Zipline Accident / ମା’ବାପାଙ୍କ ଆଖି ଆଗରେ ଚାଲିଗଲା ପୁଅର ଜୀବନ…ଜିପ୍ ଲାଇନରୁ ଖସି ୧୬ ବର୍ଷୀୟ ପୁଅର ମୃତ୍ୟୁ
·3 months ago·2 min read

Key Points
ଆଗ୍ରାର ତାଜଗଞ୍ଜ ଚୌପାଟିରେ ଜିପ୍ ଲାଇନରୁ ଖସି ୧୬ ବର୍ଷୀୟ କୁନାଲ ଅଗ୍ରୱାଲଙ୍କ ମୃତ୍ୟୁ ଘଟିଛି
ମା’ବାପାଙ୍କ ସାମ୍ନାରେ ଜିପ୍ ଲକ୍ ଖୋଲିଯାଇ କୁନାଲ ୪୫ ଫୁଟ ତଳକୁ ପଡ଼ିଥିଲେ

ହସଖୁସିରେ ପରିବାର ସହିତ ଆଡେଭଞ୍ଚର କରିବାକୁ ଆସିଥିଲେ। କିନ୍ତୁ କିଏ ଜାଣିଥିଲା ଯେ, କିଛି କ୍ଷଣ ମଧ୍ୟରେ ଏହି ହସ ସାରା ଜୀବନ ପାଇଁ ଲୁହରେ ପରିଣତ ହୋଇଯିବ। ମା’ ବାପା ଙ୍କ ସାମ୍ନାରେ ଚାଲିଗଲା ପୁଅର ଜୀବନ। ଘଟଣାସ୍ଥଳରେ ମା’ବାପାଙ୍କ ବୁକୁ ଫଟା କାନ୍ଦ ଦେଖିଲେ ଯେ କେହି କାନ୍ଦି ପକାଇବେ।
ରବିବାର ଦିନ ଆଗ୍ରାର ତାଜଗଞ୍ଜ ଅଞ୍ଚଳର ଚୌପାଟିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫିରୋଜାବାଦରୁ ପରିବାର ସହିତ ଆଗ୍ରା ଆସିଥିବା ଷୋହଳ ବର୍ଷୀୟ କୁନାଲ ଅଗ୍ରୱାଲ ଜିପ୍ ଲାଇନରୁ ଖସି ପଡ଼ି ମୃତ୍ୟୁବରଣ କରିଥିଲେ। କୁନାଲ ଯେତେବେଳେ ସାହସିକ କାର୍ଯ୍ୟର ମଜା ନେଉଥିଲେ, ତାଙ୍କ ବାପାମାଆ ଠିଆ ହୋଇ ଖୁସି ଖୁସି ଦେଖୁଥିଲେ ଠିକ ସେତେବେଳେ ଏହି ଦୁର୍ଘଟଣା ଘଟିଥିଲା। ଆଉ କିଛି ସେକେଣ୍ଡ ମଧ୍ୟରେ ଖୁସି ଶୋକରେ ପରିଣତ ହୋଇଗଲା।
ରିପୋର୍ଟ ଅନୁସାରେ, ଫିରୋଜାବାଦର ଜଣେ ଚୁଡ଼ି ବ୍ୟବସାୟୀ ପଙ୍କଜ ଅଗ୍ରୱାଲ ତାଙ୍କ ପରିବାର ସହିତ ଆଗ୍ରା ଆସିଥିଲେ । ତାଜମହଲ ପରିଦର୍ଶନ କରିବା ପରେ, ପିଲାମାନଙ୍କ ଜିଦରେ ପରିବାର ତାଜଗଞ୍ଜ ଚୌପାଟି ଯାଇଥିଲେ। ସେଠାରେ ଦୁଃସାହସିକ ଖେଳ ଦେଖି, ୧୬ ବର୍ଷୀୟ କୁନାଲ ଜିପ୍ ଲାଇନରେ ଚଢ଼ିବାକୁ ଜିଦ୍ କରିଥିଲେ। ପରିବାର ତାଙ୍କ ଖୁସି ପାଇଁ ତାଙ୍କୁ ଯିବାକୁ ଅନୁମତି ଦେଇଥିଲେ। କିନ୍ତୁ କେହି ଭାବି ନଥିଲେ ଯେ ଏହି ନିଷ୍ପତ୍ତି ସେମାନଙ୍କ ଜୀବନର ସବୁ ଛଡ଼ାଇ ନେବ।
ଏହାସହ ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ଆଗରେ କାହିଁକି ଏମିତି କହିଲେ ମେହେଟ୍ଟା, 'ମୃତ ଝିଅ ଅପେକ୍ଷା ଛାଡପତ୍ର ପାଇଥିବା ଝିଅ ଭଲ,'
ମା’ବାପାଙ୍କ ସାମ୍ନାରେ ପୁଅର ମୃତ୍ୟୁ
କୁହାଯାଉଛି କି, ପ୍ରାୟ ୧୨୦ ମିଟର ଲମ୍ବ ଏବଂ ୪୫ ଫୁଟ ଉଚ୍ଚରେ କୁନାଲ ଚଢ଼ିଥିଲେ। ପୋଲିସ କହିଛି ଯେ, ଜିପଲାଇନରେ କୁନାଲ ଯେତେବେଳେ ଆଗକୁ ବଢ଼ିଲେ ସେତେବଳେ ହଠାତ ଜିପ ଲକ ଖୋଲରିଗଲା। ସେ ସିଧା ତଳେ ପଡ଼ିଥିଲେ ଆଉ ସେହିଠାରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଚାରଆଡେ ଦୌଡ଼ିଦୌଡ଼ି ହୋଇଥିଲା। ମା’ବାପା ତୁରନ୍ତ ଯାଇ ପୁଅକୁ ଉଦ୍ଧାର କରିଥିଲେ ଲୋକଙ୍କ ସହାୟତାରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଘଟଣା ପରେ, ପୋଲିସ ତୁରନ୍ତ ଜିପ୍ ଲାଇନର କାର୍ଯ୍ୟ ବନ୍ଦ କରିଦେଇଛି। ଚୌପାଟି ପରିଚାଳକ ଏବଂ ଜିପ୍ ଲାଇନ ଅପରେଟରଙ୍କୁ ଅଟକ ରଖାଯାଇଛି ଏବଂ ପଚରାଉଚରା କରାଯାଉଛି। ପରିବାରର ଅଭିଯୋଗ ଆଧାରରେ, ଏକ ମାମଲା ରୁଜୁ କରାଯାଇଛି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ଦୁର୍ଘଟଣାଟି ଯାନ୍ତ୍ରିକ ତ୍ରୁଟି କିମ୍ବା ଅବହେଳା ଯୋଗୁଁ ଘଟିଛି କି ନାହିଁ ତାହା ପୋଲିସ ତଦନ୍ତ କରୁଛି।
ସୂଚନା ଅନୁଯାୟୀ ଆଗ୍ରା ବିକାଶ ପ୍ରାଧିକରଣ ଦ୍ୱାରା ପରିଚାଳିତ ଚୌପାଟିରେ ଜିପ୍ ଲାଇନର ପରିଚାଳନା ପାଇଁ ଏକ ଘରୋଇ କମ୍ପାନୀକୁ ଦିଆଯାଇଥିଲା। ଦୁର୍ଘଟଣା ପରେ ପ୍ରାଧିକରଣ ଏବଂ ପ୍ରାଇଭେଟ କମ୍ପାନୀ ଉଭୟଙ୍କୁ ପଚରାଉଚରା ଜାରି ରହିଛି। ସ୍ଥାନୀୟ ଲୋକ କହିଛନ୍ତି ଯେ, ଯଦି ସୁରକ୍ଷା ବ୍ୟବସ୍ଥା ପୂର୍ବରୁ ଯାଞ୍ଚ କରାଯାଇଥାଆନ୍ତା ତେବେ ଅକାରଣରେ ଜଣେ ନିରୀହର ଜୀବନ ଯାଇ ନ ଥାଆନ୍ତା।
ଆଗ୍ରା ପୋଲିସ କମିଶନର ଦୀପକ କୁମାର ଘଟଣାସ୍ଥଳରେ ପହଞ୍ଚି ସବୁ ଦିଗରୁ ଯାଞ୍ଚ କରିଛନ୍ତି। ସେ କହିଛନ୍ତି ଯେ, ଏହି ଘଟଣାରେ ନିରପେକ୍ଷ ତଦନ୍ତ କରାଯିବା ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related Topics
Explore more stories