Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲାଇନରେ ଛିଡା ହୋଇ ଭୋଟ୍‌ ଦେଲେ ରାହୁଲ ଦ୍ରାବିଡ

National

ଲାଇନରେ ଛିଡା ହୋଇ ଭୋଟ୍‌ ଦେଲେ ରାହୁଲ ଦ୍ରାବିଡ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଲାଇନରେ ଛିଡା ହୋଇ ଭୋଟ୍‌ ଦେଲେ ରାହୁଲ ଦ୍ରାବିଡ

ଅର୍ଗସ ବ୍ୟୁରୋ:  ବିଶ୍ବର ସର୍ବବୃହତ ଗଣତନ୍ତ୍ର ଭାରତର ମହାପର୍ବ ସାଧାରଣ ନିର୍ବାଚନର ଆଜି ହେଉଛି ଦ୍ବିତୀୟ ପର୍ଯ୍ୟାୟ । ଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟିଂ । ମୋଟ୍ 13 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ 88 ସିଟ୍ ପାଇଁ ହେଉଛି ଭୋଟିଂ । ଯାହା ମଧ୍ୟରେ ରହିଛି କେରଳର ସମସ୍ତ ୨୦ ସିଟ୍, କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩, ମହାରାଷ୍ଟ୍ର ଓ  ଉତ୍ତର ପ୍ରଦେଶର ୮, ମଧ୍ୟପ୍ରଦେଶର ୬, ଆସାମ-ବିହାରର ୫ଟି ଲେଖାଏଁ ସିଟରେ ଭୋଟିଂ ହେବ। ଭାରତୀୟ କ୍ରିକେଟ୍ ଟିମର ହେଡ୍ କୋଚ୍ ରାହୁଲ ଦ୍ରାବିଡ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଆଜି ମତଦାନ କରିଛନ୍ତି । ଆଜି ସକାଳୁ ସେ ପୋଲିଂ ବୁଥରେ ପହଞ୍ଚିଥିଲେ । ଲାଇନରେ ଛିଡା ହୋଇ ସେ ବେଶ୍ ଧୈର୍ଯ୍ୟର ସହ ନିଜ ସମୟକୁ ଅପେକ୍ଷା କରିଥିଲେ ।

ଏବେ ଦ୍ରାବିଡଙ୍କ ଏପରି ସରଳତାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଭୋଟ ଦେବା ପରେ ଦ୍ରାବିଡ ଆଶା ପ୍ରକାଶ କରିଥିଲେ କି ବାଙ୍ଗାଲୁରରେ ବହୁ ସଂଖ୍ୟାରେ ଲୋକମାନେ ଯେପରି ନିଜର ମତଦାନ କରିବେ । ଭୋଟ୍ ଦେବା ପରେ ଦ୍ରାବିଡ ମିଡିଆକୁ କହିଥିଲେ କି, ମୁଁ ମୋ ମତ ଦେଇସାରିଛି । ଏହା ଆମ ସମସ୍ତଙ୍କ ପାଇଁ ଗଣତନ୍ତ୍ରର ଏହି ବଡ ପର୍ବରେ ଭାଗ ନେବାର ଏକ ସୁଯୋଗ ଆଣିଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Team India coach Rahul Dravid showcases utmost simplicity, waits in queue to cast his vote | Argus News