Supreme Court / ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଆବେଦନ ଖାରଜ କଲେ ସୁପ୍ରିମ୍କୋର୍ଟ
·8 months ago·2 min read

Key Points
ଜଷ୍ଟିସ୍ ଙ୍କ ଆବେଦନ ଖାରଜ ।
ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଆବେଦନ ଖାରଜ କଲେ ସୁପ୍ରିମ୍କୋର୍ଟ ।

ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିବା ସଂସଦୀୟ କମିଟିର ବୈଧତାକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନ ସୁପ୍ରିମ୍କୋର୍ଟରେ ଖାରଜ ହୋଇଯାଇଛି । ଜଷ୍ଟିସ୍ ଦୀପଙ୍କର ଦତ୍ତ ଓ ଜଷ୍ଟିସ୍ ଏସ୍ସି ଶର୍ମାଙ୍କ ନେତୃତ୍ୱରେ ଗଠିତ ଦୁଇଜଣିଆ ଖଣ୍ଡପୀଠ ଶୁକ୍ରବାର ଏହି ମାମଲା ଶୁଣାଣି କରି ଜଷ୍ଟିସ୍ ବର୍ମାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ।
ଜଷ୍ଟିସ୍ ବର୍ମାଙ୍କ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ, ସିଦ୍ଧାର୍ଥ ଲୁଥ୍ରା ଓ ସଂସଦର ଉଭୟ ଗୃହର ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ଉପସ୍ଥିତିରେ ଶୁଣାଣି ହେବା ପରେ ସୁପ୍ରିମ୍କୋର୍ଟ ଜାନୁଆରି ୮ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ।
ଶୁଣାଣି ସମୟରେ ରୋହତାଗି ଓ ଲୁଥ୍ରା ସଂସଦୀୟ କମିଟି ଗଠନରେ ଗ୍ରହଣ କରାଯାଇଥିବା ପଦ୍ଧତି ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ କହିଥିଲେ ଯେ ଜଜ୍ (ତଦନ୍ତ) ଅଧିନିୟମ ୧୯୬୮ ଅନୁଯାୟୀ କେବଳ ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷ ଜଣେ ବିଚାରପତିଙ୍କୁ ପଦରୁ ହଟାଇବା ପ୍ରସ୍ତାବ ଗ୍ରହଣ କରିବାର ଅଧିକାର ପାଇଛନ୍ତି ।
ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରାଯାଇ ନ ଥିବାରୁ ଏବଂ ଉଭୟ ସଦନରେ ଏକା ଦିନରେ ପ୍ରସ୍ତାବ ପାରିତ ହୋଇ ନ ଥିବାରୁ ଜଷ୍ଟିସ୍ ବର୍ମା ମହାଭିଯୋଗ ପ୍ରକ୍ରିୟାକୁ ବିରୋଧ କରିଥିଲେ । ଜଜ୍ ତଦନ୍ତ ଅଧିନିୟମ ଅନୁଯାୟୀ କେବଳ ଲୋକସଭା ଦ୍ୱାରା ଗଠିତ ତିନିଜଣିଆ କମିଟିର ବୈଧତାକୁ ମଧ୍ୟ ସେ ଚ୍ୟାଲେଞ୍ଜ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ପୂର୍ବରୁ ତିନିଜଣିଆ ତଦନ୍ତ କମିଟି ୫୫ରୁ ଅଧିକ ସାକ୍ଷୀଙ୍କୁ ପଚରାଉଚରା କରିବା ପରେ ଜଷ୍ଟିସ୍ ବର୍ମାଙ୍କ ବାସଭବନରୁ ମିଳିଥିବା ବିପୁଳ ପରିମାଣର ଦରପୋଡ଼ା ନଗଦ ଟଙ୍କା ମାମଲାରେ ତାଙ୍କୁ ହଟାଇବାକୁ ସୁପାରିଶ କରିଥିଲା । ପ୍ୟାନେଲ ଏହାର ୬୪ ପୃଷ୍ଠାର ରିପୋର୍ଟରେ ଜଷ୍ଟିସ୍ ର୍ବମାଙ୍କୁ ଦୋଷୀ ସାବ୍ୟସ୍ତ କରିଛି ।
୩୦ ତୋଗଲକ୍ କ୍ରିସେଣ୍ଟ ପରିସରରେ ଥିବା ଷ୍ଟୋର୍ ରୁମରୁ ମିଳିଥିବା ଟଙ୍କା ଏହି କମିଟି ପାଖରେ ରହିଛି। ଏଥିରେ ଆହୁରି କୁହାଯାଇଛି ଯେ, ଜଷ୍ଟିସ୍ ବର୍ମା ଜବତ ଟଙ୍କା ବିଷୟରେ କିଛି ଜାଣିନାହାନ୍ତି ବୋଲି କୌଣସି ଯୁକ୍ତିଯୁକ୍ତ ସ୍ପଷ୍ଟୀକରଣ ଦେଇପାରି ନାହାନ୍ତି। ଯଦି ଟଙ୍କା ତାଙ୍କର ନୁହେଁ ଏବଂ ଯଦି କୌଣସି ଷଡ଼ଯନ୍ତ୍ର ଥିଲା, ତେବେ ସେ କାହିଁକି ଅଭିଯୋଗ କଲେ ନାହିଁ କିମ୍ବା ହାଇକୋର୍ଟର ମୁଖ୍ୟ ବିଚାରପତି କିମ୍ବା ଭାରତର ପ୍ରଧାନ ବିଚାରପତିଙ୍କୁ ଜଣାଇଲେ ନାହିଁ? ତେବେ ଜଷ୍ଟିସ୍ ବର୍ମା ପୁରା ମାମଲାରେ ନିର୍ଦ୍ଦୋଷ ବୋଲି ଦାବି କରି କହିଛନ୍ତି ଯେ, ସେ କୌଣସି ଭୁଲ୍ କିମ୍ବା ଅପରାଧ କରିନାହାନ୍ତି।

Related Topics
Explore more stories