Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

'ଭାରତ ଧର୍ମଶାଳା ନୁହେଁ' - ଶରଣାର୍ଥୀଙ୍କ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
'ଭାରତ ଧର୍ମଶାଳା ନୁହେଁ' - ଶରଣାର୍ଥୀଙ୍କ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ

Key Points

ଭାରତ ଧର୍ମଶାଳା ନୁହେଁ । ଶରଣାର୍ଥୀଙ୍କ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରି ସୁପ୍ରିମକୋର୍ଟ ଦେଇଛନ୍ତି ଏପରି କଡା ଟିପ୍ପଣୀ । ସାରା ବିଶ୍ୱରୁ ଆସୁଥିବା ଲୋକଙ୍କୁ ଆଶ୍ରୟ ଦେବାର କୌଣସି ଯଥାର୍ଥତା ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ ।

ଭାରତ ଧର୍ମଶାଳା ନୁହେଁ । ଶରଣାର୍ଥୀଙ୍କ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରି ସୁପ୍ରିମକୋର୍ଟ ଦେଇଛନ୍ତି ଏପରି କଡା ଟିପ୍ପଣୀ । ସାରା ବିଶ୍ୱରୁ ଆସୁଥିବା ଲୋକଙ୍କୁ ଆଶ୍ରୟ ଦେବାର କୌଣସି ଯଥାର୍ଥତା ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ । ବିଶାଳ ଜନସଂଖ୍ୟାକୁ ନେଇ ଭାରତରେ ସମସ୍ୟା ଲାଗି ରହିଥିବାବେଳେ ବିଶ୍ବର ସବୁ ସ୍ଥାନରୁ ଆସୁଥିବା ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ସମ୍ଭବ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।


ଜଣେ ଶରଣାର୍ଥୀ ଭାରତରେ ଆଶ୍ରୟ ଦାବିରେ କରିଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଏହାସହିତ ଶ୍ରୀଲଙ୍କାରୁ ତାମିଲ ଶରଣାର୍ଥୀଙ୍କ ଅଟକ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି ଜଷ୍ଟିସ୍ ଦୀପଙ୍କର ଦତ୍ତା । ଜଣେ ଶ୍ରୀଲଙ୍କା ନାଗରିକ କୌଣସି ଇମିଗ୍ରେସନ ପ୍ରକ୍ରିୟା ବିନା ଭାରତରେ ତିନି ବର୍ଷ ଧରି ରହିଛନ୍ତି। ନିଜ ଦେଶରେ ବିପଦ ଥିବାରୁ ସେ ଭାରତରେ ରହିବାକୁ ଆବେଦନ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Supreme Court takes tough stance on refugee issue | Argus News