ଦିଲ୍ଲୀ ଜଳସଙ୍କଟ ନେଇ ବଡ଼ ଫଇସଲା : ୧୩୭ କ୍ୟୁସେକ ପାଣି ଛାଡିବାକୁ ହିମାଚଳକୁ କୋର୍ଟଙ୍କ ନିର୍ଦ୍ଦେଶ
·2 years ago·1 min read

ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁ ପରେ ଦିଲ୍ଲୀରେ ଦେଖାଦେଇଛି ଜଳସଙ୍କଟ। ଯାହାକି ସମସ୍ତଙ୍କୁ ଚକିତ କରିଛି। ରାଜଧାନୀ ଦିଲ୍ଲୀରେ ଜଳ ସଙ୍କଟ ଦୂର କରିବା ନେଇ ସୁପ୍ରିମକୋର୍ଟଙ୍କ ବଡ ନିର୍ଦ୍ଦେଶ । ହିମାଚଳ ପ୍ରଦେଶ ଓ ହରିୟାଣା ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ। ଦିଲ୍ଲୀକୁ ୧୩୭ କ୍ୟୁସେକ୍ ଅତିରିକ୍ତ ଜଳ ମୁକ୍ତ କରିବାକୁ ହିମାଚଳ ପ୍ରଦେଶକୁ କହିଛନ୍ତି କୋର୍ଟ। ଏହାସହ ନିରବଚ୍ଛିନ୍ନ ଜଳ ଯୋଗାଣ ପାଇଁ ହରିୟାଣାକୁ ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମକୋର୍ଟ ଆହୁରି କହିଛନ୍ତି, ପାଣିକୁ ନେଇ କୌଣସି ରାଜନୀତି ହେବା ଠିକ୍ ନୁହଁ ।
ଦିଲ୍ଲୀରେ ପ୍ରବଳ ଗରମ ଲାଗି ରହିଥିବା ବେଳେ ଏବେ ଘୋର ଜଳ ସଙ୍କଟ ଦେଖାଦେଇଛି। ଏନେଇ ହରିୟାଣା, ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶରୁ ଅତିରିକ୍ତ ଜଳଯୋଗାଣ ପାଇଁ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କ ପାଖରେ ଆବେଦନ କରିଥିଲେ। କୋର୍ଟ ଏହା ଉପରେ ଶୁଣାଣି କରି ଉଭୟ ହିମାଚଳ ପ୍ରଦେଶ ଓ ହରିୟାଣା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: