Suryakumar Yadav / ସୂର୍ଯ୍ୟକୁମାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଖୁସି !

Key Points
ଅଭିନେତ୍ରୀ ଖୁସି ମୁଖାର୍ଜୀ ଭାରତୀୟ କ୍ରିକେଟ ଦଳର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବିଷୟରେ ଏକ ସାଂଘାତିକ ଟିପ୍ପଣୀ ଦେଇଛନ୍ତି । ଯାହାକି ପ୍ରଶଂସକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି। ଖୁସି ମୁଖାର୍ଜୀ ପ୍ରକାଶ କରିଛନ୍ତି ଯେ ସୂର୍ଯ୍ୟକୁମାର ଯାଦବ ତାଙ୍କୁ ଅନେକ ଥର ମେସେଜ୍ କରୁଥିଲେ । ନିକଟରେ ଏକ କାର୍ଯ୍ୟକ୍ରମରେ ଖୁସି କହିଛନ୍ତି ଯେ ସୂର୍ଯ୍ୟକୁମାର ଯାଦବ ତାଙ୍କୁ ଆଗରୁ ବାରମ୍ବାର ମେସେଜ୍ କରୁଥିଲେ । କିନ୍ତୁ ଏବେ ସେ ଆଉ ତାଙ୍କ ସହ କଥା ହେଉନାହାଁନ୍ତି ।
ଏହି କାର୍ଯ୍ୟକ୍ରମରେ ଯେତେବେଳେ ଜଣେ ରିପୋର୍ଟର ତାଙ୍କୁ ପଚାରିଲେ ଯେ, ସେ କଣ ଜଣେ କ୍ରିକେଟରଙ୍କୁ ଡେଟ୍ କରିବାକୁ ଚାହାଁନ୍ତି କି ? ଏହି ପ୍ରଶ୍ନର ଉତ୍ତରରେ ଖୁସି କହିଲେ, ସେ ଲିଙ୍କ-ଅପ୍ ପସନ୍ଦ କରନ୍ତି ନାହିଁ। କିଦ୍ଦାନ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ସେ କହିଛନ୍ତି, "ମୁଁ କୌଣସି କ୍ରିକେଟରଙ୍କୁ ଡେଟ୍ କରିବାକୁ ଚାହୁଁନାହିଁ, ମୋ ପଛରେ ବହୁତ କ୍ରିକେଟର ପଡ଼ିଛନ୍ତି।
ସୂର୍ଯ୍ୟକୁମାର ଯାଦବ ମୋତେ ବହୁତ ମେସେଜ୍ କରୁଥିଲେ। ଏବେ ଆମେ ଅଧିକ କଥା ହେଉନାହୁଁ, ଏବଂ ମୁଁ ତାଙ୍କ ସହ ଯୋଡ଼ି ହେବାକୁ ଚାହୁଁନାହିଁ। ମୁଁ ନିଜ ବିଷୟରେ କୌଣସି ଲିଙ୍କ-ଅପ୍ ପସନ୍ଦ କରେ ନାହିଁ।" ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ଅନ୍ୟପକ୍ଷରେ, ସୂର୍ଯ୍ୟକୁମାର ଏପର୍ଯ୍ୟନ୍ତ ଖୁସିଙ୍କ ଏଭଳି ଦାବିକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ଏହି ସମୟରେ, ସୂର୍ଯ୍ୟକୁମାର ଯାଦବ ଏବଂ ତାଙ୍କ ପତ୍ନୀ ଦେବୀଶା ଶେଟ୍ଟୀ ଆନ୍ଧ୍ରପ୍ରଦେଶ ବୁଲିବାକୁ ଯାଇଛନ୍ତି । ତେବେ କ୍ରିକେଟର ଓ ଅଭିନେତ୍ରୀଙ୍କ ମଧ୍ୟରେ ଏଭଳି ଚର୍ଚ୍ଚା ବିଭିନ୍ନ ସମୟରେ ଚାଲିଥାଏ । ଏହା ପୂର୍ବରୁ ମଧ୍ୟ ଅନେକ ଉଦାହରଣ ଦେଖାଯାଇଛି, ଅଭିନେତ୍ରୀମାନେ କ୍ରିକେଟରଙ୍କ ଅଆଡ଼କୁ ଆକୃଷ୍ଟ ହୋଇଥାନ୍ତି କିମ୍ବା କ୍ରିକେଟରମାନେ ଅଭିନେତ୍ରୀଙ୍କ ଆଡ଼କୁ ଆକର୍ଷିତ ହୋଇଥାନ୍ତି । ଏମିତି କିଛି ଖେଳାଳି ଏବେ ଅଭିନେତ୍ରୀଙ୍କୁ ବିବାହ କରି ଜୀବନ ଯାପନ ମଧ୍ୟ କରୁଛନ୍ତି । ତେଣୁ ଏଭଳି ଘଟଣା କ୍ରିକେଟ କିମ୍ବା ଫିଲ୍ମ ଜଗତ ପାଇଁ ନୂଆ ନୁହେଁ ।
📱 Get Argus News App
✨Related Topics
Explore more stories