Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ତହବୁର ହୁସେନ୍‌ ରାଣା, ଆଜି ଆସିବ ଭାରତ...

National

ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ତହବୁର ହୁସେନ୍‌ ରାଣା, ଆଜି ଆସିବ ଭାରତ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ତହବୁର ହୁସେନ୍‌ ରାଣା, ଆଜି ଆସିବ ଭାରତ...

ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ୍‌ ତହବୁର ହୁସେନ୍‌ ରାଣାଙ୍କ ସବୁ ପ୍ରକାର ଆଇନଗତ ବିକଳ୍ପ ଶେଷ ହୋଇଯିବା ପରେ ଆମେରିକା ତାଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିଛି। ରାଣାକୁ ଏକ ସ୍ବତନ୍ତ୍ର ବିମାନରେ ଭାରତକୁ ଅଣାଯାଉଛି। ବିମାନଟି ଆଜି ଭାରତରେ ଅବତରଣ କରିପାରେ। ରାଣାର ପ୍ରତ୍ୟାର୍ପଣ ଉପରେ ସ୍ଥଗିତାଦେଶ ଜାରି କରିବାକୁ ଆମେରିକାର ପ୍ରଧାନ ବିଚାରପତି ସୋମବାର ମନା କରିଦେଇଥିଲେ। ଆତଙ୍କୀ ତହବୁର ରାଣାର ପ୍ରତ୍ୟାର୍ପଣ ଆମେରିକା ସର୍ବୋଚ୍ଚ ଅଦାଲତରେ ଭାରତର ସବୁଠୁ ବଡ଼ ସଫଳତା ସାଜିଛି।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ କୂଟନୀତି ସହ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ରଣନୀତି ଯୋଗୁ ଏହା ସମ୍ଭବ ହୋଇପାରିଛି। NiAର ଏକ ସ୍ବତନ୍ତ୍ର ଟିମ୍ ଏକ ସ୍ବତନ୍ତ୍ର ବିମାନରେ ତହବୁରକୁ ସାଥିରେ ନେଇ ଆମେରିକାରୁ ଫେରୁଛନ୍ତି। ହେଲେ NIA ଆମେରିକାରୁ ସିଧା ଭାରତ ନଆସି ରୁଟରେ ପରିବର୍ତ୍ତନ କରିଛି। ସୁରକ୍ଷା ଦୃଷ୍ଟିରୁ ଆମେରିକାକୁ ଭାରତ ଉଡ଼ାଣ ଭିତରେ ଏକ ସିକ୍ରେଟ ପ୍ଲେସରେ କିଛି ସମୟର ହଲ୍ଟ କରି ଭାରତ ଫେରିବାର ଯୋଜନା ରଖିଛି NIA। ଏପଟେ ଭାରତରେ ତହବୁରର ଆଗାମୀ ଠିକଣା ସାଜିବ ତିହାର ଜେଲ। ତିହାର ଜେଲରେ ରହିବ 26/11 ନରସଂହାରର ଗୋଟିଚାଳକ ସୈତାନ ଥିଲା ତହବୁର ରାଣା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
tahawwur-rana-2611-attacks-mastermind-likely-to-arrive-in-india-shortly-security-tightened-in-jails | Argus News