Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ତେଜସ୍ ବିମାନ ପ୍ରଥମ ମହିଳା ପାଇଲଟ ଭବେ ନିଯୁକ୍ତି ପାଇଲେ

Ritu Das
Browse all articles by Ritu Das
·1 year ago·1 min read
ତେଜସ୍ ବିମାନ ପ୍ରଥମ ମହିଳା ପାଇଲଟ ଭବେ ନିଯୁକ୍ତି ପାଇଲେ

ଅର୍ଗସ ବ୍ୟୁରୋ: ତେଜସ୍ ବିମାନ ପ୍ରଥମ ମହିଳା ପାଇଲଟ ଭବେ ନିଯୁକ୍ତି ପାଇଲେ  ସ୍କ୍ବାଡ୍ରନ୍ ଲିଡର ମୋହନା ସିଂହ।  ଗୁଜୁରାଟସ୍ଥିତ ନଲିଆ ଠାରେ ଏଲିଟ୍ ୧୮ 'ଫ୍ଲାଇଂ ବୁଲେଟ୍' ସ୍କ୍ବାଡ୍ରନରେ ସେ ଯୋଗଦେବାକୁ ଯାଉଛନ୍ତି। ଏହି ସ୍କ୍ବାଡ୍ରନର ଭାରତର ନିଜସ୍ବ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଯୁଦ୍ଧ ବିମାନ(ଏଲସିଏ)ତେଜସ୍ ବାହିନୀକୁ ପରିଚାଳନା କରିବେ। 

ଖବର ଅନୁଯାୟୀ , ଭାରତ ଇତିହାସରେ ପ୍ରଥମ ଥର ପାଇଁ ୨୦୧୬ରେ ମହିଳା ପାଇଲଟ ମାନଙ୍କୁ ନିଯୁକ୍ତି ମିଳିଥିଲା।  ସ୍କ୍ବାଡ୍ରନ୍ ଲିଡର ମୋହନା ପ୍ରଥମ ତିନି ମହିଳା ଯୁଦ୍ଧବିମାନ ଚାଳକ ଭାବେ ନିଯୁକ୍ତି ପାଇଥିଲେ। ସେ ଦୁଇ ମହିଳା ସହକର୍ମୀ ଅଭନୀ ଚତୁର୍ବେଦୀ ଓ ଭାବନା କାନ୍ତଙ୍କ ସହ ନିଜ କାର୍ଯ୍ୟ ଆରମ୍ଭ କରିଥିଲେ । ୨୦୧୯ରେ ସେ ପ୍ରଥମ ମହିଳା ଭାବେ 'ହକ୍ ଏୟାରକ୍ରାଫ୍ଟ' ଉଡାଇଥିଲେ। ୨୦୨୦ରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ନାରୀ ଶକ୍ତି ପୁରସ୍କାର ପାଇଥିଲେ। ସେ ବିକାନେରର ନାଲ୍ ଏୟାର ଫୋର୍ସ ଷ୍ଟେସନରେ ମିଗ୍-୨୧ ଯୁଦ୍ଧବିମାନରେ  କାର୍ଯ୍ୟ କରୁଥିଲେ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tejas Airline | Argus News