Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

SC stray dogs: ସୁପ୍ରିମକୋର୍ଟରେ ଜିତିଲେ ପଶୁପ୍ରେମୀ, ବନ୍ଧ୍ୟାକରଣ ପରେ କୁକୁରଙ୍କୁ ଛାଡ଼ିଦେବାକୁ ନିର୍ଦ୍ଦେଶ

Sushanta Sahoo
Browse all articles by Sushanta Sahoo
·10 months ago·2 min read
SC stray dogs: ସୁପ୍ରିମକୋର୍ଟରେ ଜିତିଲେ ପଶୁପ୍ରେମୀ, ବନ୍ଧ୍ୟାକରଣ ପରେ କୁକୁରଙ୍କୁ ଛାଡ଼ିଦେବାକୁ ନିର୍ଦ୍ଦେଶ

Key Points

ବୁଲା କୁକୁର ମାମଲାରେ ପଶୁ ପ୍ରେମୀଙ୍କ ବଡ଼ ବିଜୟ ହୋଇଛି । ଧରା ଯାଇ ସେଲ୍ଟର ହୋମ୍‌ରେ ରଖା ଯାଇଥିବା ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଓ ଟୀକାକରଣ ପରେ ପୁଣି ଥରେ ସେହି ଅଞ୍ଚଳରେ ଛାଡ଼ିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର୍ ବୁଲା କୁକୁର ମାମଲାରେ ପଶୁ ପ୍ରେମୀଙ୍କ ବଡ଼ ବିଜୟ ହୋଇଛି । ଧରା ଯାଇ ସେଲ୍ଟର ହୋମ୍‌ରେ ରଖା ଯାଇଥିବା ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଓ ଟୀକାକରଣ ପରେ ପୁଣି ଥରେ ସେହି ଅଞ୍ଚଳରେ ଛାଡ଼ିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ୩ ଜଣିଆ ଖଣ୍ଡପୀଠରେ ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସନ୍ଦୀପ ମେହେଟ୍ଟା ଓ ଜଷ୍ଟିସ ଏନବି ଅଞ୍ଜରିଆ ରହିଛନ୍ତି ।


ପୂର୍ବରୁ ସୁପ୍ରିମକୋର୍ଟ ବୁଲା କୁକୁରଙ୍କୁ ଧରି ନେଇ ସେଲ୍ଟର ହୋମରେ ରଖିବା ପାଇଁ ଦେଇଥିବା ନିର୍ଦ୍ଦେଶନାମାରେ ସଂଶୋଧନ କରିଛନ୍ତି । ତେବେ ଆଜି ସର୍ବୋଚ୍ଚ ନ୍ୟାୟାଳୟ ନେଇଥିବା ନିଷ୍ପତ୍ତିରେ କେତେକ ନିଷ୍ପତ୍ତିକୁ କଡ଼ାକଡ଼ି ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । କୋର୍ଟ କହିଛନ୍ତି, ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କୁ ଖାଇବାକୁ ଦେବା ଉପରେ ପ୍ରତିବନ୍ଧକ ରହିବ । ସର୍ବସାଧାରଣ ସ୍ଥାନରେ କୁକୁରଙ୍କୁ ଖାଇବାକୁ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।


ବୁଲା କୁକୁରଙ୍କୁ ଖାଇବାକୁ ଦେବା ଲାଗି ଅଲଗା ଭାବେ ସ୍ଥାନ ଚିହ୍ନଟ କରାଯିବ । କେବଳ ନିର୍ଦ୍ଧାରିତ ସ୍ଥାନରେ ହିଁ ବୁଲା କୁକୁରଙ୍କୁ ଖାଇବାକୁ ଦେଇ ହେବ । ତେବେ ରୋଗାକ୍ରାନ୍ତ ଏବଂ ହିଂସ୍ର କୁକୁରଙ୍କୁ ସେଲ୍ଟର ହୋମ୍‌ରେ ରଖିବା ଲାଗି କହିଛନ୍ତି ସୁପ୍ରିମକୋର୍ଟ । ଏ ନେଇ କୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟକୁ ନୋଟିସ୍ ମଧ୍ୟ ଜାରି କରିଛନ୍ତି ।


କ'ଣ ଥିଲା ୨ ଜଣିଆ ଖଣ୍ଡପୀଠର ନିଷ୍ପତ୍ତି ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ପୂର୍ବରୁ ଅଗଷ୍ଟ ୧୧ ସୋମବାର ସୁପ୍ରିମକୋର୍ଟର ୨ ଜଣିଆ ଖଣ୍ଡପୀଠ ଦିଲ୍ଲୀ-ଏନସିଆରର ସମସ୍ତ ଅଞ୍ଚଳରୁ ବୁଲା କୁକୁରଙ୍କୁ ଡଗ୍ ସେଲ୍ଟରକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ କୁକୁର ଯେପରି ପୁଣି ସଡ଼କ, ଗଳି ଆଦିକୁ ନ ଆସିବେ ସୁନିଶ୍ଚିତ କରିବାକୁ କହିଥିଲେ । ଜଷ୍ଟିସ୍ ଜେବ ପାରଦିବାଲା ଓ ଆର୍. ମହାଦେବନଙ୍କ ଖଣ୍ଡପୀଠ ଅଗଷ୍ଟ ୧୧ରେ ନିର୍ଦ୍ଦେଶ ପାରିତ କରିଥିଲେ ।


ତେବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ପଶୁପ୍ରେମୀ ଓ ସମାଜର ଅନେକ ବର୍ଗ ନିରାଶ ହେବା ସହ ନିଷ୍ପତ୍ତିର ପୁନର୍ବିଚାର ଦାବି କରିଥିଲେ । ଅଗଷ୍ଟ ୧୪ରେ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଆବେଦନର ଶୁଣାଣି କରିବା ସହ ରାୟକୁ ସଂରକ୍ଷିତ ରଖିଥିଲେ । ଆଉ ଆଜି ସର୍ବୋଚ୍ଚ ଅଦାଲତଙ୍କ ରାୟ ପଶୁପ୍ରେମୀଙ୍କ ସପକ୍ଷରେ ଆସିଛି ।


ଦେଶ ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ 


Sponsored
Supreme Court Allows Return of Stray Dogs After Sterilization and Vaccination | Argus News | Argus News