Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନବବିବାହିତା କନ୍ୟାଙ୍କୁ ମାଗଣାରେ ମିଳିବ ୮ ଗ୍ରାମ ସୁନା ଓ ସିଲ୍କ ଶାଢ଼ୀ

National

Free Gold Scheme / ନବବିବାହିତା କନ୍ୟାଙ୍କୁ ମାଗଣାରେ ମିଳିବ ୮ ଗ୍ରାମ ସୁନା ଓ ସିଲ୍କ ଶାଢ଼ୀ

Rashmita Mishra
Browse all articles by Rashmita Mishra
·2 hours ago·2 min read
ନବବିବାହିତା କନ୍ୟାଙ୍କୁ ମାଗଣାରେ ମିଳିବ ୮ ଗ୍ରାମ ସୁନା ଓ ସିଲ୍କ ଶାଢ଼ୀ
Free Gold Scheme

Key Points

ବିଜୟ ସରକାର ଦେବେ ମାଗଣା ସୁନା ଓ ସିଲ୍କ ଶାଢ଼ୀ । 
ବିବାହରେ ମିଳିବ ୮ ଗ୍ରାମ୍ ସୁନା । 
ନବବିବାହିତା କନ୍ୟାଙ୍କୁ ମାଗଣାରେ ମିଳିବ ୮ ଗ୍ରାମ ସୁନା ଓ ସିଲ୍କ ଶାଢ଼ୀ 

ନିର୍ବାଚନରେ ବହୁମତ ପାଇ ସରକାର ଗଢ଼ିବା ଓ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇସାରିବା ପରେ, ଏବେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାର ବେଳ । ଲୋକେ ଯେଉଁ ଆଶା ଆକାଂକ୍ଷା ନେଇ, ମାତ୍ର ଦୁଇବର୍ଷର ରାଜନୈତିକ ଦଳ ହାତକୁ କ୍ଷମତା ଟେକିଦେଲେ ସେହି ଭରସାକୁ ବଜାୟ ରଖିବାର ବଡ଼ ପରୀକ୍ଷା ଦେବେ ସୁପର CM ଥାଲାପତି ବିଜୟ । ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି, ନବବିବାହିତା କନ୍ୟାଙ୍କୁ ୮ ଗ୍ରାମ ସୁନା ଓ ସିଲ୍କ ଶାଢ଼ୀ ମାଗଣାରେ ବଣ୍ଟନ ।

ବର୍ତ୍ତମାନର ସୁନା ଦରକୁ ଦେଖିଲେ, ଏହି ପ୍ରତିଶ୍ରୁତି ପୂରଣ କରିବା କୌଣସି ବି ସରକାରଙ୍କ ପାଇଁ କାଠିକର ପାଠ । ଗୋଟିଏ ପଟେ କେନ୍ଦ୍ର ସରକାର ବିଦେଶରୁ ସୁନା ଆମଦାନୀ କମାଇବାକୁ ଚାହୁଁଛନ୍ତି, ଅନ୍ୟପକ୍ଷରେ ତାମିଲନାଡୁ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି । ଆକଳନ କରାଯାଉଛି, କେବଳ ଗରିବ ଝିଅଙ୍କୁ ସୁନା ବାଣ୍ଟିବାରେ TVK ସରକାରଙ୍କୁ ବାର୍ଷିକ ୨୫ ହଜାର କୋଟି ଖର୍ଚ୍ଚ କରିବାକୁ ପଡ଼ିପାରେ ।

ମାତ୍ର ୨ ବର୍ଷର ରାଜନୈତିକ ଦଳକୁ ତାମିଲନାଡୁରେ ଲୋକପ୍ରିୟ କରାଇ, କ୍ଷମତାରେ ବସାଇବାକୁ ପ୍ରତିଶ୍ରୁତିର ପାହାଡ଼ ଠିଆ କରିଥିଲେ ଥାଲାପତି ବିଜୟ । ବିଶେଷ କରି ମହିଳା ଭୋଟରଙ୍କୁ TVK ପ୍ରତି ଆକୃଷ୍ଟ କରିବାକୁ ଏକାଧିକ ମନଲୋଭା ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ । ଯାହା ଭିତରେ ସଵୁଠାରୁ ଆକର୍ଷଣୀୟ ଥିଲା...

ମହିଳାଙ୍କ ଭୋଟ୍ ହାତେଇବାକୁ ଥାଲାପତି ବିଜୟ ଦେଇଥିଲେ ବଡ଼ ପ୍ରତିଶ୍ରୁତି
ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡ ବିନ୍ଧା ପାଲଟିଲାଣି ନିର୍ବାଚନୀ ପ୍ରତିଶ୍ରୁତି ପୂରଣ । ବିଦେଶରୁ ସୁନା ଆମଦାନୀ କମାଇବାକୁ ଅପିଲ କରୁଛନ୍ତି କେନ୍ଦ୍ର ସରକାର । ତାମିଲନାଡୁରେ ବିବାହ ପାଇଁ ଝିଅଙ୍କୁ ବଣ୍ଟାଯିବ ୮ ଗ୍ରାମର ମାଗଣା ସୁନା । ଭାଇ ହୋଇ ଘୋଷଣା କରିଥିଲେ ଉପହାର ବଜେଟ୍ ପାଲଟିଲାଣି ବୋଝ । ସୁନା ବାଣ୍ଟିବାରେ ଅତି କମରେ ଖର୍ଚ୍ଚ ହୋଇପାରେ ୨୫ ହଜାର କୋଟି ଟଙ୍କା ।

ତେବେ ବିବାହବେଳେ ଝିଅଙ୍କୁ ୮ ଗ୍ରାମ୍ ସୁନା ଦେବାକୁ ହେଲେ କେତେ ଖର୍ଚ୍ଚ କରିବେ ନବଗଠିତ ତାମିଲନାଡୁ ସରକାର । କେବଳ ଗୋଟିଏ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ବିଜୟ ଥାଲାପତିଙ୍କ ସରକାରକୁ ଦରକାର ୨୫ ହଜାର କୋଟି ଟଙ୍କା । ଦେଖିବା ରାଜ୍ୟ ସରକାରଙ୍କ ବଜେଟ୍ ଉପରେ ଏହାର ଚାପ କେତେ ପଡ଼ିବାକୁ ଯାଉଛି ।

୮ ଗ୍ରାମ୍ ସୁନା ପାଇଁ ୮ ଗୁଣା ଚାପ

ତାମିଲନାଡୁରେ ବାର୍ଷିକ ପ୍ରାୟ ୭ ଲକ୍ଷ ରୁ ୮ ଲକ୍ଷ ବିବାହ ହେଉଛି
ଯଦି ବର୍ଷକୁ ୭ ଲକ୍ଷ ବିବାହ ହୁଏ ଆବଶ୍ୟକ ହେବ ୫.୬ ଟନ୍ ସୁନା
ତାମିଲନାଡୁରେ ୧ ଗ୍ରାମ୍ ସୁନାର ଦର ଯଦି ପ୍ରାୟ ୧୫,୦୦୦ ଟଙ୍କା ହୁଏ
ବାର୍ଷିକ ସରକାରଙ୍କୁ ଆବଶ୍ୟକ ପଡ଼ିବ ପ୍ରାୟ ୮୪,୦୦୦ କୋଟି ଟଙ୍କା
କେବଳ ଗରିବ ପରିବାରଙ୍କୁ ସୁନା ଦେଲେ ମଧ୍ୟ ୨୫,୦୦୦ କୋଟି ଟଙ୍କାର ବୋଝ ପଡ଼ିବ
ତାମିଲନାଡୁର ବାର୍ଷିକ ବଜେଟ୍ ପରିମାଣ- ୩ରୁ ୪ ଲକ୍ଷ କୋଟି ଟଙ୍କା
କେବଳ ସୁନା ବଣ୍ଟନ ଯୋଜନା ପାଇଁ- ମୋଟ୍ ବଜେଟର ୫ରୁ ୧୦% ଦରକାର

ଭାରତରେ ସୁନା ଉତ୍ପାଦନ

ଭାରତରେ ସୁନା ଉତ୍ପାଦନ ବହୁତ୍ କମ୍ ହୁଏ । ପାରମ୍ପାରିକ ଭାବେ ହଳଦିଆ ଧାତୁ ପ୍ରତି ଲୋକଙ୍କ ଅହେତୁକ ଆକର୍ଷଣ କାରଣରୁ ଚାହିଦା ମେଣ୍ଟାଇବା ପାଇଁ ବିଦେଶରୁ ସୁନା ଆମଦାନୀ କରିବାକୁ ପଡ଼େ । ଯାହାର ସିଂହଭାଗ ଗହଣା ତିଆରିରେ ଲାଗେ । ବିଶ୍ବରେ ଦ୍ବିତୀୟ ବୃହତ୍ ସୁନା ଆମଦାନୀକାରୀ ଦେଶ ହେଉଛି ଭାରତ । ଭାରତ ଏହାର ସୁନା ଆବଶ୍ୟକତାର ସର୍ବାଧିକ ୪୦ ପ୍ରତିଶତ ସୁଇଜରଲ୍ୟାଣ୍ଡରୁ ଏବଂ ବାକି ୟୁନାଇଟେଡ୍ ଆରବ ଏମିରେଟ୍ସ ଓ ଦକ୍ଷିଣ ଆଫ୍ରିକା ପରି ଦେଶରୁ କିଣୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tamil Nadu Govt to Give Free Gold and Silk Sarees to Brides | Argus News