Tata Group Dispute / ଟାଟା ଗ୍ରୁପ୍ରେ ପୁଣି ବଡ଼ ଧରଣର ବିବାଦ, ବମ୍ବେ ହାଇକୋର୍ଟ ଯିବ ଟାଟା ଟ୍ରଷ୍ଟ୍
·26 mins ago·1 min read

Key Points
ଟାଟା ଗ୍ରୁପ୍ରେ ପୁଣି ବଡ଼ ବିବାଦ
କୋର୍ଟ ଯିବ ଟାଟା ଟ୍ରଷ୍ଟ୍
ଚନ୍ଦ୍ରଶେଖରନ୍ଙ୍କ ନିଯୁକ୍ତିକୁ ବିରୋଧ
ବମ୍ବେ ହାଇକୋର୍ଟ ଯିବ ଟାଟା ଟ୍ରଷ୍ଟ୍
୬୫ କୋଟି କ୍ଷତିପୂରଣ ଦାବି କଲା ଟ୍ରଷ୍ଟ୍
ଟାଟା ସନ୍ସ ବୋର୍ଡ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ
କୋର୍ଟ ଯିବ ଟାଟା ଟ୍ରଷ୍ଟ୍
ଚନ୍ଦ୍ରଶେଖରନ୍ଙ୍କ ନିଯୁକ୍ତିକୁ ବିରୋଧ
ବମ୍ବେ ହାଇକୋର୍ଟ ଯିବ ଟାଟା ଟ୍ରଷ୍ଟ୍
୬୫ କୋଟି କ୍ଷତିପୂରଣ ଦାବି କଲା ଟ୍ରଷ୍ଟ୍
ଟାଟା ସନ୍ସ ବୋର୍ଡ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ
ମୁମ୍ବାଇ: ଦେଶର ସର୍ବବୃହତ ଶିଳ୍ପସଂସ୍ଥା ଟାଟା ଗୃପ୍ରେ ପୁଣିଥରେ ଦେଖାଦେଇଛି। ବଡ଼ ଧରଣର ବିବାଦ। ଟାଟା ସନ୍ସର ଅଧ୍ୟକ୍ଷ ଏନ୍. ଚନ୍ଦ୍ରଶେଖରନ୍ଙ୍କ ପୁନଃନିଯୁକ୍ତି ବିରୋଧରେ ଏବେ କୋର୍ଟର ଦ୍ବାରସ୍ଥ ହେବାକୁ ନିଷ୍ପତ୍ତି ନେଇଛି ଟାଟା ଟ୍ରଷ୍ଟ୍। ନୋଏଲ୍ ଟାଟାଙ୍କ ସମର୍ଥିତ 'ସାର୍ ଦୋରାବଜୀ ଟାଟା ଟ୍ରଷ୍ଟ୍' ଏବଂ 'ଆର୍.ଡି. ଟାଟା ଟ୍ରଷ୍ଟ୍' ବମ୍ବେ ହାଇକୋର୍ଟ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହ ୬୫ କୋଟି ଟଙ୍କାର କ୍ଷତିପୂରଣ ମଧ୍ୟ ଦାବି କରାଯାଇଛି।
ଗତ ସେପ୍ଟେମ୍ବରରେ ଅନୁଷ୍ଠିତ ଟାଟା ସନ୍ସ ବୋର୍ଡ ବୈଠକରେ ୨୦୨୭ ଫେବୃଆରୀରୁ ଆଉ ୫ ବର୍ଷ ପାଇଁ ଏନ୍. ଚନ୍ଦ୍ରଶେଖରନ୍ଙ୍କ ପୁନଃନିଯୁକ୍ତି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା। ତେବେ ଏହି ବୈଠକରେ ନୋଏଲ୍ ଟାଟା ଏହାକୁ ବିରୋଧ କରିଥିବା ବେଳେ ଅନ୍ୟ ଜଣେ ଟ୍ରଷ୍ଟ୍ ନିର୍ଦ୍ଦେଶକ ସପକ୍ଷରେ ଭୋଟ୍ ଦେଇଥିଲେ। ଫଳରେ ବୈଠକର ଅଧ୍ୟକ୍ଷତା କରୁଥିବା ସ୍ବାଧୀନ ନିର୍ଦ୍ଦେଶକ ହରିଶ ମନୱାନୀ ନିଜର ନିର୍ଣ୍ଣାୟକ ଭୋଟ୍ ବା 'କାଷ୍ଟିଂ ଭୋଟ୍' ପ୍ରୟୋଗ କରି ଏହି ପ୍ରସ୍ତାବକୁ ପାରିତ କରାଇଥିଲେ। ତେବେ ଟାଟା ଟ୍ରଷ୍ଟ୍ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଏହି ନିଷ୍ପତ୍ତି ଟାଟା ସନ୍ସର 'ଆର୍ଟିକିଲ୍ସ ଅଫ୍ ଆସୋସିଏସନ୍'ର ଧାରା ୧୨୧କୁ ଉଲ୍ଲଙ୍ଘନ କରୁଛି।
ପଢନ୍ତୁ ଏହି ଖବର: ଅଷ୍ଟମ ବେତନ କମିଶନ: କାହାର କେତେ ବଢିବ ଦରମା?
ନିୟମ ଅନୁଯାୟୀ ଟ୍ରଷ୍ଟ୍ ମନୋନୀତ ନିର୍ଦ୍ଦେଶକଙ୍କ ବହୁମତ ବିନା କୌଣସି ବଡ଼ ନିଷ୍ପତ୍ତି ନିଆଯାଇପାରିବ ନାହିଁ। ତେଣୁ ସେପ୍ଟେମ୍ବର ୧୭ର ନିଷ୍ପତ୍ତିକୁ ଅବୈଧ ଘୋଷଣା କରିବା ସହ ଆସନ୍ତା ନଭେମ୍ବର ୩୦ରେ ହେବାକୁ ଥିବା ବୋର୍ଡ ବୈଠକ ଉପରେ ରୋକ୍ ଲଗାଇବାକୁ ବମ୍ବେ ହାଇକୋର୍ଟରେ ଆବେଦନ କରାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories