Liquor Price Hike / ମହଙ୍ଗା ହେଲା ମଦ, ଖାଲି ବୋତଲ ଫେରାଇଲେ ମିଳିବ ଟଙ୍କା, ଜାଣନ୍ତୁ ସରକାରଙ୍କ ନୂଆ ନିୟମ
·1 hour ago·2 min read

Key Points
ମହଙ୍ଗା ହେଲା ମଦ।
୧୦ ଟଙ୍କା ବଢିଲା ମଦର ଦର
ତାମିଲନାଡୁ ସରକାର ମଦ ବୋତଲର ମୂଲ୍ୟ ୧୦ ଟଙ୍କା ବୃଦ୍ଧି କରିଛନ୍ତି

ମହଙ୍ଗା ହେଲା ମଦ। ଏଣିକି ମଦ ବୋତଲ କିଣିବାକୁ ହେଲେ ଅଧିକ ୧୦ ଟଙ୍କା ଦେବାକୁ ପଡ଼ିବ। ତାମିଲନାଡୁ ସରକାର ମଦ ବୋତଲର ମୂଲ୍ୟ ୧୦ ଟଙ୍କା ବୃଦ୍ଧି କରିଛନ୍ତି। ନୂଆ ଦର ଆଜିଠାରୁ ଲାଗୁ ହୋଇଛି। ତେବେ ଏହି ମୂଲ୍ୟ ବୃଦ୍ଧି ମଧ୍ୟରେ ସରକାର ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଖାଲି ବୋତଲ ଫେରାଇଲେ ଗ୍ରାହକଙ୍କୁ ମିଳିବ ୧୦ ଟଙ୍କା ଫେରସ୍ତ।
ସୂଚନା ଅନୁସାରେ, ତାମିଲନାଡୁ ସରକାର ସମସ୍ତ ମଦ ବୋତଲର ଦାମ୍ ୧୦ ଟଙ୍କା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନୂଆ ନିୟମ ଲାଗୁ ହେବା ପରେ ମଦ କିଣିବା ସମୟରେ ଗ୍ରାହକଙ୍କୁ ପୂର୍ବ ଅପେକ୍ଷା ଅଧିକ ଅର୍ଥ ଦେବାକୁ ହେବ। ତେବେ ଏହି ଅତିରିକ୍ତ ୧୦ ଟଙ୍କାକୁ ଖାଲି ବୋତଲ ଫେରାଇ ଫେରସ୍ତ ପାଇବାର ସୁଯୋଗ ରହିଛି।
ଏଥି ସହ ପଢନ୍ତୁ: ଗ୍ୟାସ୍ ସିଲିଣ୍ଡର ପାଇଁ ସରକାରଙ୍କ ବଡ଼ ଘୋଷଣା, ଦୀପାବଳିରେ ମାଗଣା ଗ୍ୟାସ୍ ସିଲିଣ୍ଡର !
କେମିତି ମିଳିବ ୧୦ ଟଙ୍କା?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସରକାରଙ୍କ ନିୟମ ଅନୁସାରେ, ମଦ ପିଇବା ପରେ ଖାଲି ବୋତଲକୁ ଫିଙ୍ଗିବା ପରିବର୍ତ୍ତେ ମଦ ଦୋକାନକୁ ଫେରାଇବାକୁ ହେବ। ତେବେ ବୋତଲଟି ଭଲ ଅବସ୍ଥାରେ ଥିବା ଆବଶ୍ୟକ। ଏପରି ବୋତଲ ଫେରସ୍ତ କଲେ ଗ୍ରାହକଙ୍କୁ ୧୦ ଟଙ୍କା ଫେରାଇ ଦିଆଯିବ।
ଏହି ବ୍ୟବସ୍ଥା ଦ୍ୱାରା ଖାଲି ମଦ ବୋତଲକୁ ଏଣେତେଣେ ଫିଙ୍ଗିବା ଉପରେ ରୋକ୍ ଲଗାଇବା ସହ ପରିବେଶକୁ ସଫା ରଖିବାରେ ସହାୟତା ମିଳିବ। ବୋତଲର ପୁନଃବ୍ୟବହାରକୁ ମଧ୍ୟ ଏହା ପ୍ରୋତ୍ସାହିତ କରିବ। ଅର୍ଥାତ୍ ମଦ କିଣିବା ବେଳେ ଅଧିକ ୧୦ ଟଙ୍କା ଦେବାକୁ ପଡ଼ିବ, କିନ୍ତୁ ଖାଲି ବୋତଲକୁ ସୁରକ୍ଷିତ ଭାବେ ଫେରାଇଲେ ସେହି ଟଙ୍କା ଫେରି ପାଇବେ ଗ୍ରାହକ। ଏବେ ତାମିଲନାଡୁ ସରକାରଙ୍କ ଏହି ନୂଆ ବ୍ୟବସ୍ଥା କେତେ ସଫଳ ହେଉଛି, ତାହା ଉପରେ ନଜର ରହିବ।

Related Topics
Explore more stories