ଗୋଟିଏ ଗଛ କଟା ପାଇଁ ୧ ଲକ୍ଷ ଜରିମାନା

ବହୁ ସଂଖ୍ୟାରେ ଗଛ କାଟିବା ମଣିଷ ମାରିବା ସହିତ ସମାନ। ମଣିଷକୁ ହତ୍ୟା କରିବା ଯାହା ବହୁ ସଂଖ୍ୟାରେ ଗଛ କାଟିବା ତାହା। ତେଣୁ ପରିବେଶକୁ କ୍ଷତି ପହଞ୍ଚାଉଥିବା ବ୍ୟକ୍ତିକୁ କ୍ଷମା କରିବା ଉଚିତ୍ ନୁହେଁ। ଆଗ୍ରାର ତାଜମହଲ ଆଖପାଖରୁ ବେଆଇନ୍ ଭାବେ କଟାଯାଉଥିବା ଗଛ ମାମଲାର ଶୁଣାଣୀ କରି ଏମିତି କହିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। ସର୍ବୋଚ୍ଚ ଅଦାଲତ ଆହୁରି ମଧ୍ୟ କହିଛନ୍ତି ପ୍ରତ୍ୟେକ ଗଛ ପାଇଁ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଯାଚିକାର ଶୁଣାଣୀ କରି ଖଣ୍ଡପୀଠ କହିଛନ୍ତି ଗଛ କାଟିବାକୁ ହାଲୁକା ଭାବେ ନିଆଯାଇ ପାରିବ ନାହିଁ।
ସୂଚନାଯୋଗ୍ୟ : ସିଇସି ରିପୋର୍ଟ ଅନୁସାରେ ଶିବ ଶଙ୍କର ଅଗ୍ରୱାଲଙ୍କ ଦ୍ବାରା ୪୫୪ ଟି ଗଛ କଟାଯାଇଛି। ପ୍ରତି ଗଛ ପାଇଁ ସିଇସି ୧ ଲକ୍ଷ ଟଙ୍କା ହିସାବରେ ମୋଟ ୪ କୋଟି ୫୪ ଲକ୍ଷ ଟଙ୍କା ଜରିମାନା ଲଗାଇଥିଲେ। ଅଭିଯୁକ୍ତ କୋର୍ଟଙ୍କୁ ଦଣ୍ଡର ପରିମାଣ କମାଇବାକୁ ନିବେଦନ କରିଥିଲେ। କୋର୍ଟ ଜରିମାନା ପରିମାଣ ହ୍ରାସ କରିବାକୁ ମନା କରି ଦେଇଛନ୍ତି।
📱 Get Argus News App
✨ବିନା ଅନୁମତିରେ ଗଛ କଟା ଯାଇଥିବାରୁ ସଂରକ୍ଷିତ ତାଜ ଟ୍ରାପିଜିୟମରେ ଏତିକି ଜଙ୍ଗଲ କରିବାକୁ ୧୦୦ ବର୍ଷରୁ ଅଧିକ ସମୟ ଲାଗିଯିବ। ତାଜ ଟ୍ରାପିଜିୟମ୍ ଜୋନ୍ ହେଉଛି ଐତିହ୍ୟ ସ୍ମାରକୀ ଚାରିପାଖରେ ଏକ ସଂରକ୍ଷିତ ଅଞ୍ଚଳ। ଏହି ଐତିହାସିକ ସ୍ଥଳଗୁଡ଼ିକୁ ବିପଦରେ ପକାଇଥିବା ପ୍ରଦୂଷଣ ଏବଂ ପରିବେଶଗତ ଅବକ୍ଷୟକୁ ରୋକିବା ପାଇଁ ଏହା ପ୍ରତିଷ୍ଠା କରାଯାଇଥିଲା। ୧୯୯୬ ମସିହାରେ କୋର୍ଟ ଟିଟିଜେଡରେ ବଡ଼ ଧରଣର ବୃକ୍ଷରୋପଣ ପାଇଁ ନିର୍ଦ୍ଦେଶ ଦେଇଥିଲେ।