Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଲଡୁରେ ପଶୁ ଚର୍ବି ବ୍ୟବହାର ହେଉଥିବା ଅଭିଯୋଗ ଆଣିଲେ ଚନ୍ଦ୍ରବାବୁ ନାଇଡୁ  

National

ଲଡୁରେ ପଶୁ ଚର୍ବି ବ୍ୟବହାର ହେଉଥିବା ଅଭିଯୋଗ ଆଣିଲେ ଚନ୍ଦ୍ରବାବୁ ନାଇଡୁ  

Manini Pattanayak
Browse all articles by Manini Pattanayak
·1 year ago·1 min read
ଲଡୁରେ ପଶୁ ଚର୍ବି ବ୍ୟବହାର ହେଉଥିବା ଅଭିଯୋଗ ଆଣିଲେ ଚନ୍ଦ୍ରବାବୁ ନାଇଡୁ  

ନୂଆଦିଲ୍ଲୀ:  ତିରୁପତି ଲଡୁକୁ ନେଇ ଥମୁନି ଚର୍ଚ୍ଚା । ଲଡୁରେ ପଶୁ ଚର୍ବି ବ୍ୟବହାର ହେଉଥିବା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଦାବି ପରଠାରୁ ଆନ୍ଧ୍ର ରାଜନୀତି ସରଗରମ ହୋଇଛି। ପୂର୍ବ YSRCP ଶାସନ କାଳରେ ତିରୁପତି ମନ୍ଦିରର ପ୍ରସାଦରେ ପଶୁ ଚର୍ବି ବ୍ୟବହାର କରାଯାଉଥିବା ଚନ୍ଦ୍ରବାବୁ ଦାବି କରିଥିଲେ । ଗୁଜରାଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜାତୀୟ ଦୁଗ୍ଧ ବିକାଶ ବୋର୍ଡର ପଶୁପାଳନ ଓ ଖାଦ୍ୟ ବିଶ୍ଳେଷଣ ଏବଂ ଅଧ୍ୟୟନ କେନ୍ଦ୍ର ଲାବୋରେଟୋରୀ ଦ୍ୱାରା ଜାରି ରିପୋର୍ଟକୁ ନେଇ ସିଏମ ଚନ୍ଦ୍ରବାବୁ ଏପରି ଦାବି କରିଥିଲେ ।

YSRCP ସରକାର ସମୟରେ ମନ୍ଦିରରେ ଅଶୁଦ୍ଧ ଘିଅ ବ୍ୟବହାର ହେଉଥିଲା । ଲଡୁରେ ମଧ୍ୟ ଏହି ଘିଅ ବ୍ୟବହାର ହେଉଥବା ଦାବି କରିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ବିରୋଧରେ ଅଭିଯୋଗ କରିଥିଲେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ତିରୁମାଲା ମନ୍ଦିରର ପବିତ୍ରତା ଏବଂ କୋଟି କୋଟି ହିନ୍ଦୁଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଇଥିଲେ ପୂର୍ବ ସରକାର । TDP କ୍ଷମତାକୁ ଆସିବା ପରେ ତିରୁପତି ମନ୍ଦିରରେ ଶୁଦ୍ଧ ଘିଅର ବ୍ୟବହାର ହେଉଥିବା ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
TDP claims ‘beef tallow’ in Tirupati laddus, shows 'lab report' from Gujarat | Argus News