Chicken Biryani in School / ଆସିଲା ବଡ଼ ଖବର, ସ୍କୁଲ୍ ମିଡ୍-ଡେ ମିଲ୍ରେ ମିଳିବ ଚିକେନ୍ ବିରିୟାନୀ!
·1 hour ago·2 min read

Key Points
ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ଚିକେନ୍ ବିରିୟାନି!
ତାମିଲନାଡୁ ସରକାରଙ୍କ ଏହି ପ୍ରସ୍ତାବକୁ ନେଇ ଚର୍ଚ୍ଚା
ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ରାଜମୋହନଙ୍କ ସୂଚନା

ଚେନ୍ନାଇ,୧୯/୦୯ :ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନରେ ଏଣ୍ଟ୍ରି କରିପାରେ ଚିକେନ୍ ବିରିୟାନି। ତାମିଲନାଡୁ ସରକାରଙ୍କ ଏହି ପ୍ରସ୍ତାବକୁ ନେଇ ପୁଣିଥରେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ରାଜମୋହନ କହିଛନ୍ତି ଯେ ସରକାରୀ ସ୍କୁଲ ପିଲାଙ୍କୁ ଚିକେନ୍ ବିରିୟାନି ଦେବା ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଇଚ୍ଛା ମଧ୍ୟରେ ରହିଛି। ତେବେ ଏହାକୁ ତୁରନ୍ତ ଲାଗୁ କରାଯିବ ନାହିଁ। ପ୍ରଥମେ ପାଇଲଟ୍ ପ୍ରକଳ୍ପ ଏବଂ ପରୀକ୍ଷଣ ପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ତାମିଲନାଡୁର ସ୍କୁଲ୍ ଶିକ୍ଷାମନ୍ତ୍ରୀ ରାଜ ମୋହନ କହିଛନ୍ତି, ସରକାରୀ ସ୍କୁଲ୍ର ସମସ୍ତ ପିଲାଙ୍କୁ ଚିକେନ୍ ବିରିୟାନୀ ଦେବା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା । କିନ୍ତୁ ଏହି ଯୋଜନାକୁ ଲାଗୁ କରିବା ପୂର୍ବରୁ ଅନେକ ଦିଗ ଉପରେ ପରୀକ୍ଷା କରାଯିବ । ବିଶେଷକରି ଖାଦ୍ୟର ଗୁଣବତ୍ତା, ସ୍ୱଚ୍ଛତା, ଖାଦ୍ୟ ସୁରକ୍ଷା ଏବଂ ଏତେ ବଡ଼ ସଂଖ୍ୟାରେ ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣର ବ୍ୟବସ୍ଥା କିପରି ହେବ, ତାହା ଉପରେ ନଜର ରହିବ ।
ଜୁଲାଇରୁ ଚାଲିଛି ବିଚାର
ଏହି ପ୍ରସ୍ତାବ ପ୍ରଥମେ ଜୁଲାଇ ମାସରେ ସାମ୍ନାକୁ ଆସିଥିଲା । ସେତେବେଳେ ସରକାରୀ ସ୍କୁଲ୍ର ମିଡ୍-ଡେ ମିଲ୍ରେ ସପ୍ତାହକୁ ଥରେ ଚିକେନ୍ ବିରିୟାନୀ ସାମିଲ କରିବା ନେଇ ବିଚାର ଚାଲିଥିବା ଜଣାପଡ଼ିଥିଲା । ମନ୍ତ୍ରୀଙ୍କ କହିବା ଅନୁସାରେ, ବଢ଼ୁଥିବା ପିଲାଙ୍କ ଶରୀର ପାଇଁ ପ୍ରୋଟିନ୍ର ଆବଶ୍ୟକତା ରହିଛି । ତେଣୁ ସ୍କୁଲ୍ ଭୋଜନରେ ପୌଷ୍ଟିକ ଖାଦ୍ୟକୁ ଗୁରୁତ୍ୱ ଦେବା ଏହି ପ୍ରସ୍ତାବର ଏକ ଉଦ୍ଦେଶ୍ୟ ବୋଲି କୁହାଯାଉଛି ।
ପଢନ୍ତୁ ଏହି ଖବର: ପାରାସିଟାମଲ ଓ ଟେଲମିସାର୍ଟନର ନମୁନା ଫେଲ୍,ନକଲି ଔଷଧ କିପରି ଚିହ୍ନିବେ ଜାଣନ୍ତୁ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କଏଦୀ ଖାଉଛନ୍ତି, ପିଲା କାହିଁକି ନୁହେଁ?
ଚିକେନ୍ ବିରିୟାନି ପ୍ରସ୍ତାବକୁ ନେଇ ମନ୍ତ୍ରୀ ରାଜମୋହନ ଏକ ଉଦାହରଣ ଦେଇଛନ୍ତି। ସେ କହିଛନ୍ତି, ପୁଝାଲ ଜେଲର କଏଦୀମାନେ ମଧ୍ୟ ଚିକେନ୍ ବିରିୟାନି ଖାଇପାରନ୍ତି।”ତେବେ ସ୍କୁଲ୍ ପିଲାମାନଙ୍କୁ ଏହା ଦେବାରେ ଅସୁବିଧା କ’ଣ? ତେବେ ଏହା ଏକ ପ୍ରସ୍ତାବ ହୋଇଥିବାରୁ ଏପର୍ଯ୍ୟନ୍ତ ଏହାକୁ ସବୁ ସ୍କୁଲ୍ରେ ଲାଗୁ କରାଯାଇନାହିଁ । ତେବେ ଏହାକୁ କାର୍ଯ୍ୟକାରୀ କରିବାରେ ସବୁଠାରୁ ବଡ଼ ପ୍ରସଙ୍ଗ ହେଉଛି ସ୍ୱଚ୍ଛତା, ଖାଦ୍ୟ ସୁରକ୍ଷା ଏବଂ ଲଜିଷ୍ଟିକ୍ସ।
ଅନ୍ୟପଟେ, ଯେଉଁ ପିଲାମାନେ ନନ୍-ଭେଜ୍ ଖାଆନ୍ତି ନାହିଁ, ସେମାନଙ୍କ ପାଇଁ ଭେଜିଟେରିଆନ୍ ଭୋଜନ ଜାରି ରହିବ ବୋଲି କୁହାଯାଇଛି। ଅର୍ଥାତ୍ ଚିକେନ୍ ବିରିୟାନୀ ଏକ ବିକଳ୍ପ ଭାବେ ରହିପାରେ। ତେବେ ଏବେ ନଜର ରହିଛି ପାଇଲଟ୍ ପ୍ରୋଜେକ୍ଟ ଉପରେ। ପାଇଲଟ୍ ପରୀକ୍ଷାରେ ଖାଦ୍ୟ ପ୍ରସ୍ତୁତି, ସ୍ୱଚ୍ଛତା, ଗୁଣବତ୍ତା ଓ ବଣ୍ଟନ ବ୍ୟବସ୍ଥାକୁ ପରଖାଯିବ । ଏହାପରେ ହିଁ ସମଗ୍ର ତାମିଲନାଡୁର ସରକାରୀ ସ୍କୁଲ୍ରେ ଏହି ଯୋଜନା ଲାଗୁ ହେବ କି ନାହିଁ, ସେନେଇ ନିଷ୍ପତ୍ତି ନିଆଯିବ।

Related Topics
Explore more stories