Videos
|
National

Plane Crash / କିଏ ଏହି ସୁପ୍ରିୟା ସୁଲେ, ମୃତ ଅଜିତଙ୍କ ସହ ତାଙ୍କର ସମ୍ପର୍କ କଣ ?

Banajyotshna Ray
Browse all articles by Banajyotshna Ray
·7 months ago·2 min read
କିଏ ଏହି ସୁପ୍ରିୟା ସୁଲେ, ମୃତ ଅଜିତଙ୍କ ସହ ତାଙ୍କର ସମ୍ପର୍କ କଣ ?
Plane Crash

Key Points

ଅଜିତ ପାୱାରଙ୍କ ପରିବାରରେ କିଏ ଅଛନ୍ତି?
କିଏ ଏହି ସୁପ୍ରିୟା ସୁଲେ, କାହିଁକି ତାଙ୍କୁ ନେଇ ଏତେ ଚର୍ଚ୍ଚା ?
ଆଉ ନାହାନ୍ତି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର। ବିମାନ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଛି। ମହାରାଷ୍ଟ୍ରର ୬ଥର ଉପମୁଖ୍ୟମନ୍ତ୍ରୀ ରହିଥିବା ଅଜିତ ପାଓ୍ବାରଙ୍କ ମୃତ୍ୟୁ ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ବୁଧବାର ସକାଳେ ଅଜିତ୍ ପାୱାର ମୁମ୍ୱାଇରୁ ବାରାମତୀ ଅଭିମୁଖେ ସ୍ୱତନ୍ତ୍ର ବିମାନରେ ଯାତ୍ରା କରୁଥିଲେ । ସକାଳ ଠିକ୍ 8ଟା 45 ରେ ବିମାନଟି ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତାଙ୍କ ମୃତ୍ୟୁରେ ରାଜନୀତି ଜଗତରେ ଶୋକରେ ଛାୟା ଖେଳିଯାଇଛି। କିନ୍ତୁ ବଡ଼ କଥା ହେଉଛି ଯେ, ଅଜିତ୍‌ଙ୍କ ମୃତ୍ୟୁ ପରେ ଖୋଲୁଛି ଗୋଟେ ପରେ ଗୋଟେ ଗୁମର।

କେତେବେଳେ ତାଙ୍କ ସମ୍ପତ୍ତିକୁ ନେଇ ପ୍ରଶ୍ନ ଉଠୁଛି ତ କେତେବେଳେ ଏନସିପିର ଭାର କିଏ ସମ୍ଭାଳିବ ତାକୁ ନେଇ ପ୍ରଶ୍ନ ଉଠୁଛି। ଏହାସହ ସୁପ୍ରିୟା ସୁଲେ କିଏ ତାହା ବଡ଼ ପ୍ରଶ୍ନ। ସୁପ୍ରିୟା ସୁଲେଙ୍କ ସହ ଅଜିତ୍‌ଙ୍କର ସମ୍ପର୍କ କଣ ଥିଲା ବୋଲି ସାଧାରଣରେ ବଡ଼ ପ୍ରଶ୍ନ। ମହାରାଷ୍ଟ୍ର ରାଜନୀତିରେ ପାୱାର ଜଣେ ପ୍ରଭାବଶାଳି ନେତା ଭାବେ ପରିଚିତ । ୨୦୧୦ ମସିହାରେ ପ୍ରଥମେ ଉପମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ଷଷ୍ଠ ବା ଶେଷଥର ପାଇଁ ସେ ୨୦୨୪ ମସିହାରେ ଉପମୁଖ୍ୟମନ୍ତ୍ରୀ ପଦ ପାଇଥିଲେ । ଅଜିତ ପାୱାର ମହାରାଷ୍ଟ୍ରର ଏକ ପ୍ରମୁଖ ରାଜନୈତିକ ପରିବାରରୁ ଆସିଛନ୍ତି । ସେ NCP ନେତା ଶରଦ ପାଓ୍ବାରଙ୍କ ପୁତୁରା ।

ସୁପ୍ରିୟା ସୁଲେଙ୍କ ସହ ଅଜିତ ପାୱାରଙ୍କ ସମ୍ପର୍କ କ’ଣ?

ସୁପ୍ରିୟା ସୁଲେ ଶରଦ ପାୱାରଙ୍କ ଝିଅ। ସେ ଜଣେ ଏନସିପି ନେତା ଏବଂ ବର୍ତ୍ତମାନର ସାଂସଦ । ଯେତେବେଳେ ଅଜିତ ପାୱାର 2023 ମସିହାରେ ଏନସିପି ଛାଡି ବିଜେପିରେ ଯୋଗ ଦେଇଥିଲେ, ସେ କହିଥିଲେ ଯେ ଏହା ତାଙ୍କର ନିଷ୍ପତ୍ତି, କିନ୍ତୁ ଅଜିତ ପାୱାରଙ୍କ ସହ ତାଙ୍କର ସମ୍ପର୍କ କେବେ ପରିବର୍ତ୍ତନ ହେବନି।ଅଜିତ ପାୱାରଙ୍କ ଭାଇଭଉଣୀମାନଙ୍କ ବିଷୟରେ କହିବାକୁ ଗଲେ, ତାଙ୍କ ବଡ଼ ଭାଇ ଶ୍ରୀନିବାସ ପାୱାର ଜଣେ ବିଶିଷ୍ଟ ବ୍ୟବସାୟୀ। ତାଙ୍କର ବ୍ୟବସାୟ କୃଷିଠାରୁ ଆରମ୍ଭ କରି ଅଟୋମୋବାଇଲ କ୍ଷେତ୍ର ପର୍ଯ୍ୟନ୍ତ। କୁହାଯାଏ ଯେ ଶ୍ରୀନିବାସ ପାୱାର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ତାଙ୍କ ସାନ ଭାଇ ଅଜିତଙ୍କୁ ନିରନ୍ତର ପରାମର୍ଶ ଦେଉଥିଲେ। ତାଙ୍କ ଭଉଣୀ ବିଜୟା ପାଟିଲ ଗଣମାଧ୍ୟମରେ କାମ କରନ୍ତି । ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେ ହେଉଛନ୍ତି ଅଜିତ ପାଓ୍ବାରଙ୍କ ଭଉଣୀ । ଯିଏକି ଏବେ ସାଂସଦ ଅଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଜିତ ପାଓ୍ବାରଙ୍କ ବାପା ଅନନ୍ତରାଓ ପ୍ରସିଦ୍ଧ ନିର୍ଦ୍ଦେଶକ ଭି. ଶାନ୍ତାରାମଙ୍କ ସହ ରାଜକମଲ ଷ୍ଟୁଡିଓରେ କାମ କରିଥିଲେ। କିନ୍ତୁ ଅଜିତ ପାଓ୍ବାର ଫିଲ୍ମ ନୁହେଁ ରାଜନୀତିକୁ ନିଜର କ୍ୟାରିୟର କରିଥିଲେ ଆଉ ଅନେକ ସଫଳତା ମଧ୍ୟ ପାଇଛନ୍ତି । ଅଜିତ ପାୱାରଙ୍କ ପରିବାର ବିଷୟରେ କହିବାକୁ ଗଲେ, ତାଙ୍କ ପତ୍ନୀ ହେଉଛନ୍ତି ସୁନେତ୍ର ପାୱାର, ଯିଏକି ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ପଦ୍ମସିଂହ ବାଜିରାଓ ପାଟିଲଙ୍କ ଭଉଣୀ। ଅଜିତ ପାୱାର ଏବଂ ସୁନେତ୍ର ପାୱାରଙ୍କ ଦୁଇଟି ପୁଅ ଅଛନ୍ତି, ବଡ଼ ପୁଅର ନାମ ପାର୍ଥ ପାୱାର ଏବଂ ସାନ ପୁଅର ନାମ ଜୟ ପାୱାର।

ଅଧିକ ପଢ଼ନ୍ତୁ ଦେଶ ଖବର: 

Related Topics

Explore more stories