Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୧୨ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିଲେ ବମ୍ବେ ହାଇକୋର୍ଟ, ହେଲେ ସୁପ୍ରିମ୍‌କୋର୍ଟ...

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
୧୨ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିଲେ ବମ୍ବେ ହାଇକୋର୍ଟ, ହେଲେ ସୁପ୍ରିମ୍‌କୋର୍ଟ...

Key Points

୨୦୦୬ ଜୁଲାଇ ୧୧ରେ ମୁମ୍ବାଇର ୭ଟି ଲୋକାଲ ଟ୍ରେନରେ ବୋମା ବିସ୍ଫୋରଣ ।

ବିସ୍ଫୋରଣରେ ୧୮୯ ଜଣଙ୍କ ମୃତ୍ୟୁ ହୋଇଥିଲା ।

୮୨୪ ଜଣ ଆହତ ହୋଇଥିଲେ ।

୨୦୦୬ ମୁମ୍ବାଇ ବୋମା ବିସ୍ଫୋରଣ ମାମଲାରେ ସୋମାବାର ବମ୍ବେ ହାଇକୋର୍ଟ ୧୨ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିଲେ । କୋର୍ଟଙ୍କ ଶୁଣାଣି ପରେ ସମସ୍ତ ଅଭିଯୁକ୍ତଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା । କିନ୍ତୁ ଏବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ଲଗାଇଛନ୍ତି ରୋକ । ଏହା ସହିତ ଗୋଟେ ମାସ ଭିତରେ ଜବାବ ଦାଖଲ କରିବା ପାଇଁ ଦେଇଛନ୍ତି ନିର୍ଦେଶ। କାରଣ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟରେ କରିଥିଲେ ଅପିଲ ।

ବମ୍ବେ ହାଇକୋର୍ଟ ଜୁଲାଇ ୨୧ରେ ଏହି ମାମଲାରେ ସମସ୍ତ ୧୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରି କହିଥିଲେ ଯେ, ସରକାରୀ ଓକିଲ ଅପରାଧ ପ୍ରମାଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ହାଇକୋର୍ଟର ବିଚାରପତି ଜଷ୍ଟିସ ଅନିଲ କିଲୋର ଏବଂ ଜଷ୍ଟିସ ଶ୍ୟାମ ଚଣ୍ଡକ କହିଥିଲେ ଯେ, ଅପରାଧରେ ବ୍ୟବହୃତ ବୋମାଗୁଡ଼ିକର ପ୍ରକାରକୁ ମଧ୍ୟ ରେକର୍ଡରେ ଆଣିବାରେ ବିଫଳ ହୋଇଛନ୍ତି ଏବଂ ସେମାନଙ୍କ ଦ୍ୱାରା ନିର୍ଭର କରାଯାଇଥିବା ପ୍ରମାଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଚୂଡ଼ାନ୍ତ ନୁହେଁ।

ଅନ୍ୟପଟେ ଗୁରୁବାର ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ହାଇକୋର୍ଟର ନିଷ୍ପତ୍ତିକୁ ଉଦାହରଣ ଭାବରେ ବିବେଚନା କରାଯିବ ନାହିଁ। ୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲାରେ ସମସ୍ତ ୧୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ଏହା ବ୍ୟତୀତ ସମସ୍ତ ୧୨ ଅଭିଯୁକ୍ତଙ୍କୁ ନୋଟିସ ଜାରି କରାଯାଇଛି ଏବଂ ଚାରି ସପ୍ତାହ ମଧ୍ୟରେ ଜବାବ ମାଗାଯାଇଛି। ମହାରାଷ୍ଟ୍ର ସରକାରଙ୍କ ଆବେଦନ ଉପରେ ବିଚାରପତି ଏମ୍ଏମ୍ ସୁନ୍ଦରେଶ ଏବଂ ବିଚାରପତି ଏନ୍କେ ସିଂହଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ମୁଁ ଫାଇଲ୍ ପଢ଼ିଛି। କିଛି ଅଭିଯୁକ୍ତ ପାକିସ୍ତାନୀ ନାଗରିକ ମଧ୍ୟ ଅଛନ୍ତି।

୨୦୦୬ ଜୁଲାଇ ୧୧ ତାରିଖରେ ମୁମ୍ବାଇର ୭ଟି ଲୋକାଲ ଟ୍ରେନ କୋଚରେ ସିରିଜ ବୋମା ବିସ୍ଫୋରଣ ହୋଇଥିଲା । ଯେଉଁ ବିସ୍ଫୋରଣରେ ୧୮୯ ଜଣଙ୍କ ମୃତ୍ୟୁ ହୋଇଥିଲା । ୮୨୪ ଜଣ ଆହତ ହୋଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Supreme Court Pauses Order Acquitting 12 In Mumbai Train Blasts Case | Argus News