ସ୍ୱପନିଲ୍ ଦେଲେ ଭାରତକୁ ଆଉ ଏକ ପଦକ
·1 year ago

ନୂଆଦିଲ୍ଲୀ: ପ୍ୟାରିସରେ ଭାରତକୁ ଆଉ ଏକ ପଦକ। ଷଷ୍ଠ ଦିନରେ ସୁଟିଂରେ ଭାରତକୁ ତୃତୀୟ ପଦକ ପ୍ରାପ୍ତ ହୋଇଛି। ସ୍ବପନିଲଙ୍କୁ ସୁଟିଂରେ ବ୍ରୋଞ୍ଚ ମେଡାଲ୍ ମିଳିଛି। ପୁରୁଷ ୫୦ ମିଟର ରାଇଫଲ ୩ ପୋଜିସନ୍ସ ଫାଇନାଲରେ ସ୍ୱପ୍ନିଲ କୁସାଲେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହି ପ୍ରତିଯୋଗିତା ଆରମ୍ଭରୁ ସ୍ୱପ୍ନିଲ ଯଥାକ୍ରମେ ଷଷ୍ଠ, ପଞ୍ଚମ, ଚତୁର୍ଥ ସ୍ଥାନରେ ରହି ତା’ପରେ ତୃତୀୟ ସ୍ଥାନକୁ ଆସିଥିଲେ ।
ଏହା ପୂର୍ବରୁ ଭାରତ ଦୁଇଟି ପଦକ ଜିତିଥିବା ବେଳେ ଏହା ମଧ୍ୟରେ ମୋଟ ଅଲିମ୍ପିକ୍ସ ପଦକ ସଂଖ୍ୟା ୩ରେ ପହଞ୍ଚି ଯାଇଛି । ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ବ୍ରୋଞ୍ଜ ଜିତିଥିବା ବେଳେ ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ମନୁ ଭାକର-ସରବଜୋତ ସିଂହ ବ୍ରୋଞ୍ଜ ମେଡାଲ ଜିତିଥିଲେ ।
ଅଧିକ ପଢନ୍ତୁ କ୍ରୀଡା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: