Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ତାମିଲନାଡୁ ଟ୍ରେନ୍ ଦୁର୍ଘଟଣା:ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲା ଭାରତୀୟ ରେଳବାଇ

National

ତାମିଲନାଡୁ ଟ୍ରେନ୍ ଦୁର୍ଘଟଣା:ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲା ଭାରତୀୟ ରେଳବାଇ

Sangram Tripathy
Browse all articles by Sangram Tripathy
·1 year ago·1 min read
ତାମିଲନାଡୁ ଟ୍ରେନ୍ ଦୁର୍ଘଟଣା:ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲା ଭାରତୀୟ ରେଳବାଇ

ଅର୍ଗସ ବ୍ୟୁରୋ:ତାମିଲନାଡୁ ଟ୍ରେନ୍ ଦୁର୍ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ଭାରତୀୟ ରେଳବାଇ। ତାମିଲନାଡ଼ୁର ତିରୁବଲ୍ଲୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ମହୀଶୁର-ଦରଭଙ୍ଗା ବାଗମତୀ ସୁପରଫାଷ୍ଟ ଏକ୍ସପ୍ରେସ୍ । ଏହା ଟ୍ରାକରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେବା ଫଳରେ, ୧୨ଟି ବଗି ଲାଇନଚ୍ୟୁତ ହେବା ସହ ୨ଟିରେ ନିଆଁ ଲାଗିଯାଇଥିଲା। ଏଥିରେ ୧୯ ଯାତ୍ରୀ ଆହତ ହୋଇଥିବାବେଳେ  ୨ରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି, ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇ ନଥିବା ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି। ଉଦ୍ଧାରକାରୀ ଟିମ୍, ମେଡିକାଲ ରିଲିଫ ଟିମ୍ ଓ ୨୦ରୁ ଅଧିକ ଆମ୍ବୁଲାନ୍ସ ପହଁଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ଆହତଙ୍କୁ ଉଦ୍ଧାର କରିବା ସହ ରେସକ୍ୟୁ ଅପରେସନ୍ ଜୋରଦାର କରିଥିଲେ। ଯାତ୍ରୀ ଓ ସେମାନଙ୍କ ପରିବାର ଲୋକଙ୍କ ଲାଗି ହେଲପ ଲାଇନ ୦୪୪୨୫୩୫୪୧, ଏବଂ ୦୪୪୨୪୩୫୪୯୯୫ ଜାରି କରାଯାଇଛି। ସେପଟେ ଦୁର୍ଘଟଣା ଯୋଗୁ ଏହି ରୁଟ୍‌ ଦେଇ ଯାଉଥିବା ୨ଟି ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Tamil Nadu train accident: Indian Railways orders high-level probe | Argus News