Surya Mandir Apera / ଅପେରା ସୂର୍ଯ୍ୟ ମନ୍ଦିରର କର୍ମଚାରୀଙ୍କୁ ଆକ୍ରମଣ ଘଟଣା, ଭଡ଼ାଟିଆ ଗୁଣ୍ଡାଙ୍କୁ ସେକିଲା ପୋଲିସ
·9 months ago·2 min read

Key Points
କର୍ଣ୍ଣାଟକ ପୋଲିସର କଡ଼ା ଆକ୍ସନ
ଭଡ଼ାଟିଆ ଗୁଣ୍ଡାଙ୍କୁ ସେକିଲା ପୋଲିସ
ଭଡ଼ାଟିଆ ଗୁଣ୍ଡାଙ୍କୁ ସେକିଲା ପୋଲିସ
କର୍ଣ୍ଣାଟକ ପୋଲିସର କଡ଼ା ଆକ୍ସନ । ଅପେରା ସୂର୍ଯ୍ୟ ମନ୍ଦିରର କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଭଡ଼ାଟିଆ ଗୁଣ୍ଡାଙ୍କୁ ସେକିଲା ପୋଲିସ । ସୁଦୂର ଓଡ଼ିଶାରୁ ଯାଇଥିବା ଅପେରା ପାର୍ଟିକୁ ଡରେଇ ଧମକେଇ ପଇସା ନଦେଇ ଠକିଦେବାକୁ ଯୋଜନା କରିଥିଲେ କମିଟିର କିଛି ମୁଖିଆ । ସେଥିପାଇଁ ଭଡ଼ାଟିଆ ଗୁଣ୍ଡାଙ୍କୁ ଭଡ଼ାରେ ଆଣି ଅପେରା ପାର୍ଟିର କର୍ମଚାରୀଙ୍କୁ ମାଡ଼ ମାରି, ଡରେଇ ଧମକେଇ ଭଗେଇ ଦେବାକୁ ବସିଥିଲେ । କିନ୍ତୁ ସାହସର ସହ ଗୁଣ୍ଡା ବାହିନୀକୁ ସାମ୍ନା କରିଥିଲେ ମୁଖ୍ୟ ପରିଚାଳକ ବଙ୍କିମ ସ୍ବାଇଁ, ପରିଚାଳକ ଲୁଲୁ-ବିଜୁ ଓ ସାଉଣ୍ଡ ଅପରେଟର ଟୁନା ଦାସଙ୍କ ଭଳି ସଚ୍ଚୋଟ କର୍ମଚାରୀ ।
ସବୁ ପରେ ବି ଅନୁଷ୍ଠାନର କୋଟି କୋଟି ଟଙ୍କାର ସମ୍ପତ୍ତି ସୁରକ୍ଷିତ ରଖିବା ପାଇଁ ସାହସିକତାର ପରିଚୟ ଦେଇ ଆଗକୁ ଆସିଥିଲେ । ଏଥିସହିତ ସ୍ଥାନୀୟ ଓଡ଼ିଆ କମିଟିମାନଙ୍କ ସହାୟତା ଆଉ କର୍ଣ୍ଣାଟକ ପୋଲିସର ସହାୟତା ଏମାନଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା । ବେଶୀ ବଡ଼ ଧରଣର ଅଘଟଣ ଘଟିବା ଆଗରୁ ଘଟଣାରେ ପୋଲିସ ହସ୍ତକ୍ଷେପ କରିଥିଲା ଏବଂ ଭଡ଼ାଟିଆ ଗୁଣ୍ଡାଙ୍କୁ ଉତ୍ତମ ମଧ୍ୟମ ଦେଇ ଯାତ୍ରା ଅନୁଷ୍ଠାନକୁ ସହଯୋଗର ହାତ ବଢ଼େଇ ଥିଲା । ବେଙ୍ଗାଳୁରୁର ଟି-କ୍ରସ ହ୍ବାଇଟ୍ ଫିଲ୍ଡରେ ୫ ରାତି ଯାତ୍ରା ପରିବେଷଣ କରିବା ପାଇଁ ଚୁକ୍ତିବଦ୍ଧ ହୋଇଥିଲା ଅପେରା ସୂର୍ଯ୍ୟ ମନ୍ଦିର । ସେଇ ଅନୁସାରେ ଅଗ୍ରୀମ ନେଇ ବେଙ୍ଗାଳୁରୁରେ ପହଞ୍ଚି ୪ ରାତି ଯାତ୍ରା ପରିବେଷଣ କରିବା ପରେ ବି ବାକି ପଇସା ବାହାର କରିବାର ନାଁ ଗନ୍ଧ ଧରି ନ ଥିଲେ କମିଟି ମୁଖିଆ ।
ଏଥିସହ ପଢ଼ନ୍ତୁ: IPL 2026: ପଥୁମଙ୍କ ଉପରେ ଟଙ୍କା ବର୍ଷା, ଏତିକି କୋଟିରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ
ଯେଉଁଥିପାଇଁ ପଞ୍ଚମ ରାତିରେ ଯାତ୍ରା ପରିବେଷଣ ନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ସୂର୍ଯ୍ୟମନ୍ଦିର ମ୍ୟାନେଜମେଣ୍ଟ । ହେଲେ ହଠାତ୍ ଗତକାଲି ସଂଧ୍ୟାରେ ଭଡ଼ାଟିଆ ଗୁଣ୍ଡାଙ୍କୁ ଧରି ପେଣ୍ଡାଲ ପାଖରେ ପହଞ୍ଚିବା ସହ କର୍ମଚାରୀଙ୍କୁ ଅତର୍କିତ ଆକ୍ରମଣ କରି ସାଉଣ୍ଡ ସେଟ୍ ଜୋରଜବରଦସ୍ତ ଉଠାଇ ନେଇଥିଲେ । ତେବେ ସୂର୍ଯ୍ୟ ମନ୍ଦିରରର କର୍ମଚାରୀମାନେ ସାହସର ସହ ସେମାନଙ୍କର ମୁକାବିଲା କରିଥିଲେ । ଯାହା ଫଳରେ ସୃଷ୍ଟି ହୋଇଥିଲା ହାତାହାତି ପରିସ୍ଥିତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପରେ ପ୍ରଯୋଜକ ପ୍ରମୋଦ ସ୍ବାଇଁ ନିଜର ଲୋକସମ୍ପର୍କକୁ ବିନିଯୋଗ କରି ଘଟଣାକୁ ନିଜ କଣ୍ଟ୍ରୋଲକୁ ନେଇଥିଲେ । ଫଳରେ ସେମାନେ ଜୋରଜବରଦସ୍ତ ନେଇଯାଇଥିବା ଜିନିଷ ଫେରାଇବା ପରେ ପୋଲିସ ସହଯୋଗରେ ସୂର୍ଯ୍ୟ ମନ୍ଦିର ଓଡ଼ିଶା ଲେଉଟିଛି । ତେବେ ବେଙ୍ଗାଳୁରୁରେ ଘଟିଥିବା ଏଇ ଘଟଣା ଆଗାମୀ ଦିନରେ ଓଡ଼ିଶାରୁ ସୀମା ଡେଇଁ ବାହାରକୁ ଯାତ୍ରା ପରିବେଷଣ ପାଇଁ ଯାଉଥିବା ପାର୍ଟିଗୁଡ଼ିକୁ ମାନସମନ୍ଥନ କରାଇବ ନିଶ୍ଚୟ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅଧିକ ପଢ଼ନ୍ତୁ ଦେଶ ଖବର:
Related Topics
Explore more stories