Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bihar Election / କଂଗ୍ରେସକୁ ୫୦ରୁ ଅଧିକ ସିଟ୍ ଦେବାକୁ ରାଜି ହେଉନି RJD

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
କଂଗ୍ରେସକୁ ୫୦ରୁ ଅଧିକ ସିଟ୍ ଦେବାକୁ ରାଜି ହେଉନି RJD

Key Points

ବିଜେପି ପକ୍ଷରୁ ଆଉ ୧୨ ଜଣଙ୍କ ପ୍ରାର୍ଥୀଙ୍କ ନାଁ ଘୋଷଣା ।
ପ୍ରଥମ ପର୍ଯ୍ୟାୟରେ ୫୭ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣାକଲା ଜେଡିୟୁ ।

ନିର୍ବାଚନ ପୂର୍ବରୁ ସରଗରମ ବିହାର ରାଜନୀତି । ପ୍ରାର୍ଥୀ ଘୋଷଣାରେ ଆଗୁଆ ରହିଛି NDA, ଆଜି କଣ୍ଠଶିଳ୍ପୀ ମୈଥିଳି ଠାକୁରଙ୍କ ସହ ଆଉ ୧୨ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ସେପଟେ ଜେଡିୟୁ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୫୭ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି ।

ବିହାରରେ ନିର୍ବାଚନ ପୂର୍ବରୁ ସରଗରମ ରାଜନୀତି । ପ୍ରାର୍ଥୀ ଘୋଷଣାରେ ଆଗୁଆ ରହିଛି ଏନଡିଏ । ଗତକାଲି ବିଜେପି ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୭୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ବୁଧବାର ଆଉ ୧୨ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । କଣ୍ଠଶିଳ୍ପୀ ମୈଥିଲି ଠାକୁରଙ୍କୁ ଅଲିନଗରରୁ ଓ ପୂର୍ବତନ ଆଇପିଏସ୍ ଅଧିକାରୀ ଆନନ୍ଦ ମିଶ୍ରଙ୍କୁ ବକ୍ସରୁ ପ୍ରାର୍ଥୀ କରିଛି ବିଜେପି ।


ସେପଟେ ଜନତା ଦଳ ୟୁନାଇଟେଡ୍ ପକ୍ଷରୁ ୫୭ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କ ସ୍ବୀକୃତି ପରେ ପ୍ରଥମ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଆସନ୍ତାକାଲି ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।

ସେପଟେ ବିହାରରେ ଇଣ୍ଡି ମେଣ୍ଟରେ ବଡ଼ ଗଡ଼ବଡ଼ । ବାରମ୍ବାର ଆଲୋଚନା ସତ୍ତ୍ବେ ଛିଣ୍ଡୁନି ଆସନ ଭାଗବଣ୍ଟା । ବୈଠକରେ ଚୂଡ଼ାନ୍ତ ହୋଇପାରୁନି ପ୍ରାର୍ଥୀ ତାଲିକା । ପୂର୍ବ ଅପେକ୍ଷା କଂଗ୍ରେସର ଲୋକପ୍ରିୟତା କମୁଥିବାରୁ ୫୦ରୁ ଅଧିକ ସିଟ୍ ଦେବାକୁ ଆରଜେଡି ଅମଙ୍ଗ ହେଉଥିବା ଚର୍ଚ୍ଚା ହେଉଛି । ୨୦୨୦ ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ଆରଜେଡି ମେଣ୍ଟ ହୋଇଥିଲା । କଂଗ୍ରେସ ୭୦ଟି ଆସନରେ ପ୍ରାର୍ଥୀ ଦେଇଥିଲେ ମଧ୍ୟ ମାତ୍ର ୧୯ଟି ଆସନରେ ବିଜୟୀ ହୋଇଥିଲା ।

୧୪୪ ଆସନରେ ପ୍ରାର୍ଥୀ ଦେଇଥିବା ଆରଜେଡି ୭୫ଟି ସିଟ୍ ପାଇଥିଲା । ଚଳିତ ନିର୍ବାଚନରେ ଆରଜେଡି କିନ୍ତୁ ଅଧିକ ସିଟରେ ଲଢିବାକୁ ଚାହୁଁଛି । ଏଥିପାଇଁ ଇଣ୍ଡି ମେଣ୍ଟର ସଂଖ୍ୟା ଗଣିତ ଛିଣ୍ଡୁନାହିଁ । ସେପଟେ ରାଘୋପୁର ଆସନରୁ ନାମାଙ୍କନ ଦାଖଲ କରିଛନ୍ତି ତେଜସ୍ୱୀ ଯାଦବ । ଆସନ୍ତା ନଭେମ୍ବର ୬ ଓ ୧୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ବିହାରରେ ନିର୍ବାଚନ ହେବା ପରେ ନଭେମ୍ବର ୧୪ରେ ଗଣତି କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bihar Election | Suspense over seat sharing in I.N.D.I.A. bloc continues | Argus News