କୋଲକାତା ଲଜ୍ଜା ମାମଲାରେ ପୁଣି ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ଅର୍ଗସ ବ୍ୟୁରୋ: ଆଜି ସାରା ଦେଶର ନଜର ଥିଲା ସୁପ୍ରିମକୋର୍ଟକୁ। କାରଣ ଆଜି ଥିଲା କୋଲକାତା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ସହ ହତ୍ୟା ମାମଲାର ଶୁଣାଣି। ସିବିଆଇ ଏହି ମାମଲରେ ସୁପ୍ରିମକୋର୍ଟରେ ଦାଖଲ କରିଥିଲା ଷ୍ଟାଟର୍ସ ରିପୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ୍ D Y ଚନ୍ଦ୍ରଚୁଡଙ୍କ ନେତୃତ୍ବାଧୀନ ୩ ଜନିଆ ଖଣ୍ଡପୀଠ ଏହି ରିପୋର୍ଟ ଆଧାରରେ ମମତା ସରକାରଙ୍କ ପୋଲିସକୁ ନେଇ ପୁଣି କରିଥିଲେ ଭର୍ସନା। ସିଧାସିଧା ଟିପ୍ପଣୀ କରି କୋର୍ଟ କହିଛନ୍ତି ପଶ୍ଚିମବଙ୍ଗ ପୋଲିସର ବ୍ୟବହାର ଅତ୍ୟନ୍ତ ଲଜ୍ଜାଜନକ। ଏପରିକି ଜଷ୍ଟିସ ପାରଦିୱାଲା କହିଛନ୍ତି ୩୦ ବର୍ଷ ଭିତରେ ଦେଖିନୁ ଏପରି ଲଜ୍ଜାଜନକ ଘଟଣା। ଯେଉଭଳି ଭବେ ପ୍ରଥମେ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁକୁ ସ୍ବାଭାବିକ ମୃତ୍ୟୁ କୁହାଗଲା ଓ ପରେ ପୁଣି ମୃତଦେହ ବ୍ୟବଚ୍ଛେଦ କରାଗଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଦାଲତ। ବିଳମ୍ବରେ ଏଫଆଇଆର କରାଯିବାକୁ ନେଇ କୋର୍ଟ କରିଛନ୍ତି ପ୍ରଶ୍ନ। FIR ଦର୍ଜ୍ କରିବାକୁ ୧୪ ଘଣ୍ଟା କାହିଁକି ଲାଗିଲା ବୋଲି ପଚାରିଛନ୍ତି ଅଦାଲତ।
କୋଲକତା ଦୁଷ୍କର୍ମ : ରାତିରେ ମହିଳାଙ୍କ ଡ୍ୟୁଟି ନପକାଇବାକୁ ବଙ୍ଗ ସରକାରଙ୍କ ଅନୁରୋଧ
ଏଥିସହ ଆନ୍ଦୋଳନରତ ଡାକ୍ତରମାନଙ୍କୁ କାମକୁ ଫେରିବା ପାଇଁ ନିବେଦନ କରିଛନ୍ତି ଅଦାଲତ। ଡାକ୍ତରଖାନାରେ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରାଯିବ ବୋଲି କୋର୍ଟ ଦେଇଛନ୍ତି ଭରସା। ଏଥିସହ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା କରି ଡାକ୍ତରଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଶୁଣାଣି ସମୟରେ ପଶ୍ଚିମବଙ୍ଗ ସରକାରଙ୍କ ଓକିଲ କପିଲ ସିବଲ ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ମଧ୍ୟରେ ଅନେକ ଯୁକ୍ତିତର୍କ ହୋଇଥିଲା।
📱 Get Argus News App
✨ଅଧିକ ପଢ଼ନ୍ତୁ ଭାରତ ଖବର