Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

National

ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

Smruti Parija
Browse all articles by Smruti Parija
·1 year ago·1 min read
ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ । ଆଇଏସଆଇଏସ୍ କାଶ୍ମୀର ପକ୍ଷରୁ ତାଙ୍କୁ ହତ୍ୟା ଧମକ ମିଳିଥିବା ଗମ୍ଭୀର ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି । ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ କରୁଛନ୍ତି । ପୂର୍ବରୁ ମଧ୍ୟ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ମିଳିଥିଲା । ୨୦୨୨ ଏପ୍ରିଲ ମାସରେ ତାଙ୍କୁ ଦୁଇଟି ଧମକପୂର୍ଣ୍ଣ କଲ୍ ଆସିଥିଲା । ତା ପୂର୍ବରୁ ୨୦୨୧ ନଭେମ୍ବରରେ ମଧ୍ୟ ତାଙ୍କୁ ହତ୍ୟା ଧମକ ମିଳିଥିଲା । ଟିମ୍ ଇଣ୍ଡିଆର ହେଡ୍ କୋଚ୍ ତଥା ପୂର୍ବତନ ସାଂସଦ ଗୌତମ ଗମ୍ଭୀର ଗତକାଲି ପେହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ କଠୋର ନିନ୍ଦା କରିଥିଲେ ।


ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ହମଲାକୁ ନେଇ କେନ୍ଦ୍ର ସରକାର କଡ଼ା ମନୋଭାବ ଗ୍ରହଣ କରିଛନ୍ତି । ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟା ୬ଟାରେ ଏକ ସର୍ବଦଳୀୟ ବୈଠକ ଡକାଯାଇପାରେ। ଏହି ବୈଠକର ଅଧ୍ୟକ୍ଷତା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରିବେ ଏବଂ ଗୃହମନ୍ତ୍ରୀ ଅମିତ ଶାହା ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିବେ । ବୈଠକରେ ପହଲଗାମ ଆତଙ୍କୀ ହମଲା ସମ୍ପର୍କରେ ଆଲୋଚନା ହେବ ଏବଂ ପାକିସ୍ତାନ ସମର୍ଥିତ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏକମତ ହେବାର ଲକ୍ଷ୍ୟ ରହିଛି । ସରକାରର ଉଦ୍ଦେଶ୍ୟ ହେଉଛି, ଏହି ଗୁରୁତର ପରିସ୍ଥିତିରେ ସମସ୍ତ ରାଜନୈତିକ ଦଳଙ୍କୁ ଏକଜୁଟ କରି ଦେଶର ନିରାପତ୍ତା ସମ୍ପର୍କିତ ନିଷ୍ପତ୍ତିରେ ସମାନ ମତ ସୃଷ୍ଟି କରିବା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
team-india-head-coach-gautam-gambhir-receives-death-thre | Argus News