Videos
|
National

ତରଙ୍ଗ ଶକ୍ତି ୨୦୨୪,ସମରାଭ୍ୟାସ ପାଇଁ ୫୧ ଦେଶକୁ ନିମନ୍ତ୍ରଣ 

Sangram Tripathy
Browse all articles by Sangram Tripathy
·2 years ago·1 min read
ତରଙ୍ଗ ଶକ୍ତି ୨୦୨୪,ସମରାଭ୍ୟାସ ପାଇଁ ୫୧ ଦେଶକୁ ନିମନ୍ତ୍ରଣ 


ଅର୍ଗସ ବ୍ୟୁରୋ:ଆକାଶରେ ବୀରତ୍ବର ପରାକାଷ୍ଠା,ଗର୍ଜିଲେ,କମ୍ପିଲେ ଦେଖାଇଲେ ଶୋର୍ଯ୍ୟସାମର୍ଥର ଯାଦୁଗରୀ। ଭାରତର ଦମ୍ ଦେଖିଲା ସାରାବିଶ୍ବ। ରାଫେଲ୍ ତେଜସର ମାଜିକାଲ୍ ମୋମେଣ୍ଟସ୍ । ଭାରତୀୟ ବାୟୁସେନାର ବୀରତ୍ବ ଦେଖି ପ୍ରଶଂସାରେ ଶତମୁଖ ବିଶ୍ବ। ମଲ୍ଟିନେସନାଲ୍ ଏଆର ଏକ୍ସରସାଇଜର ଦ୍ବିତୀୟ ପର୍ଯ୍ୟାୟରେଜୋଧପୁର ଆକାଶରେ ଗର୍ଜିଛନ୍ତି ଅନେକ ଦେଶର ଫାଇଟର୍ ଏଆରକ୍ରାଫ୍ଟ। ଭାରତର ରାଫେଲ୍,ତେଜସ୍,ମିରାଜ୍ ସହିତ ୩୦ ଦେଶର ଲଢାକୁ ବିମାନ। ବିଶ୍ବ ଦେଖିଲା ଭାରତର ସାମରିକ ଶକ୍ତି ସହିତ ଅନ୍ୟ ଦେଶ ମାନଙ୍କର ବାୟୁସେନାର ଜଲୱା।

ତେଜସ୍ ବିମାନର ମଲ୍ଟି ଡାଇମେନ୍ସନାଲ ଡିଜାଇନ୍ ଏବଂ କଳା କୌଶଳରେ ଚକିତ ହେଲେ ଜର୍ମାନ,ଗ୍ରୀସ୍,ୟୁଏଇର ବାୟୁସେନା। ଆକାଶରେ ଭାରତୀୟ ଯୁଦ୍ଧ ବିମାନ ଦେଖାଇଲେ ଶକ୍ତି ଏବଂ ପରାକ୍ରମତାର ମିଶାଲ। ବାୟୁ ସେନା ପକ୍ଷରୁ ଆୟୋଜିତ ଏହି ଯୁଦ୍ଧାଭ୍ୟାସର ଲକ୍ଷ୍ୟ, ନିଜ ବିଶ୍ୱାସ ବୃଦ୍ଧି, ପରସ୍ପର ମଧ୍ୟରେ ତାଳମେଳ ରକ୍ଷା ଓ ଅନ୍ୟର ଜ୍ଞାନ କୌଶଳର ଶିକ୍ଷା କରିବା । ଦେଶ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ 

ଭାରତର ଆୟୋଜିତ  ତରଙ୍ଗ ଶକ୍ତି ୨୦୨୪। ନିଜ ନିଜର ଫାଇଟର୍ ଏଆରକ୍ରାଫ୍ଟ ସହିତ ଭାରତ ଦ୍ବାରା ଆୟୋଜିତ ଏହି ସମରାଭ୍ୟାସ ପାଇଁ ୫୧ ଦେଶକୁ ନିମନ୍ତ୍ରଣ କରାଯାଇଛି। ଏହି ଯୁଦ୍ଧାଭ୍ୟାସ ଦୁଇଟି ପର୍ଯ୍ୟାୟରେ ହେଉଛି। ପ୍ରଥମ ପର୍ଯ୍ୟାୟ ୬ ଅଗଷ୍ଟରୁ ୧୪ ଅଗଷ୍ଟ ପର୍ଯ୍ୟନ୍ତ ତାମିଲନାଡୁର ସୁଲାର ଠାରେ ଶେଷ ହୋଇଥିବା ବେଳେ  ଓ ଦ୍ୱିତୀୟ ପର୍ଯ୍ୟାୟ ରାଜସ୍ଥାନର ଯୋଧପୁରରେ ଅଭ୍ୟାସ ଶିବିର ଆୟୋଜିତ ହୋଇଛି । ଏଥିରେ ବାୟୁ ସେନାର ୭୫-ରୁ ୮୦ ଯୁଦ୍ଧ ବିମାନ ଭାଗ ନେଇଛନ୍ତି। ଭାରତୀୟ ବାୟୁସେନାର ପରାକ୍ରମ ଦେଖି ସାରା ବିଶ୍ବ କରୁଛି ଭାରତର ପ୍ରଶଂସା। ଆଗକୁ ବିଶ୍ବ ଆଗରେ ଭାରତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: