Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସହମତିରେ ସମ୍ପର୍କ ରଖି ଦୁଷ୍କର୍ମ ଅଭିଯୋଗ ଉଚିତ୍ ନୁହେଁ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ସହମତିରେ ସମ୍ପର୍କ ରଖି ଦୁଷ୍କର୍ମ ଅଭିଯୋଗ ଉଚିତ୍ ନୁହେଁ

ସହମତିରେ ସମ୍ପର୍କ ରଖି ବାହାଘର ନହେଲେ ଦୁଷ୍କର୍ମ ଅଭିଯୋଗ ଆଣି ପାରିବେ ନାହିଁ ମହିଳା! ଏକ ମାମଲାର ଶୁଣାଣୀ କରି ଏମିତି କହିଛନ୍ତି ସୁପ୍ରିମକୋର୍ଟ। ସାବାଳିକା ପୁରୁଷ ବନ୍ଧୁଙ୍କ ସହିତ ସମ୍ପର୍କରେ ଥିବା ବେଳେ ଶାରୀରିକ ସମ୍ପର୍କ ରଖିଥିବେ, ପରେ ଯେତବେଳେ କୌଣସି କାରଣ ପାଇଁ ବ୍ରେକ୍ଅପ ହୋଇଯିବ, କିମ୍ବା ବିବାହ ଭାଙ୍ଗିଯିବ ସେ ମାମଲାରେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଲେ ସମ୍ପୃକ୍ତ ମହିଳାଙ୍କୁ ପୀଡିତା ବୋଲି କୁହାଯିବ ନାହିଁ।


ଏମିତି ଏକ ଘଟଣାକୁ ନେଇ ଦାଖଲ ଆବେଦନର ଶୁଣାଣି କରି ଜଷ୍ଟିସ୍‌ ଏମ୍‌.ଏମ୍‌. ସୁନ୍ଦରରେଶ ଏବଂ ରାଜେଶ ବିନ୍ଦାଲଙ୍କ ଖଣ୍ଡପୀଠ ଏମିତି ଚରମ ବାଣୀ ଶୁଣାଇଛନ୍ତି। କହିଛନ୍ତି ପ୍ରେମରେ ଥାଇ ସମ୍ପର୍କ ରଖିବା, ଆଉ ପ୍ରେମ ଭାଙ୍ଗିଗଲେ ପୁରୁଷ ବନ୍ଧୁଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିବା ଦୁର୍ଭାଗ୍ୟଜନକ । ଏଭଳି ମିଥ୍ୟା ଅଭିଯୋଗ ଆଣିବା ଉଚିତ୍ ନୁହେଁ । ତେଣୁ ଏଭଳି ମାମଲାରେ ଝିଅଙ୍କୁ ପୀଡ଼ିତା ଭାବେ ଦେଖାଯାଇ ପାରିବ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୂଚନାଯୋଗ୍ୟ: ଜଣେ ଝିଅ ତାଙ୍କ ପୁରୁଷ ବନ୍ଧୁଙ୍କ ନାମରେ ଅଭିଯୋଗ କରିଛନ୍ତି, ପୁରୁଷ ବନ୍ଧୁଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲା। ବିବାହର ମିଛ ପ୍ରତିଶୃତି ଦେଇ ପୁରୁଷ ବନ୍ଧୁ ତାଙ୍କ ସହିତ ସମ୍ପର୍କ ରଖିଥିଲେ। ମିଛ ପ୍ରତିଶୃତି ଦେଇ ପୁରୁଷ ବନ୍ଧୁ ତାଙ୍କୁ ବଳତ୍କାର କରିଥିବା ସେ ଅଭିଯୋଗ ଆଣିଛନ୍ତି। ଯାହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ପୁରୁଷ ବନ୍ଧୁ। ଖଣ୍ଡପୀଠ ପୁରୁଷ ବନ୍ଧୁଙ୍କ ଆବେଦନର ଶୁଣାଣି କରିବାକୁ ରାଜି ହୋଇଛନ୍ତି।

Sponsored
Supreme Court says it is unfortunate to file a rape complaint if love is broken | Argus News