Cyclone Effect / ବାତ୍ୟାରେ ଛାରଖାର୍ ! ମଲେଣି ହଜାରେ ଲୋକ...

Key Points
ତାମିଲନାଡୁରେ ଘୂର୍ଣ୍ଣିଝଡ଼ ଦିତଓ୍ୱାର ପ୍ରଭାବ । ଚେନ୍ନାଇ ସମେତ ୬ ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ । ତାମିଲନାଡୁ ଉପକୂଳରେ ଘୂର୍ଣ୍ଣିଝଡ଼ ଦିତ୍ବାହ ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିଛି । ଜନଜୀବବନ ଗଭୀର ଭାବେ ପ୍ରଭାବିତ ହୋଇଛି । ଭାରତ ପାଣିପାଗ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ରାଜଧାନୀ ଚେନ୍ନାଇର ସ୍କୁଲ ଏବଂ କଲେଜଗୁଡ଼ିକ ସହିତ ତିରୁଭଲ୍ଲୁର ଏବଂ କାଞ୍ଚିପୁରମ ଜିଲ୍ଲାରେ ସ୍କୁଲ ବନ୍ଦ ରଖାଯାଇଛି।
ସୋମବାର ବିଳମ୍ବିତ ରାତିରେ ଏହି ତିନୋଟି ଜିଲ୍ଲାର ଅଧିକାରୀମାନେ ସତର୍କତାମୂଳକ ପଦକ୍ଷେପ ନେଇଥିଲେ। ଜିଲ୍ଲା ଅଧିକାରୀମାନେ ଲୋକଙ୍କୁ ସତର୍କ ରହିବାକୁ, ଅନାବଶ୍ୟକ ଯାତ୍ରା ଏଡାଇବାକୁ ଏବଂ ବିପର୍ଯ୍ୟୟ ପରିଚାଳନା ସଂସ୍ଥାଗୁଡ଼ିକ ଦ୍ୱାରା ଜାରି ପରାମର୍ଶ ପାଳନ କରିବାକୁ ଅନୁରୋଧ କରିଛନ୍ତି। ଚେଙ୍ଗଲପଟୁ, କାଞ୍ଚିପୁରମ, ତିରୁଭଲ୍ଲୁର ଏବଂ ଚେନ୍ନାଇ ଜିଲ୍ଲାର ଆଦ୍ୟାର୍, କୋସାସ୍ଥଲାଇୟାର, ଅରାନିଆର୍ ନଦୀ ପାଇଁ ବନ୍ୟା ସତର୍କତା ମଧ୍ୟ ଜାରି କରାଯାଇଛି।
ତାମିଲନାଡୁରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଘୂର୍ଣ୍ଣିଝଡ଼ ଦିତଓ୍ୱା ଗତ ୬ ଘଣ୍ଟା ମଧ୍ୟରେ ୩ କିଲୋମିଟର ବେଗରେ ଧୀରେ ଧୀରେ ଉତ୍ତର ଆଡ଼କୁ ଗତି କରିଛି। ତାମିଲନାଡୁ ଏବଂ ପୁଡୁଚେରୀରେ ୧୦ଟି ବିମାନ ବାତିଲ ହୋଇଛି ।
ତେବେ ପଛକୁ ପଛ ରହିଛି ୨ଟି ଶକ୍ତିଶାଳୀ ବାତ୍ୟା । ପ୍ରଭାବିତ ହେଲାଣି ୪ ଦେଶ । ବାତ୍ୟା 'ସେନ୍ୟାର' ଓ 'ଦିତଓ୍ୱା'ର ପ୍ରଭାବ ପଡ଼ିଛି ଏସିଆ ମହାଦେଶ ଉପରେ । ଏସିଆ ମହାଦେଶର ଇଣ୍ଡୋନେସିଆ, ଥାଇଲାଣ୍ଡ, ଶ୍ରୀଲଙ୍କା ସହ ଭାରତ ପ୍ରଭାବିତ ହୋଇଛି ବାତ୍ୟାରେ । ବାତ୍ୟା 'ସେନ୍ୟାର' ଓ 'ଦିତୱା' ଭାରତ ମହାସାଗର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଯେଉଁଥିରେ ୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୧୦ ହଜାରରୁ ଅଧିକ ଲୋକଙ୍କୁ ହେବାକୁ ପଡ଼ିଛି ବିସ୍ଥାପିତ । ପ୍ରଥମେ ଇଣ୍ଡୋନେସିଆ ତାପରେ ଥାଇଲାଣ୍ଡ ପରେ ଶ୍ରୀଲଙ୍କରେ ବାତ୍ୟା ଧ୍ଵଂସ ଲୀଳା ରଚିଛି । ଏବେ ଦକ୍ଷିଣ ଭାରତକୁ ବର୍ଷାରେ ଭିଜାଉଛି ।
ମଲ୍ଲାକା ସନ୍ଧିରେ ଗଭୀର ଅବପାତ ଗତ ସପ୍ତାହରେ ବାତ୍ୟା 'ସେନ୍ୟାର' ଭାବେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଏହା ପରେ ବାତ୍ୟା 'ଦିତୱା' ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଆସି ଶ୍ରୀଲଙ୍କାରେ ମାଡ଼ ହେବା ପରେ ଭାରତ ଆଡ଼କୁ ମୁହାଁଇ ଦୁର୍ବଳ ହେଉଛି ।
ଯଦିଓ ଭାରତ ଉପରେ ବାତ୍ୟା 'ସେନ୍ୟାର'ର ପ୍ରଭାବ ପଡ଼ିନଥିଲା କିନ୍ତୁ ଏହା ଇଣ୍ଡୋନେସିଆ ଓ ମାଲେସିଆକୁ ଛାରଖାର୍ କରି ଦେଇଛି । ସେହିଭଳି ନଭେମ୍ବର ୨୭ରେ ବାତ୍ୟା 'ଦିତୱା' ଶ୍ରୀଲଙ୍କାରେ ମାଡ଼ ହୋଇ ଏବେ ଦକ୍ଷିଣ ଭାରତ ଆଡ଼କୁ ବଡ଼ ବର୍ଷା ନେଇ ଆସିଛି ।
📱 Get Argus News App
✨Related Topics
Explore more stories