Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜମି ପାଇଁ ଏମିତି ବିଭତ୍ସ ଭାବେ ହତ୍ୟା କରିଛନ୍ତି ସ୍ତ୍ରୀ... ଶେଷରେ ଭଙ୍ଗା ବୋତଲ ବି ...

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
 ଜମି ପାଇଁ ଏମିତି ବିଭତ୍ସ ଭାବେ ହତ୍ୟା କରିଛନ୍ତି ସ୍ତ୍ରୀ... ଶେଷରେ ଭଙ୍ଗା ବୋତଲ ବି ...

ଗତକାଲି ସନ୍ଦେହ ଜନକ ଭାବେ ଉଦ୍ଧାର ହୋଇଥିଲା କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ ପ୍ରକାଶଙ୍କ ମୃତ ଦେହ। ପୋଲିସ ତାଙ୍କ ସ୍ତ୍ରୀଙ୍କୁ ଅଟକ ରଖି ପଚରା ଉଚରା କରୁଥିଲା। ତେବେ ଏହି ମାମଲରେ ବଡ଼ ଖୁଲାସା ହୋଇଛି। ଜାତୀୟ ଗଣମାଧ୍ୟମରେ ହେଉଥିବା ଖବର ଅନୁସାରେ ଗତକାଲି ମଧ୍ୟାହ୍ନରେ ତାଙ୍କ ସ୍ତ୍ରୀ ପଲ୍ଲବୀଙ୍କ ସହିତ ତାଙ୍କର ପ୍ରବଳ ଝଗଡା ହୋଇଥିଲା। ଯେଉଁଥିରେ ସ୍ତ୍ରୀ ଉତ୍ତେଜିତ ହୋଇ ପ୍ରଥମେ ତାଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇଥିଲେ। ପରେ ସେ ଦେଖି ନ ପାରିବାରୁ ତାଙ୍କୁ ବାନ୍ଧି ଦେଇ ଛୁରିରେ କ୍ଷତାକ୍ତ କରିଥିବା ଜଣା ପଡିଛି।


ଏମିତିକି ଭଙ୍ଗା କାଚ ବୋତଲରେ ତାଙ୍କୁ ଆକ୍ରମଣ କରିଥିଲେ। ଜମି ବିବାଦରୁ ଉଭୟଙ୍କ ମଧ୍ୟରେ ବିବାଦ ଲଗି ରହିଥିଲା। ଓମ୍ ପ୍ରକାଶଙ୍କ ପୁଅ କରିଥିବା ଅଭିଯୋଗ ଆଧାରରେ ତଦନ୍ତ କରୁଛି ପୋଲିସ। ଏଥିରେ ତାଙ୍କ ଝିଅ ସାମିଲ ଅଛନ୍ତି କି ନାହିଁ ସେନେଇ ଖୋଳତାଡ କରୁଛି ପୋଲିସ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୬୮ ବର୍ଷୀୟ ଓମ୍ ପ୍ରକାଶ ବିହାରର ଚମ୍ପାରଣର ବାସିନ୍ଦା। ସେ ୧୯୮୧ ମସିହାର ଆଇପିଏସ ଅଧିକାରୀ। ୧ ମାର୍ଚ୍ଚ ୨୦୧୫ ରେ ସେ ପୋଲିସ ମହାନିର୍ଦ୍ଦେଶକ ହୋଇଥିଲେ। ୨୦୧୫ ରୁ ୨୦୧୭ ପର୍ଯ୍ୟନ୍ତ ସେ କର୍ଣ୍ଣାଟକ ପୋଲିସର ମହାନିର୍ଦ୍ଦଶକ ଥିଲେ। ଏହା ପୂର୍ବରୁ ସେ କର୍ଣ୍ଣାଟକ ହୋମଗାର୍ଡ ଏବଂ ଅଗ୍ନିଶମ ବାହିନୀର ମହାନିର୍ଦ୍ଦେଶକ ଦାୟିତ୍ବ ତୁଲାଇଥିଲେ।

Sponsored
Suspicious death case of former Karnataka DGP | Argus News