Homework Punishment / ହୋମଓ୍ବାର୍କ ନ କରିବାରୁ ଗାଳି ସହ ଚାପୁଡ଼ା ମାରିଲେ…ଶିକ୍ଷୟିତ୍ରୀଙ୍କ ମାଡ଼ରେ ଆଖି ବୁଜିଲେ ୬ବର୍ଷର ଶିଶୁ
·2 weeks ago·2 min read

Key Points
ହୋମଓ୍ବାର୍କ କରି ନଥିଲା ବୋଲି ଜଣେ ୬ବର୍ଷର ଶିଶୁକୁ ଶିକ୍ଷିତ୍ରୀଙ୍କ ଏମିତି ଚାପୁଡ଼ା ମାରିଲେ ଯେ, ଛୁଆଟି ସବୁଦିନ ପାଇଁ ଆଖି ବୁଜିଦେଇଛି
ହୋମଓ୍ବାର୍କ କରି ନଥିଲା ବୋଲି ଜଣେ ୬ବର୍ଷର ଶିଶୁକୁ ଶିକ୍ଷିତ୍ରୀଙ୍କ ଏମିତି ଚାପୁଡ଼ା ମାରିଲେ ଯେ, ଛୁଆଟି ସବୁଦିନ ପାଇଁ ଆଖି ବୁଜିଦେଇଛି। ସେ ପୁଣି ଏଲକେଜିର ଶିଶୁ। ଯିଏ ଏଯାଏ ପାଠପଢ଼ା କଣ ଜାଣିନି। ଶିକ୍ଷୟିତ୍ରୀମାନେ ଘରୋଇ ସ୍କୁଲ ପିଲାଙ୍କ ବୌଦ୍ଧିକ ବିକାଶ ପ୍ରତି ଧ୍ୟାନ ଦେବେ କଣ ନିର୍ଯାତନା ଦେଉଛନ୍ତି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ୱାନ୍ ଟାଉନ୍ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏକ ଘରୋଇ ସ୍କୁଲରେ ପଢ଼ୁଥିବା ଛଅ ବର୍ଷର ୟୁକେଜି ଛାତ୍ର ପ୍ରଣୟ ତେଜାର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଛି। ପିଲାଟିର ପରିବାର ଅଭିଯୋଗ କରିଛନ୍ତି ଯେ ଜଣେ ଶିକ୍ଷୟିତ୍ରୀ ତା'ର ହୋମଓ୍ବାର୍କ ସାରି ନଥିବାରୁ ତାକୁ ବାଡ଼ିରେ ବହୁତ ଜୋରସେ ପିଟିଥିଲେ ଯାହା ଫଳରେ ସେ ଶ୍ରେଣୀଗୃହରେ ଅଚେତ ହୋଇ ପଡ଼ିଥିଲା।
ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ଗୁରୁବାର ସକାଳେ ପ୍ରଣୟ ସମ୍ପୂର୍ଣ୍ଣ ସୁସ୍ଥ ଥିଲା। ପିଲାଟିର ବାପା କହିଛନ୍ତି ଯେ ସକାଳ ପ୍ରାୟ ୮ଟା ବେଳେ ତାଙ୍କ ପୁଅ ସ୍କୁଲ ଯିବା ପାଇଁ ଜିଦ୍ ଧରିଥିଲା। ପରିବାର ପ୍ରଥମେ ତାକୁ ବାରଣ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପରୀକ୍ଷା ପାଖେଇ ଆସିବାରୁ ତାକୁ ସ୍କୁଲକୁ ପଠାଯାଇଥିଲା। ବାପାଙ୍କ ଅନୁଯାୟୀ, ପିଲାଟି ଘରୁ ବାହାରିବା ସମୟରେ କୌଣସି ରୋଗ, ଜ୍ୱର କିମ୍ବା ସ୍ୱାସ୍ଥ୍ୟ ସମସ୍ୟା ନଥିଲା। ପୂର୍ବ ରାତିରେ ସେ ସ୍ୱାଭାବିକ ଭାବରେ ଖେଳୁଥିଲା ଏବଂ ସକାଳେ ଖୁସିରେ ସ୍କୁଲକୁ ଯାଇଥିଲା।
ପରିବାର ଲୋକେ କହିଛନ୍ତି ଯେ ଅପରାହ୍ନରେ ହଠାତ୍ ସେମାନଙ୍କ ପୁଅର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ବିଷୟରେ ସୂଚନା ପାଇଥିଲେ। ବାପା ଅଭିଯୋଗ କରିଛନ୍ତି ଯେ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କୁ ସିଧାସଳଖ ଫୋନ୍ କରି ନଥିଲେ। ସେମାନେ ଅନ୍ୟ କାହା ମାଧ୍ୟମରେ ଖବର ପାଇଥିଲେ। ପରିବାର ଲୋକ କିଙ୍ଗ ଜର୍ଜ ହସ୍ପିଟାଲ (KGH) ରେ ପହଞ୍ଚିବା ପରେ ଡାକ୍ତରମାନେ ପିଲାଟିକୁ ମୃତ ଘୋଷଣା କରିଥିଲେ। ପୁଅର ମୃତ୍ୟୁ ଦେଖି ପରିବାର ଲୋକଙ୍କ ମାନସିକ ସ୍ଥିତି କାମ କରୁନି।
ପିଲାଟିର ବାପା ଦାବି କରିଛନ୍ତି ଯେ ସ୍କୁଲର ସିସିଟିଭି ଫୁଟେଜରେ ଜଣେ ଶିକ୍ଷକ ପିଲାଟିକୁ ଗାଳିଗୁଲଜ କରୁଥିବା ଏବଂ ବାଡ଼ିରେ ପିଟିଥିବାର ଦେଖାଯାଉଛି। ପରିବାର ଅଭିଯୋଗ କରିଛନ୍ତି ଯେ ମାଡ଼ ଏବଂ ଭୟ ଯୋଗୁଁ ପିଲାଟି ଆଘାତ ପାଇ ତଳେ ପଡ଼ିଗଲା। ପରିବାର ଏହା ମଧ୍ୟ କହିଛନ୍ତି ଯେ ଡାକ୍ତରମାନେ ସେମାନଙ୍କୁ କହିଥିଲେ ଯେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ପିଲାଟିର ମୃତ୍ୟୁ ହୋଇସାରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ହସ୍ପିଟାଲରେ ପହଞ୍ଚିଛନ୍ତି। ରାଜସ୍ୱ ବିଭାଗର ଅଧିକାରୀମାନେ ମଧ୍ୟ ଖବର ସଂଗ୍ରହ କରିବା ଆରମ୍ଭ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଶିଶୁର ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଡାକ୍ତରୀ ପରୀକ୍ଷା ଏବଂ ପୋଷ୍ଟମର୍ଟମ ରିପୋର୍ଟ ପରେ ହିଁ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିବ ବୋଲି ଅଧିକାରୀମାନେ କହିଛନ୍ତି।
ଘଟଣା ପରେ ପରିବାରର ବହୁ ସଦସ୍ୟ ଏବଂ ସମ୍ପର୍କୀୟ ହସ୍ପିଟାଲରେ ପହଞ୍ଚିଥିଲେ। ସେମାନେ ନିରପେକ୍ଷ ତଦନ୍ତ ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପରିବାର ଅଭିଯୋଗ କରିଛନ୍ତି ଯେ ସ୍କୁଲରେ ଅନ୍ୟ ପିଲାମାନେ ମଧ୍ୟ ହିଂସାର ଶିକାର ହେଉଛନ୍ତି। ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯାଉ। ଛୋଟ ଛୋଟ ପିଲାଙ୍କୁ ଗୋରୁ ଗାଈ ଭଳି ନ ବାଡ଼େଇବା ଦରକାର।

Related Topics
Explore more stories