Suvendu Adhikari / ଶୁଭେନ୍ଦୁଙ୍କ ଆକ୍ସନ ପରେ ଭୟରେ ଥରିଲେଣି ବାଂଲାଦେଶୀ

Key Points
ଆଉ ବାଂଲାଦେଶୀ ମାନଙ୍କୁ ତ୍ରାହି ନାହିଁ ।
ଶୁଭେନ୍ଦୁଙ୍କ ଆକ୍ସନ ପରେ ଭୟରେ ଥରିଲେଣି ବାଂଲାଦେଶୀ
ଆଉ ବାଂଲାଦେଶୀ ମାନଙ୍କୁ ତ୍ରାହି ନାହିଁ । ଶୁଭେନ୍ଦୁଙ୍କ ଆକ୍ସନ ପରେ ଭୟରେ ଥରିଲେଣି ବାଂଲାଦେଶୀ । ବାଂଲାଦେଶୀଙ୍କୁ ଲାଗିଛି ଶୁଭେନ୍ଦୁଙ୍କ ଜୋରଦାର ଝଟକା । ଆଉ କେହି ଭାରତ ଭିତରକୁ ପ୍ରବେଶ କରିପାରିବେ ନାହିଁ । ମୁଖ୍ୟମନ୍ତ୍ରୀ ହେଉହେଉ ଶୁଭେନ୍ଦୁଙ୍କ କଠୋର କାର୍ଯ୍ୟାନୁଷ୍ଠାନ । ଏମିତି କାର୍ଯ୍ୟାନୁଷ୍ଠାନ ଦେଖି ଥରିଲେଣି ବାଂଲାଦେଶୀ ମାନେ । କଣ କରିବେ କିଛି ବୁଝିପାରୁ ନାହାଁନ୍ତି ।
ପଶ୍ଚିମବଙ୍ଗ ଦେଇ ଭାରତ ଭିତରେ ପ୍ରବେଶ କରୁଥିଲେ । ଭାରତରେ ଆସି ଭାରତ ବିରୁଦ୍ଧରେ କରୁଥିଲେ ଷଡ଼ଯନ୍ତ୍ର । କିନ୍ତୁ ଏବେ ଆଉ ନୁହେଁ । ବଙ୍ଗ ଏବଂ ବାଂଲାଦେଶର ମଝିରେ ତିଆରି ହେବ ମଜବୁତ ଗ୍ରିଡ । ଭାରତକୁ ଥିବା ପ୍ରତିଟି ଗଳିଆ ରାସ୍ତା ବନ୍ଦ ହେବ। ସବୁଠି ଜଗିବେ ବିଏସ୍ଏଫ୍ ଯବାନ । ଶୁଭେନ୍ଦୁ କହିଛନ୍ତି ୪୫ ଦିନ ଭିତରେ ବିଏସ୍ଏଫ୍ କୁ ଦିଆଯିବ ସୀମାରେ କଣ୍ଟାବାଡ଼ ବୁଲାଇବା ପାଇଁ ଜମୀ । ଏମିତି କିଛି କହୁଛନ୍ତି ବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ।
ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପ୍ରଥମ କ୍ୟାବିନେଟ୍ ବୈଠକରେ ଏହି ଐତିହାସିକ ନିଷ୍ପତ୍ତି ନିଆଯାଇଛିଛି । ବାଂଲାଦେଶ ସୀମାରେ କଣ୍ଟାବାଡ଼ ନିର୍ମାଣ ପାଇଁ ରାଜ୍ୟ ସରକାର ୪୫ ଦିନ ମଧ୍ୟରେ BSF କୁ ଜମି ହସ୍ତାନ୍ତର କରିବେ ବୋଲି ଘୋଷଣା କରିଛନ୍ତି । ରାଷ୍ଟ୍ରୀର ସୁରକ୍ଷାକୁ ଗୁରୁତ୍ବଦେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ଅନୁପ୍ରବେଶ ଏବଂ ସୀମାପାର ଅପରାଧ ରୋକିବା ପାଇଁ ସୀମା ସୁରକ୍ଷିତ ହେବା ନିହାତି ଜରୁରୀ। ନିର୍ବାଚନ ପୂର୍ବରୁ ମଧ୍ୟ ଅମିତ ଶାହା ସୀମାରେ ବାଡ଼ ବୁଲାଇବା ପ୍ରତିଶ୍ରୁତି ଦେଇଥିଲେ ।
ଏଥିସହ ପଢ଼ନ୍ତୁ: ଭବାନୀପୁର ନା ନନ୍ଦୀଗ୍ରାମ ? କେଉଁ ଆସନ ଛାଡ଼ିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ? ଜାଣନ୍ତୁ...
ଯଦି ଦେଖିବା ମମତାଙ୍କ ସରକାର ବାଂଲାଦେଶରୁ ଲାଭ ପାଉଥିବାରୁ ବିଏସ୍ଏଫ୍କୁ ବାଡ଼ ବୁଲାଇବା ପାଇଁ ଦେଉନଥିଲେ। ଅମିତ ଶାହ ୬ ଥର ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି BSFକୁ ଭୂମୀ ଦେବା ପାଇଁ। କିନ୍ତୁ ମମତା କିଛି ବି ଶୁଣି ନଥିଲେ । ବାଂଲାଦେଶକୁ ନିଜ ଭୋଟ ପାଇଁ ବ୍ୟବହାର କରିଆସୁଥିଲେ ମମତା। କିନ୍ତୁ ଏବେ ପଶ୍ଚିମବଙ୍ଗରେ ଆସିଛି ବିଜେପି ସରକାର । ଯାହା ପରେ ଆକ୍ସନ ମୁଡରେ ଶୁଭେନ୍ଦୁ । ସେପଟେ ଏମିତି ପଦକ୍ଷେପ ପରେ ବାଂଲାଦେଶରେ ପ୍ରଭାବ ପଡ଼ିଛି । ଶୁଭେନ୍ଦୁଙ୍କୁ ଏଭଳି ଆକ୍ସନକୁ ବିରୋଧ କରି ବାଂଲାଦେଶରେ ହୋଇଛି ଆନ୍ଦୋଳନ ।
📱 Get Argus News App
✨Related Topics
Explore more stories