Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଛତିଶଗଡର ଦୁର୍ଗ ରେଳ ଷ୍ଟେସନରୁ ଜଣେ ସନ୍ଦିଗ୍ଧ ଯୁବକ ଗିରଫ

National

ଛତିଶଗଡର ଦୁର୍ଗ ରେଳ ଷ୍ଟେସନରୁ ଜଣେ ସନ୍ଦିଗ୍ଧ ଯୁବକ ଗିରଫ

Rashmita Mishra
Browse all articles by Rashmita Mishra
·1 year ago·1 min read
ଛତିଶଗଡର ଦୁର୍ଗ ରେଳ ଷ୍ଟେସନରୁ ଜଣେ ସନ୍ଦିଗ୍ଧ ଯୁବକ ଗିରଫ

ଅର୍ଗସ ବ୍ୟୁରୋ: ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଆକ୍ରମଣ ଘଟଣା । ଛତିଶଗଡର ଦୁର୍ଗ ରେଳ ଷ୍ଟେସନରୁ ଜଣେ ସନ୍ଦିଗ୍ଧ ଯୁବକ ଗିରଫ । ମୁମ୍ବାଇ-ହାଓଡା ଜ୍ଞାନେଶ୍ବରୀ ଏକ୍ସପ୍ରେସରେ ଯାଉଥିବା ବେଳେ ଧରାପଡିଲା ଆକ୍ରମଣକାରୀ । ଅଧିକ ପଚରାଉଚରା ପାଇଁ ଦୁର୍ଗ ଅଭିମୁଖେ ମୁମ୍ବାଇ ପୋଲିସ ଟିମ୍ ।


ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରିମାଡ ଅଭିଯୋଗରେ ଛତିଶଗଡରୁ ଜଣଙ୍କୁ ଅଟକ ରଖାଯାଇଛି । ଅଭିଯୁକ୍ତଙ୍କ ନାଁ ଆକାଶ କାନୋଜିଆ । ତାଙ୍କୁ ଦୁର୍ଗ ରେଳଷ୍ଟେସନରୁ ଅଟକ ରଖାଯାଇଛି । ମୁମ୍ବାଇ- ହାଓଡା ଜ୍ଞାନେଶ୍ବରୀ ଏକ୍ସପ୍ରେସରେ ଜଣେ ସନ୍ଦିଗ୍ଦ ଯୁବକ ଯାଉଥିବା ନେଇ ଜୁହୁ ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଛତିଶଗଡ ପୋଲିସକୁ ସୂଚନା ଦେଇଥିଲା । ଏହାପରେ ଆରପିଏଫ୍ ପକ୍ଷରୁ ଆକାଶକୁ ଷ୍ଟେସନରୁ ଠାବ କରାଯାଇଥିଲା । ଅଧିକ ପଚରାଉଚରା ପାଇଁ ମୁମ୍ବାଇ ପୋଲିସର ଏକ ଟିମ୍ ଖୁବଶୀଘ୍ର ଦୁର୍ଗ ଯାଇ ଅଭିଯୁକ୍ତକୁ ଆଣିବ । ଦୁଇ ଦିନ ତଳେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ବାସଭବନରେ ସୈଫ ଅଲ୍ଲୀ ଖାନଙ୍କ ଉପରକୁ ଛଅଥର ଛୁରାମାଡ ହୋଇଥିଲା । ତାଙ୍କ ମେରୁଦଣ୍ଡ ନିକଟରେ ଗୁରୁତର ଆଘାତ ଲାଗିଥିଲା । ପ୍ରାୟ ୫ଘଣ୍ଟା ଧରି ଚାଲିଥିଲା ଅପରେସନ୍ । ଏବେ ସୈଫ୍ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ।

Sponsored
suspect-arrested-from-durg-railway-station-in-chhattisgarh | Argus News