Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସରିଗଲା ଖାଦ୍ୟ, ଅଧାରୁ ଭାଙ୍ଗିଲା ବାହାଘର , ହେଲେ ଶେଷରେ ଘଟିଲା ଏମିତି ଘଟଣା...

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ସରିଗଲା ଖାଦ୍ୟ, ଅଧାରୁ ଭାଙ୍ଗିଲା ବାହାଘର , ହେଲେ ଶେଷରେ ଘଟିଲା ଏମିତି ଘଟଣା...

ଅର୍ଗସ ବ୍ୟୁରୋ :ବିବାହ ପାଇଁ ବେଦିରେ ପହଞ୍ଚି ସାରିଥିଲା ବର । ଆରମ୍ଭ ହୋଇ ସାରିଥିଲା ବିବାହର ପରମ୍ପରା । ବରପକ୍ଷ କନ୍ୟାପକ୍ଷର କିଛିଲୋକ ବେଦି ପାଖରେ ଉପସ୍ଥିତ ଥିଲେ । ହେଲେ ହଠାତ ବଦଳିଗଲା ପରିସ୍ଥିତି । ହୋହାଲାରେ କମ୍ପି ଉଠିଥିଲା ସେହି ସ୍ଥାନ । ଯେଉଁ ସ୍ଥାନ ଆଉ କିଛି ସମୟ ମଧ୍ୟରେ ପବିତ୍ର ସ୍ଥାନ ହୋଇଥାନ୍ତା , ସେହି ସ୍ଥାନରେ ଆରମ୍ଭ ହୋଇଥିଲା ଗଣ୍ଡଗୋଳ । ଏହାପରେ ଉଭୟ ପକ୍ଷ ବିବାହକୁ ସେଇଠି ବନ୍ଦ କରିଥିଲେ । ଆଉ ଘରକୁ ଚାଲି ଯାଇଥିଲେ ।

ପ୍ରକୃତ ଘଟଣା ଥିଲା ଏମିତି । ଗୁଜୁରାଟର ଏକ ପରିବାରରେ ବିବାହ ଚାଲିଥିବା ସମୟରେ ବରପକ୍ଷର କିଛି ଅତିଥି ଖାଇବା ପାଇଁ ବସିଥିଲେ । ଆଉ କିଛି ଜଣ ଖାଇବା ପାଇଁ ଅପେକ୍ଷା କରିଥିଲେ । କିନ୍ତୁ ଖାଦ୍ୟ ଅଳ୍ପ ପରିମାଣରେ ଥିବାରୁ ସରି ଯାଇଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଏପରି ପାଟିତୁଣ୍ଡ ହେଲା ଯେ, ବରପକ୍ଷ ଘରକୁ ଫେରି ଯାଇଥିଲେ ।

ହେଲେ ହାର୍ ମାନିନଥିଲେ କନ୍ୟା । ତାଙ୍କ ପରିବାର ନଚାହୁଁଥିଲେ ମଧ୍ୟ ସେ ନିଜେ ଚାହୁଁଥିଲେ କି ଏ ବାହାଘର ଯେମିତି ହେଲେ ହେଇଯାଉ । ସେଥିପାଇଁ ସେ ସାହାସ ସଞ୍ଚୟ କରି ୧୦୦ ନମ୍ବରରେ ପୋଲିସକୁ ଫୋନ କରିଥିଲେ । ଏବଂ ପୋଲିସଙ୍କୁ ଏହି ବାହାଘର ଯେମିତି ହେଲେ କରେଇ ଦେବାକୁ ଅନୁରୋଧ କରିଥିଲେ । ଏସବୁ ଶୁଣିବା ପରେ ପୋଲିସ ପହଞ୍ଚିଥିଲା ବରପକ୍ଷଙ୍କ ଘରେ । ତାଙ୍କୁ ବୁଝାଇ ପୋଲିସ ଷ୍ଟେସନ ଆଣିବା ପରେ କନ୍ୟା ମଧ୍ୟ ସେଠାରେ ପହଞ୍ଚିଥିଲା । ପରେ ଭୋର ୪.୩୦ ମିନିଟ ସମୟରେ ଉଭୟଙ୍କ ବିବାହ ହୋଇଥିଲା । ବ୍ରାହ୍ମଣ ଆସିଥିଲା । ମନ୍ତ୍ର ପଢା ଯାଇଥିଲା । ପରେ ଉଭୟ ଉଭୟଙ୍କୁ ଫୁଲମାଳ ପିନ୍ଧାଇଥିଲେ । ସମ୍ପୁର୍ଣ୍ଣ ରୀତିନୀତି ଅନୁଯାୟୀ ବରକନ୍ୟାଙ୍କ ବିବାହ ସମ୍ପନ୍ନ ହୋଇଥିଲା । ପରେ ଉଭୟଙ୍କ ପରିବାରକୁ ମଧ୍ୟ ବୁଝାଇଥିଲେ ପୋଲିସ । ଶେଷରେ ବରପକ୍ଷ ନିଜ ନୂଆବୋହୁକୁ ନେଇ ଘରକୁ ଯାଇଥିଲେ । ଏହି ଘଟଣାରେ ପୋଲିସହର ଏପରି ପଦକ୍ଷେପକୁ ବିଭିନ୍ନ ମାହୋଲରେ ପ୍ରଶଂସା କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
surat couple gets married at police station | Argus News