Videos
|
National

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି: ୧୪ ବର୍ଷୀୟା ଦୁଷ୍କର୍ମ ପୀଡିତା ନାବାଳିକାଙ୍କୁ ଗର୍ଭପାତ ଅନୁମତି

Ritu Das
Browse all articles by Ritu Das
·2 years ago·1 min read
ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି:  ୧୪ ବର୍ଷୀୟା ଦୁଷ୍କର୍ମ ପୀଡିତା ନାବାଳିକାଙ୍କୁ ଗର୍ଭପାତ ଅନୁମତି

ଅର୍ଗସ ବ୍ୟୁରୋ: ସୋମବାର ଦିନ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । କୋର୍ଟଙ୍କ ତରଫରୁ ୧୪ ବର୍ଷୀୟ ଜଣେ ଦୁଷ୍କର୍ମ ପୀଡିତାଙ୍କୁ ଆଶ୍ୱସ୍ତି ଦେବାକୁ ଯାଇ ୩୦ ସପ୍ତାହର ଗର୍ଭକୁ ନଷ୍ଟ କରିବାକୁ ଅନୁମତି ଦେଇଛନ୍ତି । କୋର୍ଟଙ୍କ ତରଫରୁ ଚିକିତ୍ସା ସମାପ୍ତ କରିବାକୁ ଅନୁମତି ଦେବା ସହ ବମ୍ବେ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିଛନ୍ତି। 
ମାମଲାର ଶୁଣାଣି କରୁଥିବା ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତା ପୀଠ ମୁମ୍ବାଇର ଲୋକମାନ୍ୟ ତିଳକ ହସ୍ପିଟାଲର ଡିନଙ୍କୁ ପୀଡିତାଙ୍କ ଗର୍ଭପାତ ପାଇଁ ଚିକିତ୍ସା ଟିମ୍ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଥାଉ କି, ଜଣେ ୧୪ ବର୍ଷୀୟ ଦୁଷ୍କର୍ମ ପୀଡିତାଙ୍କ ମା’ ବମ୍ବେ ହାଇକୋର୍ଟର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । କାରଣ ବମ୍ବେ ହାଇକୋର୍ଟ ନାବାଳିକାଙ୍କ ଗର୍ଭପାତ କରାଇବା ଉପରେ ରୋକ୍ ଲଗାଇଥିଲା ।

କୋର୍ଟ ଏପ୍ରିଲ ୧୯ ତାରିଖରେ ନାବାଳିକଙ୍କ ଚିକିତ୍ସା ସମ୍ବନ୍ଧୀୟ ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ମୁମ୍ବାଇର ସାୟନ ସ୍ଥିତ ହସ୍ପିଟାଲକୁ ଏ ବାବଦରେ ରିପୋର୍ଟ ଦେବାକୁ କୁହାଯାଇଥିଲା। କୋର୍ଟ ହସ୍ପିଟାଲକୁ ପଚାରି ଥିଲେ କି, ଯଦି ପୀଡିତା ମେଡିକାଲରେ ଗର୍ଭପାତ କରନ୍ତି ବା ନ କରିବାକୁ ଡାକ୍ତର ପରାମର୍ଶ ଦିଅନ୍ତି ତେବେ ଏହା ପୀଡିତାଙ୍କ ଶାରିରୀକ ଓ ମାନସିକ ସ୍ଥିତି ଉପରେ କ’ଣ ପ୍ରଭାବ ପକାଇବ ?

ଗର୍ଭପାତ ଚିକିତ୍ସକୀୟ ଅଧିନିୟମ କ୍ରମରେ ବିବାହିତ ମହିଳାଙ୍କ ସହ ବିଶେଷ ଶ୍ରେଣୀର ମହିଳାମାନେ ସର୍ବାଧିକ ୨୪ ସପ୍ତାହର ଗର୍ଭକୁ ନଷ୍ଟ କରିପାରିବେ । ଏହି ବିଶେଷ ଶ୍ରେଣୀ ମଧ୍ୟରେ ଦୁଷ୍କର୍ମ ପୀଡିତା ଓ ଦିବ୍ୟାଙ୍ଗ ମହିଳା ସାମିଲ ଅଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର