Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Swachh Utsav Campaign / ସ୍ୱଚ୍ଛତା ହିଁ ସେବା-୨୦୨୫ ଅନ୍ତର୍ଗତ ବିଜେପିର `ସ୍ୱଚ୍ଛ ଉତ୍ସବ' କାର୍ଯ୍ୟକ୍ରମ ଜାରି

Banajyotshna Ray
Browse all articles by Banajyotshna Ray
·9 months ago·2 min read
ସ୍ୱଚ୍ଛତା ହିଁ ସେବା-୨୦୨୫ ଅନ୍ତର୍ଗତ ବିଜେପିର `ସ୍ୱଚ୍ଛ ଉତ୍ସବ' କାର୍ଯ୍ୟକ୍ରମ ଜାରି

Key Points

ସ୍ୱଚ୍ଛତା ହିଁ ସେବା-୨୦୨୫ ଅନ୍ତର୍ଗତ `ସ୍ବଚ୍ଛ ଉତ୍ସବ' କାର୍ଯ୍ୟକ୍ରମ
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ସେବା ପକ୍ଷରେ `ଏକ ଦିନ, ଏକ ଘଣ୍ଟା, ଏକ ସାଥ୍, ଶ୍ରମଦାନ'
ସ୍ୱଚ୍ଛତା ଅଭିଯାନରେ ସାମିଲ୍ ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ନିଜେ ଶ୍ରମଦାନ ସହ ଅଭିଯାନର ନେତୃତ୍ବ ନେଲେ ଧର୍ମେନ୍ଦ୍ର ପ୍ରଧାନ



ସ୍ୱଚ୍ଛତା ହିଁ ସେବା-୨୦୨୫ ଅନ୍ତର୍ଗତ ଦେଶବ୍ୟାପୀ ବିଜେପିର `ସ୍ୱଚ୍ଛ ଉତ୍ସବ' । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରୁ ଆରମ୍ଭ ହୋଇଥିବା ସେବା ପକ୍ଷରେ `ଏକ ଦିନ, ଏକ ଘଣ୍ଟା, ଏକ ସାଥ୍, ଶ୍ରମଦାନ' କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ନୂଆଦିଲ୍ଲୀ ଆତ୍ମରାମ ସନାତନ ଧରମ କଲେଜ ପରିସରରେ ସ୍ୱଚ୍ଛତା ଅଭିଯାନରେ ସାମିଲ୍ ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ନିଜେ ଶ୍ରମଦାନ ସହ ଅଭିଯାନର ନେତୃତ୍ବ ନେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଝାଡ଼ୁ ମାରି, ଗଛ ଲଗାଇ ସମସ୍ତଙ୍କୁ ସ୍ବଚ୍ଛତାର ବାର୍ତ୍ତା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି- କଲେଜ ଜୀବନ ଏକ ଡିସିପ୍ଲିନ ଜୀବନ ଅଟେ ।


ସମସ୍ତ ଛାତ୍ର ଛାତ୍ରୀ AI ବ୍ୟବହାର କରୁଛନ୍ତି । ବିକଶିତ ଭାରତ ପାଇଁ ଆମର ଅବଦାନ କଣ ଏହା ଉପରେ ସମସ୍ତେ ଚିନ୍ତନ କରିବା ଉଚିତ । ଏହାକୁ ନେଇ AI ରେ ଉତ୍ତର ଖୋଜିବା ଦରକାର । ନିଜ ନିଜ ମାତୃଭାଷା ଏବଂ ଭାରତୀୟ ଭାଷାରେ ଏ ପ୍ରଶ୍ନ କରିବା ଉଚିତ । Single use ପ୍ଲାଷ୍ଟିକ ଉପରେ ଆମକୁ ସତର୍କ ରହିବାକୁ ପଡିବ । ବିଶ୍ୱ ବିଦ୍ୟାଳୟ କଲେଜରେ ଏକ ରୁଟିନ ହେବା ଦରକାର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ସମସ୍ତ ଷ୍ଟାଫ ଏକ ଘଣ୍ଟା ସଫେଇ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହା ଆମ କ୍ୟାମ୍ପସ ପରିବେଶକୁ ସୁସ୍ଥ ରଖିବ । ସ୍ବଦେଶୀ ଦ୍ୱାରା ଆମ ଅର୍ଥନୀତି ଦୃଢ଼ ହେବ । ସେ ସମୟରେ ଆମେ ସ୍ୱାଧୀନତା ସାର୍ଵଭୌମାତ୍ବ ପାଇଁ ଲଢ଼ିଥିଲୁ ଆଜି ଆତ୍ମନିର୍ଭରତା, ସମୃଦ୍ଧି, ସ୍ବଦେଶୀ, ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଲଢ଼ିବୁ । ସେପ୍ଟେମ୍ବର ୧୭ ତାରିଖ । ବିଶ୍ବ ନାୟକଙ୍କ ଜନ୍ମଦିନ ଥିଲା । ନୂଆ ଭାରତର ବିନ୍ଧାଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ବର୍ଷରେ ପଦାର୍ପଣ କରିଛନ୍ତି । ବିଶ୍ବ ବନ୍ଧୁ ମୋଦିଙ୍କ ଜନ୍ମଦିନ ପାଳିବାକୁ ସାରା ଦେଶରେ ଏବଂ ଦେଶ ବାହାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା ।

୧୭ ସେପ୍ଟେମ୍ବର ୧୯୫୦ ରେ ଗୁଜୁରାଟର ଭାଡନଗରରେ ଜନ୍ମଗ୍ରହଣ କରିଥିବା ନରେନ୍ଦ୍ର ଦାମୋଦରଦାସ ମୋଦି ଆଜି କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ଜଣେ ପ୍ରଭାବଶାଳୀ ନେତା ଭାବରେ ସ୍ୱୀକୃତି ପାଇଛନ୍ତି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics

Explore more stories

Sponsored
Swachh Utsav Campaign | Swachhata Hi Seva 2025: BJP’s ‘Swachh Utsav’ Campaign Continues | Argus News | Argus News