Videos
|
National

ହେମନ୍ତ ସୋରେନଙ୍କ ଜାମିନ ଖାରଜ

Rashmita Mishra
Browse all articles by Rashmita Mishra
·2 years ago·1 min read
ହେମନ୍ତ ସୋରେନଙ୍କ ଜାମିନ ଖାରଜ

ଝାଡଖଣ୍ଡର : ଝାଡଖଣ୍ଡର ପୂର୍ବତନ ସିଏମ ହେମନ୍ତ ସୋରେନଙ୍କୁ ଜାନୁଆରୀ ୩୧ରେ ଜମି ଜମା ମାମଲାରେ ଇଡି ଗିରଫ କରିଥିଲା। ହେମନ୍ତ ତାଙ୍କ ପଦରୁ ଇସ୍ତଫା ଦେଇସାରିଛନ୍ତି। ଏବେ ହେମନ୍ତ ତାଙ୍କ ଗିରଫ ହେବା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ତାଙ୍କର ଗିରଫହେବାକୁ ନେଇ ହାଇକୋର୍ଟ ତାଙ୍କୁ ରାୟ ପ୍ରଦାନ କରୁନାହାଁନ୍ତି ବୋଲି ସେ ତାଙ୍କ ଆବେଦନରେ କହିଛନ୍ତି। ବର୍ତ୍ତମାନ ହେମନ୍ତ ସୋରେନଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଇଡିଙ୍କୁ ନୋଟିସ ଜାରି କରିଛି ।

ପୂର୍ବରୁ ହେମନ୍ତ ସୋରେନ ତାଙ୍କ ମାମୁଁଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ କୋର୍ଟରୁ ୧୩ ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ। ଏହି ମାମଲାର ଶୁଣାଣି ବେଳେ କୋର୍ଟ ହେମନ୍ତ ସୋରେନଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ।

ଆସନ୍ତା ୬ତାରିଖରେ ଶୁଣାଣି ହେବ:-
ହେମନ୍ତ ସୋରେନଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଇଡିଙ୍କୁ ନୋଟିସ ଜାରି କରିଛନ୍ତି। ଇଡି କୋର୍ଟରେ ଉତ୍ତର ଦେବାକୁ ପଡିବ | ସୋରେନ ତାଙ୍କ ପିଟିସନରେ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଛନ୍ତି। ଆସନ୍ତା ମେ୬ ରେ କୋର୍ଟ ଏହି ମାମଲାର ଶୁଣାଣି କରିବେ। ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଯଦି ହାଇକୋର୍ଟ ଚାହାଁନ୍ତି ତେବେ ଏହା ମଧ୍ୟରେ ସୋରେନଙ୍କ ଆବେଦନ ଉପରେ ନିର୍ଦ୍ଦେଶ ଦେଇପାରିବେ। ଯେଉଁଥିରେ ସୋରେନ ଗିରଫକୁ ପ୍ରତିବାଦ କରିଛନ୍ତି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
supreme-court-sent-notice-to-ed-on-the-petition-of-former-cm-hemant-soren-challenging-his-arrest | Argus News