Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Supreme Court / ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ସ୍କୁଲରେ ମାଗଣା ସାନିଟାରୀ ପ୍ୟାଡ୍ ବ୍ୟବସ୍ଥା କରାଯାଉ

Banajyotshna Ray
Browse all articles by Banajyotshna Ray
·5 months ago·2 min read
ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ସ୍କୁଲରେ ମାଗଣା ସାନିଟାରୀ ପ୍ୟାଡ୍ ବ୍ୟବସ୍ଥା କରାଯାଉ
Supreme Court

Key Points

ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ
ସ୍କୁଲ୍‌ରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ
ମାଗଣା ସାନିଟାରୀ ପ୍ୟାଡ୍ ବ୍ୟବସ୍ଥା କରାଯାଉ

ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ। ଝିଅମାନଙ୍କ ପାଇଁ ସ୍କୁଲରେ ରହିବ ସବୁ ସୁବିଧା। ଆଉ ହଇରାଣ ହେବେ ନାହିଁ ସ୍କୁଲରେ ଝିଅମାନେ। ଏନେଇ ଶୁକ୍ରବାର ସୁପ୍ରିମକୋର୍ଟ ବଡ଼ ଘୋଷଣା କରିଛନ୍ତି। ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ ତିଆରି କରିବାକୁ କେନ୍ଦ୍ର ଶାସିତ ଅଞ୍ଚଳ ଓ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ତିନି ମାସ ମଧ୍ୟରେ ଏହା ପାଳନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ୍ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।

ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପ୍ରତ୍ୟେକ ସ୍କୁଲର ଶୌଚାଳୟ ପରିସରରେ ଜୈବବିଘଟନଶୀଳ(ବାୟଡିଗ୍ରେଡେବଲ) ସାନିଟାରୀ ନାପକିନ୍ ଉପଲବ୍ଧତା ନିଶ୍ଚିତ କରିବେ।ଋତୁସ୍ରାବ ଜନିତ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଅତିରିକ୍ତ ୟୁନିଫର୍ମ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ସହିତ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା କେନ୍ଦ୍ର ସ୍ଥାପନ କରାଯିବା ଉଚିତ। କୋର୍ଟ ତାଙ୍କ ଆଦେଶରେ କହିଛନ୍ତି "ଆମେ ପ୍ରତ୍ୟେକ ଝିଅଙ୍କୁ ଏହି ବାର୍ତ୍ତା ପଠାଇବାକୁ ଚାହୁଁଛୁ ଯେଉଁମାନେ ବୋଧ ହୁଏ ଏଥିପାଇଁ ସ୍କୁଲ ଆସିପାରନ୍ତି ନାହିଁ, କାରଣ ତାଙ୍କ ଶରୀରକୁ ଏକ ବୋଝ ବୋଲି ବିଚାର କରାଯାଏ। କିନ୍ତୁ ଏହା ତାଙ୍କର ଦୋଷ ନୁହେଁ।" ଆମର ଏହି ବର୍ତ୍ତା ସମାଜ ପାଖରେ ପହଞ୍ଚିବା ଦରକାର ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ।

ସ୍କୁଲରେ ମାସିକ ଋତୁସ୍ରାବ ସମୟରେ ଝିଅମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ ହୋଇଥିଲା। ଏହି ମାମଲାରେ ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କୋର୍ଟ। ରାୟ ଶୁଣାଇଲା ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ସମ୍ବିଧାନର ଧାରା ୨୧ ଅନୁଯାୟୀ ଯାହା ଜୀବନର ଅଧିକାର ବର୍ଗରେ ରହିଛି, ସେଥିରେ ଋତୁସ୍ରାବ ସହ ଜଡ଼ିତ ସ୍ୱାସ୍ଥ୍ୟର ଅଧିକାର ବି ସାମିଲ ରହିଛି। ତେଣୁ ଝିଅଟିର ଏହି ଅଧିକାର ସୁବ୍ୟବସ୍ଥିତ ହେବା ଦରକାର ବୋଲି ସୁପ୍ରିମକୋର୍ଟ କହିବାକୁ ଚାହିଁଛନ୍ତି।

ଏଥିସହ ପଢ଼ନ୍ତୁ: ପାକିସ୍ତାନୀ ବୋଲରଙ୍କ ନିର୍ଲଜ୍ଜତା, ଭାରତ ବିରୁଦ୍ଧରେ ଓଗାଳିଲେ ବିଷ

ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ନିଷ୍ପତ୍ତି କେବଳ ଏହି ବ୍ୟବସ୍ଥାରେ ଜଡିତ ଲୋକଙ୍କ ପାଇଁ ନୁହେଁ, ବରଂ ସେହି ଶ୍ରେଣୀଗୃହ ପାଇଁ ବି, ଯେଉଁଠାରେ ଝିଅମାନେ ସାହାଯ୍ୟ ମାଗିବାକୁ ସଂକୋଚ କରନ୍ତି। ଏହା ସେହି ଶିକ୍ଷକମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ଯେଉଁମାନେ ସାହାଯ୍ୟ କରିବାକୁ ଚାହାଁନ୍ତି କିନ୍ତୁ ସମ୍ବଳ ଅଭାବରୁ ତାହା କରିପାରନ୍ତି ନାହିଁ। ଏହି ଆଦେଶ ସେହି ପିତାମାତାଙ୍କ ପାଇଁ ମଧ୍ୟ ଯେଉଁମାନେ ହୁଏତ ସେମାନଙ୍କର ନୀରବତାର ପ୍ରଭାବକୁ ଅନୁଭବ କରିପାରନ୍ତି ନାହିଁ, ସମାଜ ପାଇଁ ମଧ୍ୟ ଏହି ଆଦେଶ ଦିଆଯାଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିଶ୍ଚିତ କରିବା ଉଚିତ ଯେ ପ୍ରତ୍ୟେକ ସରକାରୀ କିମ୍ବା ବେସରକାରୀ ବିଦ୍ୟାଳୟରେ ପୁଅ ଝିଅ ପାଇଁ ଅଲଗା ଶୌଚାଳୟ ଏବଂ ପାଣି ବ୍ୟବସ୍ଥା ରହିବ। ସମସ୍ତ ନୂଆ ବିଦ୍ୟାଳୟରେ ଗୋପନୀୟତା ରହିବା ସହିତ ଦିବ୍ୟାଙ୍ଗଙ୍କ ଅଧିକାରର ବି ଧ୍ୟାନ ରଖାଯିବା ଉଚିତ୍।

ଅଧିକ ପଢ଼ନ୍ତୁ ଦେଶ ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Supreme Court | Supreme Court says right to menstrual health a fundamental right; orders free sanitary pads for school girls | Argus News | Argus News