ ପରିବାର ଲୋକ।


ଶୁଣାଣୀ ବେଳେ ସୁପ୍ରିମକୋର୍ଟ ମାମଲାକୁ କେବଳ ଏକ ଆଞ୍ଚଳିକ ସମସ୍ୟା ଭାବେ ଗ୍ରହଣ କରି ନାହାନ୍ତି, ଏହାକୁ ଜାତୀୟ ସମସ୍ୟା ବୋଲି ବିବେଚନା କରିଛନ୍ତି। କୋର୍ଟ ଜାତୀୟ ମାନବାଧିକାର କମିଶନ ଏବଂ ଭାରତୀୟ ବିକାଶ ସଂସ୍ଥାନରୁ ଏକ ରିପୋର୍ଟ ତଲବ କରିଥିଲେ। ରିପୋର୍ଟରୁ ଜଣା ପଡିଛି ଏହା କୌଣସି ସ୍ଥାନୀୟ ଗ୍ୟାଙ୍ଗ ନୁହେଁ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ରାଜସ୍ଥାନରେ ବି ଲିଙ୍କ୍ ସଂକ୍ରିୟ ଭାବେ କାମ କରୁଛି।

Sponsored
Supreme Court orders cancellation of license of hospital from which child was stolen | Argus News