Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Child Safety / ଟିକେ ଅସାବଧାନ ପାଇଁ ଚାଲିଗଲା ୧୫ବର୍ଷ ଝିଅର ଜୀବନ

Rashmita Mishra
Browse all articles by Rashmita Mishra
·3 months ago·2 min read
ଟିକେ ଅସାବଧାନ ପାଇଁ ଚାଲିଗଲା ୧୫ବର୍ଷ ଝିଅର ଜୀବନ
Child Safety

Key Points

ଦୋଳି ନେଲା ଝିଅର ଜୀବନ । 
ଟିକେ ଅସାବଧାନ ପାଇଁ ଚାଲିଗଲା ୧୫ବର୍ଷ ଝିଅର ଜୀବନ ।

ଯଦି ଆପଣଙ୍କ ପିଲାକୁ ଦୋଳି ଖେଳାଉଛନ୍ତି ତେବେ ଟିକେ ସାବଧାନ ରହିବେ । କାହିଁକି ନା ଦୋଳି କେତେବେଳେ ବି ନେଇପାରେ କାହାର ଜୀବନ । ଆଉ ଠିକ୍ ସେମିତି କିଛି ଘଟଣା ଘଟିଛି କି ଦୋଳି ଖେଳିବା ସମୟରେ ଚାଲିଯାଇଛି ଗୋଟେ ଝିଅର ଜୀବନ ।

ମଧ୍ୟପ୍ରଦେଶର ଇନ୍ଦୋରର ଚନ୍ଦନ ନଗର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି । ଦୋଳି ଖେଳିବା ସମୟରେ ଜଣେ ୧୫ ବର୍ଷୀୟା ଝିଅର ଶାଢ଼ୀ ବେକରେ ଲାଗିଯିବାରୁ ତାର ମୃତ୍ୟୁ ଘଟିଛି । ଏହି ଘଟଣା ପରେ ପରିବାରରେ ଲୋକେ ଶୋକର ଛାୟା ଖେଳି ଯାଇଛି ।

ରିପୋର୍ଟ ଅନୁସାରେ, ଚନ୍ଦନନଗର ଥାନା ଅଞ୍ଚଳର ଲକ୍ଷ୍ମୀ ନଗରରେ ଏହି ଘଟଣା ଘଟିଛି । ମୃତ ଝିଅଟି ମହିମା (୧୫) ବୋଲି ଚିହ୍ନଟ କରାଯାଇଛି । ମହିମା ୮ମ ଶ୍ରେଣୀର ଛାତ୍ରୀ ଥିଲେ ଏବଂ ତାଙ୍କ ପରିବାର ସହିତ ଲକ୍ଷ୍ମୀ ନଗରରେ ରହୁଥିଲେ । ତାଙ୍କ ବାପା ପରିବାର ପ୍ରତିପୋଷଣ ପାଇଁ ବଜାରରେ ଏକ ଦୋକାନ ଦେଇ । ମହିମାଙ୍କ ବ୍ୟତୀତ ପରିବାରର ଜଣେ ସାନ ଭାଇ ମଧ୍ୟ ଅଛି ।

ଝିଅଟି ଶାଢ଼ିରେ ଦୋଳି ତିଆରି କରି ଖେଳୁଥିଲା
ଯେଉଁ ସମୟରେ ଏହି ଘଟଣାଟି ଘଟିଛି ସେହି ସମୟରେ ମହିମା ତାଙ୍କ କୋଠରୀରେ ଏକା ଥିଲେ ଏବଂ ତାଙ୍କ ଶାଢ଼ିରେ ତିଆରି ହୋଇଥିବା ଦୋଳିରେ ଖେଳୁଥିଲେ । ଖେଳୁଥିବା ସମୟରେ, ସେ ହଠାତ୍ ତାଙ୍କର ଭାରସାମ୍ୟ ହରାଇ ବସିଥିଲେ, ଯାହା ଫଳରେ ଶାଢ଼ି ତାଙ୍କ ବେକରେ ଲାଗି ଯାଇଥିଲା ।

ଯେତେବେଳେ ମହିମା ବହୁତ ସମୟ ପର୍ଯ୍ୟନ୍ତ ଘରୁ ବାହାରି ନଥିଲେ, ତାଙ୍କ ପରିବାର ଚିନ୍ତାରେ ପଡ଼ିଗଲେ । ସେ ମହିମାଙ୍କୁ ଖୋଜି ଖୋଜି ଘର ଭିତରକୁ ଗଲେ ଆଉ ସେମାନେ ଭିତରକୁ ଯାଇ ଦେଖିଲେ କି ଝିଅଟି ଫାଶୀରେ ଝୁଲୁଥିବାର । ପରିବାର ଲୋକେ ଭୟଭୀତ ହୋଇଗଲେ। ସେମାନେ ଶୀଘ୍ର ତାଙ୍କୁ ତଳକୁ ଆଣି ଡାକ୍ତରଖାନାକୁ ନେଇଗଲେ, କିନ୍ତୁ ସେତେବେଳେ ବହୁତ ଡେରି ହୋଇଯାଇଥିଲା । ଡାକ୍ତରମାନେ ତାଙ୍କୁ ଚିକିତ୍ସା କରିବା ପରେ ମୃତ ଘୋଷଣା କରିଥିଲେ ।

ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଚନ୍ଦନନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି । ପୋଲିସ ଅଧିକାରୀମାନେ କହିଛନ୍ତି ଯେ ପ୍ରାରମ୍ଭିକ ତଦନ୍ତରୁ ଏହା ଏକ ଦୁର୍ଘଟଣା ହୋଇପାରେ ବୋଲି ଅନୁମାନ କରାଯାଉଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ସଠିକ୍ କାରଣ ଜଣାପଡିବ । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପଡ଼ୋଶୀ ଏବଂ ପରିଚିତ ଲୋକମାନେ ମଧ୍ୟ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Child Safety | 15-Year-Old Girl Dies in Tragic Accident Due to Minor Negligence | Argus News