Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ତାମିଲନାଡୁ ଇରୋଡ ସାଂସଦ ଏ. ଗଣେଶମୂର୍ତ୍ତିଙ୍କ ମୃତ୍ୟୁ

Ritu Das
Browse all articles by Ritu Das
·2 years ago
ତାମିଲନାଡୁ ଇରୋଡ ସାଂସଦ ଏ. ଗଣେଶମୂର୍ତ୍ତିଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ: ଟିକେଟ ନ ମିଳିବାରୁ ସାଂସଦଙ୍କ ଆତ୍ମହତ୍ୟା । ତାମିଲନାଡୁ ଇରୋଡ ସାଂସଦ ଏ. ଗଣେଶମୂର୍ତ୍ତିଙ୍କ ମୃତ୍ୟୁ ହୋଇଛି । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଏମଡିଏମକେ ପକ୍ଷରୁ ତାଙ୍କୁ ଟିକେଟ ଦିଆଯାଇ ନଥିଲା । ଏହାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ । 

ଗତ ରବିବାର ରାତିରେ ସେ ତାଙ୍କ ବାସଭବନରେ ବିଷ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଥିଲା । ଆଜି ଭୋରରୁ ତାଙ୍କର ଦେହାନ୍ତ ହୋଇଛି । ଇରୋଡ ଲୋକସଭା ଆସନରୁ ସେ ୨୦୧୯ ନିର୍ବାଚନରେ ବିଜୟୀ ହୋଇଥିଲା। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tamil Nadu | Argus News