Surya Praises Modi / ପିଏମ୍ ମୋଦୀଙ୍କୁ ଭୂରି ଭୂରି ପ୍ରଶଂସା କଲେ ସୂର୍ଯ୍ୟ କୁମାର ଯାଦବ

Key Points
ଏସିଆ କପ୍ ବିଜେତା ଟିମର କ୍ୟାପଟେନ ସୂର୍ଯ୍ୟ କୁମାର ଯାଦବ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି ।
ଏସିଆ କପ୍ ବିଜେତା ଟିମର କ୍ୟାପଟେନ ସୂର୍ଯ୍ୟ କୁମାର ଯାଦବ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଦେଶର ନେତା ଯେତେବେଳେ ନିଜେ ଫ୍ରଣ୍ଟ ଫୁଟ୍ରେ ଖେଳନ୍ତି, ସେତେବେଳେ ଭଲ ଲାଗେ । ପାକିସ୍ତାନ ବିପକ୍ଷ ବିଜୟ ପରେ ପିଏମ୍ ମୋଦୀ ଅପରେସନ ସିନ୍ଦୂର କଥା ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ସବୁ ମୈଦାନରେ ଭାରତର ହିଁ ବିଜୟ ହେବ । ସୂର୍ଯ୍ୟ କୁମାର କହିଛନ୍ତି, "ଭଲ ଲାଗେ, ଯେତେବେଳେ ଦେଶର ଲିଡର୍ ନିଜେ ଫ୍ରଣ୍ଟ ଫୁଟରେ ବ୍ୟାଟିଂ କରନ୍ତି । ଏପରି ଲାଗୁ ଥିଲା ଯେ ସେ ଷ୍ଟ୍ରାଇକ୍ ନେଇଛନ୍ତି ଓ ରନ୍ କରିଛନ୍ତି । ଏହା ଦେଖି ବହୁତ ଭଲ ଲାଗୁଛି । ଯେତେବେଳେ ସାର୍ ନିଜେ ସମସ୍ତଙ୍କ ଆଗରେ ଛିଡ଼ା ହୋଇଛନ୍ତି, ସେତେବେଳେ ଖେଳାଳି ଫ୍ରି ହ୍ୟାଣ୍ଡରେ ଖେଳିବେ ।" ସେ କହିଛନ୍ତି, ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସାରା ଦେଶରେ ଉତ୍ସବ ପାଳନ କରାଯାଉଛି । ଆମେ ଯେତେବେଳେ ଭାରତ ଫେରିବୁ, ଭଲ ଲାଗିବ ଓ ଆଗକୁ ଭଲ ପ୍ରଦର୍ଶନ କରିବା ପାଇଁ ପ୍ରୋତ୍ସାହନ ମିଳିବ।
ଟ୍ରଫି ନେଇଗଲେ ପାକିସ୍ତାନ ମନ୍ତ୍ରୀ, ଅଦୃଶ୍ୟ ଟ୍ରଫି ସହ ସୂର୍ଯ୍ୟକୁମାର କଲେ ସେଲିବ୍ରେସନ୍
📱 Get Argus News App
✨ଭାରତର ବିଜୟ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରି ଲେଖିଥିଲେ, "ଖେଳ ମୈଦାନରେ ବି ଅପରେସନ ସିନ୍ଦୂର । ପରିଣାମ ସମାନ...ଭାରତର ବିଜୟ । ଆମ କ୍ରିକେଟରଙ୍କୁ ଶୁଭେଚ୍ଛା ।" ଉଲ୍ଲେଖଯୋଗ୍ୟ ଯେ ରବିବାର ହୋଇଥିବା ଏସିଆ କପ୍ ଫାଇନାଲରେ ପାକିସ୍ତାନକୁ ୫ ୱିକେଟରେ ଭାରତ ପରାସ୍ତ କରିଥିଲା। ମ୍ୟାଚ୍ ପରେ ଇଣ୍ଡିଆ କ୍ୟାପଟେନ ସୂର୍ଯ୍ୟ କୁମାର ଘୋଷଣା କରିଥିଲେ ଯେ ଏସିଆ କପ୍ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ଫି' ଭାରତୀୟ ସେନାକୁ ଦାନ କରିବେ।
ଏହା ଉପରେ ସୂର୍ଯ୍ୟ କୁମାର କହିଛନ୍ତି, "ଯେତେବେଳେ ମୁଁ ସାମ୍ବାଦିକ ସମ୍ମିଳନୀକୁ ଯାଉଥିଲି, ମୁଁ ଭାବିଥିଲି ଯେ ସେଠାରେ ଏତେ ସଂଖ୍ୟକ ଭାରତୀୟ ଉପସ୍ଥିତ ଅଛନ୍ତି ଏବଂ ଆମେ ଅତି କମରେ କିଛି ଛୋଟ ସାହାଯ୍ୟ କରିପାରିବା । ଯଦି ସମସ୍ତେ ଅଳ୍ପ ଅଳ୍ପ ଯୋଗଦାନ ଦିଅନ୍ତି, ତେବେ ଭଲ ହେବ । ମୁଁ ସେତେବେଳେ ସମ୍ପୂର୍ଣ୍ଣ ଧାଡ଼ି ଲେଖିପାରି ନ ଥିଲି କାରଣ ଏହା ସେନା ଏବଂ ପହଲଗାମ୍ ଆକ୍ରମଣର ପୀଡିତଙ୍କ ପାଇଁ । ସବୁକିଛି ଏତେ ଶୀଘ୍ର ହେଉଥିଲା ଯେ ମୁଁ ଅଧିକ କିଛି କହିପାରିଲି ନାହିଁ । କିନ୍ତୁ ମୁଁ ଯାହା କରିପାରିବି ତାହା କରିବି। ଏହା ପାକିସ୍ତାନୀ ଦଳଙ୍କୁ ଶକ୍ତ ଚାପୁଡ଼ା ଥିଲା।
Related Topics
Explore more stories