Videos
|
National

ବୁଲା କୁକୁର ନିୟମରେ ନିଷ୍କ୍ରିୟତା ମାମଲାରେ ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
ବୁଲା କୁକୁର ନିୟମରେ ନିଷ୍କ୍ରିୟତା ମାମଲାରେ ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ

Key Points

ବୁଲା କୁକୁର ମାମଲାରେ ଆଜି ଆସିବ ସୁପ୍ରିମ ରାୟ

ଶୁଣାଣି ଶେଷ ହୋଇଥିଲେ ବି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ କରିଥିଲେ ଶୁଣାଣି

ବୁଲା କୁକୁର ନିୟମରେ ନିଷ୍କ୍ରିୟତା ମାମଲାରେ ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ । ଗତ ଗୁରୁବାର ଶୁଣାଣିରେ ଦିଲ୍ଲୀ ସରକାର ଓ ଦିଲ୍ଲୀ ନଗର ନିଗମକୁ ରିପୋର୍ଟକୁ ତଲବ କରିଥିଲେ ସୁପ୍ରିମକୋର୍ଟ । ମାମଲାକୁ ଶୁଣାଣି ଶେଷ ହୋଇଥିଲେ ବି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀ ଏନସିଆରରୁ ବୁଲା କୁକୁରଙ୍କୁ ହଟାଇବା ପ୍ରସଙ୍ଗରେ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରିଥିଲେ । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସନ୍ଦୀପ ମେହେଟ୍ଟା ଓ ଜଷ୍ଟିସ୍ ଏନ.ଭି. ଅଞ୍ଜାରିଆଙ୍କ ଖଣ୍ଡପୀଠ ସମସ୍ତ ପକ୍ଷଙ୍କ ଶୁଣାଣି ପରେ ‘ଅନ୍ତରୀଣ ରୋକ’ ଲାଗି ରୁଜୁ ପିଟିସନ ଉପରେ ରାୟ ସଂରକ୍ଷିତ ରଖିଥିଲେ ।


ଦିଲ୍ଲୀରେ କୁକୁର କାମୁଡ଼ାରେ ଲୋକଙ୍କ ଜୀବନ ଯାଉଥିଲେ ବି ପଶୁ ବୋର୍ଡ ଓ ପ୍ରାଧିକରଣ କିଛି କରୁନଥିବା କହିଥିଲେ ସୁପ୍ରିମକୋର୍ଟ । ଦିଲ୍ଲୀ, ନୋଏଡା, ଗାଜିୟାବାଦ,ଗୁରୁଗ୍ରାମ ଓ ଫରିଦାବାଦରେ ୮ ସପ୍ତାହରେ ସବୁ ବୁଲା କୁକୁରଙ୍କୁ ଧରି ସମର୍ପିତ ଆଶ୍ରୟ ସ୍ଥଳରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଡବ୍ଲୁଏଚଓ ତଥ୍ୟ କହୁଛି ପ୍ରତି ବର୍ଷ ୩୦୫ ଜଣଙ୍କ ମୃତ୍ୟୁ ହେଉଛି, ଯେଉଁମାନଙ୍କ ମଧ୍ୟରେ ଅଧିକାଂଶଙ୍କ ବୟସ ୧୫ ବର୍ଷରୁ କମ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Supreme Court to deliver verdict on stray dog ​​law inaction case today | Argus News