NEET-PG ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

Key Points
ନିଟ୍-ପିଜି ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି
ମାମଲାର ଶୁଣାଣି କରି NBTକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
୨ଟି ସିଟିଂରେ ପରୀକ୍ଷା କରିବାକୁ NBTର ଆବେଦନକୁ ପ୍ରତ୍ୟାଖ୍ୟାନ
୨ଟି ସିଟିଂରେ ପରୀକ୍ଷାକୁ ଭୁଲ୍ ଦର୍ଶାଇଲେ ସୁପ୍ରିମକୋର୍ଟ
ନିଟ୍-ପିଜି ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି । ଏଣିକି ଗୋଟିଏ ସିଟିଂରେ ହେବ ନିଟ୍-ପିଜି ପରୀକ୍ଷା । ନିଟ୍-ପିଜି ୨୦୨୫ ପରୀକ୍ଷାକୁ ୨ଟି ସିଟିଂରେ କରିବାକୁ ପ୍ରସ୍ତାବ ସମ୍ପର୍କିତ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଆବେଦନ ଉପରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ୨ଟି ସିଟିଂରେ ପରୀକ୍ଷା ଆୟୋଜନ ଫଳରେ ସମସ୍ୟା ସୃଷ୍ଟି ହେଉଛି । ତେଣୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଗୋଟିଏ ସିଫ୍ଟରେ ପରୀକ୍ଷା ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ପୂର୍ବ ନିର୍ଦ୍ଧାରିତ ଜୁନ୍ ୧୫ ତାରିଖରେ ହେବାକୁ ଯାଉଛି ନିଟ୍-ପିଜି ପରୀକ୍ଷା । ମୁଖ୍ୟ ବିଚାରପତି ବି ଆର ଗଭାଇ ଓ ବିଚାରପତି ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ପରୀକ୍ଷା ଆୟୋଜନରେ ସ୍ୱଚ୍ଛତା ସୁନିଶ୍ଚିତ କରିବାକୁ NTAକୁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ ଗତ ମେ ୫ ତାରିଖରେ ଆବେଦନ ଉପରେ ଜାତୀୟ ପରୀକ୍ଷା ବୋର୍ଡ, ଜାତୀୟ ଚିକିତ୍ସା ଆୟୋଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟଠାରୁ ଜବାବ ମାଗିଥିଲେ ।